୯୯ ଦେଶ ପାଇଁ କ୍ୱାରେଣ୍ଟିନ କଟକଣା ହଟାଇଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 15, 2021

୯୯ ଦେଶ ପାଇଁ କ୍ୱାରେଣ୍ଟିନ କଟକଣା ହଟାଇଲା ଭାରତ

ନୂଆଦିଲ୍ଲୀ: ଦୀର୍ଘ ୨୦ ମାସ ହେଲା ବିଦେଶୀ ପର୍ଯ୍ୟଟକଙ୍କ ଭାରତ ପ୍ରବେଶ ଉପରେ ଲାଗିଥିବା କଟକଣାକୁ ହଟାଇ ଦିଆଯାଇଛି। ଭାରତ ସରକାର ୯୯ଟି ଦେଶରୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆଉ କୌଣସି ପ୍ରକାରର କ୍ୱାରେଣ୍ଟିନ ବ୍ୟବସ୍ଥା ଲାଗୁ ହେବନି ବୋଲି କହିଛନ୍ତି।

କେବଳ ଟିକାକରଣ ପ୍ରମାଣପତ୍ର ଦେଖାଇଲେ, ସେମାନଙ୍କୁ ଭାରତରେ ପ୍ରବେଶ ପାଇଁ ଅନୁମତି ମିଳିବ। ଭାରତ ସରକାର କଟକଣା କୋହଳ କରିଥିବା ଦେଶଗୁଡ଼ିକ ମଧ୍ୟରେ ରୁଷ, ଫ୍ରାନ୍ସ ଆମେରିକା, ବ୍ରିଟେନ, ନେଦରଲ୍ୟାଣ୍ଡ୍ସ, ଅଷ୍ଟ୍ରେଲିଆ ଭଳି ବଡ଼ବଡ଼ ଦେଶ ରହିଛନ୍ତି। ଏହି ଦେଶରୁ ଆସୁଥିବା ଲୋକଙ୍କୁ କ୍ୟାଟାଗୋରୀ ଏ’ରେ ରଖାଯାଇଛି।

ଏମାନେ କେବଳ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏୟାର ସୁବିଧା ପୋର୍ଟଲାରେ ଗୋଟିଏ ଆତ୍ମ ଘୋଷଣାନାମା ଦାଖଲ କରିବେ। ଏଥିସହ ସେମାନଙ୍କୁ ଆରଟିପିସିଆର ନେଗେଟିଭ ରିପୋର୍ଟ ମଧ୍ୟ ଦାଖଲ କରିବାକୁ ପଡ଼ିବ। ଯାତ୍ରାର ୭୨ ଘଣ୍ଟା ମଧ୍ୟରେ ହିଁ ଆରଟିପିସିଆର ଟେଷ୍ଟ ହୋଇଥିବା ଦରକାର।

ସମସ୍ତ ଯାତ୍ରୀ ମାନ୍ୟତା ପ୍ରାପ୍ତ ଓ ସତ୍ୟ ରିପୋର୍ଟ ଦାଖଲ କରିବେ। ଯଦି ଏହା ଭୁଲ ପ୍ରମାଣିତ ହୁଏ, ତା’ହେଲେ ଅପରାଧିକ ମାମଲାରେ ସେମାନେ ଫସିବେ ବୋଲି ଭାରତ ସରକାର ସ୍ପଷ୍ଟ କରିଛନ୍ତି। ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦନ ପ୍ରାପ୍ତ ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକଙ୍କୁ ଭାରତରେ ମଧ୍ୟ ପ୍ରବେଶ ପାଇଁ ଅନୁମତି ମିଳିବ।

ଭାରତ ସରକାର କହିଛନ୍ତି, ଟିକାକରଣ ଶେଷ ହେବାର ୧୫ ଦିନ ପରେ ହିଁ ଭାରତ ଆସିଲେ କ୍ୱାରେଣ୍ଟିନ ନିୟମ ଲାଗୁ ହେବନି। ଗାଇଡଲାଇନରେ ଦର୍ଶାଯାଇଛି, ବିଶ୍ୱରେ ଏମିତି କିଛି ଦେଶ ଅଛନ୍ତି ଯେଉଁମାନଙ୍କୁ ଭାରତ ଦ୍ୱାରା ରିସ୍କ ଶ୍ରେଣୀରେ ରଖାଯାଇଛି। ଏହାର ଅର୍ଥ ସେଠାରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ ସମେତ ଅତିରିକ୍ତ କଟକଣାର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ଚାଇନା, ମରିସସ୍, ନ୍ୟୁଜିଲ୍ୟାଣ୍ଡ, ଜିମ୍ବାୱେ ଓ ସିଙ୍ଗାପୁର ରହିଛନ୍ତି।

ଅନ୍ୟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ବିମାନବନ୍ଦରରୁ ବିନା ଯାଞ୍ଚରେ ଭାରତରେ ପ୍ରବେଶ ପାଇଁ ଅନୁମତି ମିଳିବ। ଯେଉଁମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମତି ପାଇଥିବା ଟିକା ନେଇଥିବେ, ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ।

ଗାଇଡଲାଇନରେ ଆହୁରି କୁହାଯାଇଛି ଯେ ଯଦି କୌଣସି ଯାତ୍ରୀ ଟିକାର ଗୋଟିଏ ଡୋଜ୍‌ ନେଇଛନ୍ତି ବା ଆଦୌ ଟିକା ନେଇ ନାହାନ୍ତି, ତା’ହେଲେ ସେମାନଙ୍କୁ କରୋନା ପରୀକ୍ଷା ପାଇଁ ନମୁନା ଦେବାକୁ ପଡ଼ିବ। ଏହାର ରେଜଲ୍ଟ ଆସିବା ପରେ ସେମାନଙ୍କୁ ବିମାନ ବନ୍ଦର ଛାଡ଼ିବାକୁ ଅନୁମତି ମିଳିବ।

ଏପରି ଯାତ୍ରୀଙ୍କୁ ସାତ ଦିନ ସଙ୍ଗରୋଧରେ ରହିବାକୁ ହେବ। ୮ମ ଦିନରେ ପୁଣିଥରେ କୋଭିଡ ପରୀକ୍ଷା ହେବ। ଯଦି ରିପୋର୍ଟ ନେଗେଟିଭ ଆସିବ, ତା’ହେଲେ ସେମାନଙ୍କୁ ଆଉ ୭ ଦିନ ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯିବ।

ଏହି ନିୟମକୁ ଆଧାର କରି ସୋମବାର ଠାରୁ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ଭାରତ ସରକାର ଡୋର ଖୋଲିଛନ୍ତି। ଇଣ୍ଡିଆନ୍ ଟୁରିଜିମ୍ ପକ୍ଷରୁ ସୋମବାର ମୁମ୍ବାଇରେ ପ୍ରଥମ ବ୍ୟାଚ୍ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ସ୍ୱାଗତ କରାଯାଇଥିଲା। ଏହି ଯାତ୍ରୀମାନେ ଏୟାର ଫ୍ରାନ୍ସ ବିମାନ AF 218 ରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ।

The post ୯୯ ଦେଶ ପାଇଁ କ୍ୱାରେଣ୍ଟିନ କଟକଣା ହଟାଇଲା ଭାରତ appeared first on Odisha Reporter.



from Odisha Reporter https://ift.tt/3Fi8Q4e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages