ମାତିଛନ୍ତି ୪୦ ଟିକିଆ ହାତୀ ପଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 15, 2021

ମାତିଛନ୍ତି ୪୦ ଟିକିଆ ହାତୀ ପଲ

ବିନିକା/ବାଙ୍କି(ଦିଲୀପ କୁମାର ସାହୁ ଓ ସଞ୍ଜିବ କୁମାର ନାୟକ): ବିନିକା ଅଞ୍ଚଳରେ ମାତିଛନ୍ତି ୪୦ ଟିକିଆ ହାତୀ ପଲ। ଦୁଇ ଦିନ ହେଲା ଏହି ହାତୀ ପଲ ଉତ୍ପାତ ମଚାଇଛନ୍ତି।  ଫଳରେ ଚାଷୀଙ୍କ ଶହ ଶହ ଏକର ଫସଲ ନଷ୍ଟ ହୋଇଯାଇଛି।

ହାତୀ ଉପଦ୍ରବ ଯୋଗୁ ବିନିକା ବ୍ଲକର ସେଲେଡି, ଝରାପଡା, ତୁଲୁଣ୍ଡୁପାଲି, ଗରିଆପାଲି ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ଫସଲ।  ସଂଧ୍ୟା ହେଲେ ହାତୀ ପଲ ମାଡି ଆସୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଧାନ ଅମଳ ବେଳେ ହାତୀ ଉପଦ୍ରବ ଚାଷୀର ଚିନ୍ତା ବଢାଇଛି।  ହାତୀ ଉପଦ୍ରବରୁ ଫସଲ ରକ୍ଷା କରିବାକୁ ବନ ବିଭାଗ ଓ ସ୍ଥାନୀୟ ଲୋକେ ଉଦ୍ୟମ ଚଳାଇଛନ୍ତି। ହାତରେ ଠେଙ୍ଗା, ମଶାଲ, ଲାଇଟ ଧରି  ବନବିଭାଗ ସହ  ରାତି ଅନିଦ୍ରା ରହି ଲୋକେ ହାତୀ ଘଉଡ଼ାଉଛନ୍ତି। ତଥାପି ନିଜ ନିଜ ଫସଲ ବଞ୍ଚାଇପାରୁ ନାହାନ୍ତି ଲୋକେ।

ସେପଟେ ଗତ କିଛି ଦିନ ହେଲା ବାରଙ୍ଗ ବ୍ଲକର ରାମଦାଶପୁର ପଞ୍ଚାୟତର ଗୋଡିସାହି ଅଞ୍ଚଳରେ ମଧ୍ୟ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଡମପଡା-ଚନ୍ଦକା ଅଭ୍ୟାରଣ୍ୟର ୨୨ ଟିକିଆ ହାତୀପଲ ଏଠାରେ ଉତ୍ପାତ ମଚାଇଛନ୍ତି।

ଗୋଡିସାହି ଅଞ୍ଚଳରେ ଥିବା  ଆଦିବାସୀ ଲୋକେ ଭାଗକୁ ଜମି ଆଣି ଖରିଫ ଧାନ ଚାଷ କରିଥିଲେ। ହେଲେ ଧାନ ଅମଳ ହେବା ହାତୀପଲ ଆସି ଏକର ଏକର ଚାଷଜମିକୁ ଦଳି ଚକଟି ନଷ୍ଟ କରିଦେଇଛନ୍ତି। ଫଳରେ ଭାଗଚାଷୀ ମୁଣ୍ଡରେ ଏବେ ଚଡ଼କ ପଡିଛି।

The post ମାତିଛନ୍ତି ୪୦ ଟିକିଆ ହାତୀ ପଲ appeared first on Odisha Reporter.



from Odisha Reporter https://ift.tt/3DkLcnf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages