ମାଲକାନଗିରି(ଜିତେନ୍ଦ୍ର ବେଉରା): ମହାରାଷ୍ଟ୍ରରେ ୨୬ ନକ୍ସଲ ଏନକାଉଣ୍ଟର ଘଟଣାରେ ରଣହୁଙ୍କାର ଦେଇଛନ୍ତି ନକ୍ସଲ। ପ୍ରତିବାଦରେ ସେମାନେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ପୁଣି ହିଂସାକାଣ୍ଡ ଘଟାଇଛନ୍ତି।
ନକ୍ସଲମାନେ ଭାଁସି ଜଙ୍ଗଲରେ ରେଳ ଧାରଣାକୁ ଉଡାଇଦେଲେ । ଫଳରେ ଲୁହା ପଥର ବୋଝେଇ ଏକ ମାଲବାହୀ ଟ୍ରେନର ୩ ଇଞ୍ଜିନ ଏବଂ ୨ ୱାଗନ କ୍ଷତିଗ୍ରସ୍ତ ହୋଇଛି । ମାଲବାହୀ ଟ୍ରେନଟି ବଚେଲିରୁ ବିଶାଖାପାଟଣା ଯିବାବେଳେ ନକ୍ସଲମାନେ ଏଭଳି କାଣ୍ଡ ଘଟାଇଛନ୍ତି । ଫଳରେ ଜଙ୍ଗଲ ମଧ୍ୟରେ ମାଲବାହୀ ଟ୍ରେନଟି ଅଟକି ରହିଥିବା ବେଳେ ତା’ ଆଗରେ ଲାଗିଛି ନକ୍ସଲଙ୍କ ବ୍ୟାନର। ଏହାର ପ୍ରଭାବରେ ଉକ୍ତ ରୁଟରେ ସମସ୍ତ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ମହାରାଷ୍ଟ୍ରରେ ୨୬ ନକ୍ସଲ ଏନକାଉଣ୍ଟର ଘଟଣା କୁ ନେଇ ମାଓବାଦୀ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହି ସମୟରେ ଏହି ହିଂସାକାଣ୍ଡ ଘଟିଥିବା ବେଳେ ଭୈରମଗଡ଼ ମାଓ ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି।
The post ରେଳ ଧାରଣା ଉଡ଼ାଇ ଦେଲେ ନକ୍ସଲ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ appeared first on Odisha Reporter.
from Odisha Reporter https://ift.tt/312FsAi
No comments:
Post a Comment