ଶୀତକାଳୀନ ଅଧିବେଶନ ପୂର୍ବରୁ ଦୁଇ କଂଗ୍ରେସ ନେତାଙ୍କ କନ୍ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 28, 2021

ଶୀତକାଳୀନ ଅଧିବେଶନ ପୂର୍ବରୁ ଦୁଇ କଂଗ୍ରେସ ନେତାଙ୍କ କନ୍ଦଳ

ଅମୃତସର: ଦେଶର ସବୁଠୁ ପୁରୁଣା ଦଳର କନ୍ଦଳ କେବେ ବନ୍ଦ ହେବ? ଏହାର ଉତ୍ତର ବୋଧହୁଏ ନିକଟ ଭବିଷ୍ୟତରେ ନାହିଁ । ଗୋଟିଏ ପଟେ ଶୀତକାଳୀନ ଅଧିବେଶନରେ ତିନି କୃଷି ଆଇନ ରଦ୍ଦ ଘୋଷଣା, ପେଗାସସ ଆଦିକୁ ମୋହରା କରି ମୋଦି ସରକାରକୁ ଆଣ୍ଠେଇବାକୁ କଂଗ୍ରେସ ସମସ୍ତ ବିରୋଧୀଙ୍କୁ ଏକାଠି କରି ପ୍ରୟାସ କରୁଛି। ଅନ୍ୟପଟେ ସେହି ଦଳର ସାଂସଦ ମାନେ ପରସ୍ପର ଗୋହି ଖୋଳାଖୋଳିରେ ବ୍ୟସ୍ତ। ତେଣୁ ବିଜେପି ବିରୋଧରେ ରାଜନୀତିକ ଯୁଦ୍ଧ ଲଢେଇ କରିବା କରିବା କଂଗ୍ରେସ ଏବେ ନିଜ ଦଳ ଭିତରର ଯୁଦ୍ଧକୁ କିଭଳି ପ୍ରଶମିତ କରିବ ତାହା ଏବେ ବଡ ପ୍ରଶ୍ନ।

କଂଗ୍ରେସର ବରିଷ୍ଠ ନେତା ମନୀଷ ତିୱାରୀ ନିଜ ଦଳର ନେତା ଆଧୀର ରଂଜନ ଚୌଧୁରୀଙ୍କ ଏକ ପୁରୁଣା କଥା କହି ଘେରିଛନ୍ତି। ମନୀଷ ତିୱାରୀ ରବିବାର ନିଜ ଟ୍ୱିଟର ଟାଇମଲାଇନରେ ଏକ ସ୍କ୍ରିନସଟ ସେୟାର କରି ସ୍ପଷ୍ଟ କରିଛନ୍ତି ଯେ ଚୀନ୍ ପ୍ରସଙ୍ଗରେ ସେ ସରକାରଙ୍କୁ ସମାଲୋଚନା କରିଛନ୍ତି।

ମନୀଷ ଏଭଳି କହିବାର ଅର୍ଥ ହେଲା ନିକଟରେ କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ ମନୀଷ ତେୱାରୀଙ୍କ ପାଖରୁ ସ୍ପଷ୍ଟୀକରଣ ମାଗିଥିଲେ। ମନୀଷ ତେୱାରୀ ୨୬/୧୧ ମୁମ୍ବାଇ ଆକ୍ରମଣକୁ ନେଇ ଏକ ବହି ଲେଖିଛନ୍ତି। ଯେଉଁଥିର ସେ ନିଜ ଦଳର ସରକାରର ଆଭିମୁଖ୍ୟ ଏବଂ ଏବେର ମୋଦି ସରକାରର ପାକିସ୍ତାନ ଏବଂ ଆତଙ୍କବାଦ ବିରୋଧରେ ଥିବା ଆଭିମୁଖ୍ୟକୁ ବର୍ଣ୍ଣନା କରିଛନ୍ତି। ଯେଉଁଥିରେ ସେ ମୋଦି ସରକାରକୁ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି। ଆଉ ଏହାକୁ ନେଇ ଲୋକସଭାରେ ବିରୋଧୀ ଦଳର ନେତା ଅଧୀର ରଞ୍ଜନ କହିଛନ୍ତି ମନୀଷ ତାଙ୍କ ବହିରେ ଚୀନ୍ ଏବଂ ଡ୍ରାଗନ୍‌ର କାର୍ଯ୍ୟକଳାପ ଉପରେ ଧ୍ୟାନ ଦେବା ଉଚିତ୍ ଥିଲା।

ଆଉ ଜବାବରେ ମନୀଷ ତେୱାରୀ ଟ୍ୱିଟ୍ କରି ତାଙ୍କର ଏକ ଟ୍ୱିଟର ସ୍କ୍ରିନଶଟ୍ ଶେୟାର କରିଛନ୍ତି। ଯେଉଁଥିରେ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଟାଗ କରିଲେଖିଥିବା ପୋଷ୍ଟ ଶେୟାର କରିଛନ୍ତି।

The post ଶୀତକାଳୀନ ଅଧିବେଶନ ପୂର୍ବରୁ ଦୁଇ କଂଗ୍ରେସ ନେତାଙ୍କ କନ୍ଦଳ appeared first on Odisha Reporter.



from Odisha Reporter https://ift.tt/3rohSsy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages