କୋରିଆକୁ ୦-୯ ଗୋଲରେ ହରାଇ କ୍ୱାର୍ଟରରେ ସ୍ପେନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 28, 2021

କୋରିଆକୁ ୦-୯ ଗୋଲରେ ହରାଇ କ୍ୱାର୍ଟରରେ ସ୍ପେନ

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ଆଜି ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ପୁଲ ରେ ସ୍ଥାନ ପାଇଥିବା ସ୍ପେନ ଏବଂ କୋରିଆ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ମ୍ୟାଚରେ ସ୍ପେନ ୯-୦ଗୋଲରେ ବିଜୟୀ ହୋଇଛି। କ୍ୱାର୍ଟର ଫାଇନାଲ୍ ଟିକଟ ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇ ଥିବା ସ୍ପେନ୍ ପ୍ରଥମ କ୍ୱାର୍ଟରରୁ ଆଟାକିଂ ମୁଡରେ ଖେଳିଥିଲେ ସୁଦ୍ଧା ମାତ୍ର ଗୋଟିଏ ଗୋଲ ଦେବାକୁ ସକ୍ଷମ ହୋଇଥିଲା। ମ୍ୟାଚର ୮ମିନିଟରେ ଗୁଲେର୍ମା ଫୋର୍ଟୁନୋ ଗୋଲ ଦେଇ ଦଳୀୟ ସ୍କୋରକୁ ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ୧-୦ରେ ଆଗୁଆ ରଖିଥିଲେ।

ଦ୍ୱିତୀୟ କ୍ୱାର୍ଟରରେ କୋରିଆର ଡିଫେନ୍ସ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଥିଲା। ୧୯ମିନିଟରରେ ପେପେ କୁନିଲ ଦଳକୁ ମିଳିଥିବା ଏକ ପେନାଲିଟି କର୍ଣ୍ଣରକୁ ଗୋଲରେ ପରିଣତ କରାଇବାରେ ସକ୍ଷମ ହୋଇଥିଲେ। କୋରିଆ ଖେଳାଳିଙ୍କ ବୁଝାମଣା ଅଭାବର ଫାଇଦା ନେଇ ପୁଣି ୨୪ମିନିଟରେ ସ୍ପେନର ଏଡୁଆର୍ଡ ଡି-ଇଗନାସିଓ ସିମୋ ଅତି ସୁନ୍ଦର ଭାବେ ଫିଲ୍ଡ ଗୋଲ ଦେଇଥିଲେ। ଏଥିସହିତ ସ୍ପେନ୍ ମ୍ୟାଚ୍ ହାଫଟାଇମ ସୁଦ୍ଧା ୩-୦ରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟରର ଏବଂ ଚତୁର୍ଥ କ୍ୱାର୍ଟର ବେଳକୁ କୋରିଆ ସମ୍ପୂର୍ଣ୍ଣ ଧରାଶାୟୀ ହୋଇଥିଲା। ଶେଷ ଦୁଇ କ୍ୱାର୍ଟରରେ ସ୍ପେନ ୩ଟି ଲେଖାଏଁ ଗୋଲ ଦେବାକୁ ସକ୍ଷମ ହୋଇଥିଲା। ୩୫ ଓ ୪୪ତମ ମିନିଟରେ ଇଗନାସିଓ ଆବାଜୋ ବ୍ୟକ୍ତିଗତ ଦୁଇଟି ଫିଲଡ ଗୋଲ ଦେଇଥିବା ବେଳେ ୪୦ମିନିଟରେ ସ୍ପେନର ପେନାଲଟି କର୍ଣ୍ଣର ସ୍ପେଶାଲିଷ୍ଟ କୁନିଲ ମିଳିଥିବା ଏକ ପେନାଲିଟି କର୍ଣ୍ଣରକୁ ଗୋଲରେ ପରିଣତ କରି ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଦଳକୁ ୬-୦ଗୋଲରେ ଆଗୁଆ କରି ମ୍ୟାଚକୁ ନିଜ ସପକ୍ଷରେ ନେଇସାରିଥିଲା।

ଚତୁର୍ଥ କ୍ୱାର୍ଟରରେ ୫୫ ଓ ୫୮ ମିନିଟରେ ପାଉ କୁନିଲ ୨ଟି ଯଥାକ୍ରମେ ପେନାଲଟି ଷ୍ଟ୍ରୋକ ଏବଂ ପେନାଲଟି କର୍ଣ୍ଣର ଜରିଆରେ ଗୋଲ ସ୍କୋର କରିଥିବା ବେଳେ ୫୧ମିନିଟିରେ ରାଫେଲ ଭିଲାଲୋଙ୍ଗା ଗୋଟିଏ ଗୋଲ ଦେଇଥିଲେ। ସ୍ପେନ ପ୍ରଥମ ମ୍ୟାଚ୍ ଇଜିପ୍ଟ ବିପକ୍ଷରେ ୧୭-୦ ଗୋଲରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ନେଦେରଲ୍ୟାଣ୍ଡସ ଠାରୁ ୩-୨ରେ ପରାଜୟ ସ୍ୱୀକାର କରିଥିଲା।

The post କୋରିଆକୁ ୦-୯ ଗୋଲରେ ହରାଇ କ୍ୱାର୍ଟରରେ ସ୍ପେନ appeared first on Odisha Reporter.



from Odisha Reporter https://ift.tt/3cVfmld

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages