ଲକ୍ଷ୍ନୌ: ‘ମୁ ମରିବା ପରେ ମୋତେ ପୋତିବନି। ମୋ ମୃତ ଶରୀରକୁ ପୋଡି ଦେବ। ହିନ୍ଦୁ ଧର୍ମ ଅନୁଯାୟୀ ମୋର ଅନ୍ତିମ ସଂସ୍କାର କରିବ।’ ଆଜି କିଛି ଏଭଳି କହିଛନ୍ତି ଶିଆ ସେଣ୍ଟ୍ରାଲ ୱାକ୍କଫ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ୱସିମ ରୀଜଭି। କେବଳ ସେତିକି ନୁହେଁ ଡାସନା ମନ୍ଦିରର ମହନ୍ତ ନରସିମ୍ହା ନନ୍ଦ ସରସ୍ୱତୀ ତାଙ୍କୁ ମୁଖାଗ୍ନି ଦିଅନ୍ତୁ ବୋଲି ସେ ଇଚ୍ଛା ପ୍ରକାଶ କରିଛନ୍ତି। ଏନେଇ ସେ ନି ହ୍ୱିଲ୍ (ୱସିୟତ୍ନାମା) ରେ ଉଲ୍ଲେଖ କରିଛନ୍ତି।
ଏକ ଭିଡିଓ ଜାରି କରି ଶିଆ ସେଣ୍ଟ୍ରାଲ ୱାକ୍କଫ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ୱସିମ ରୀଜଭି, ମୁସ୍ଲିମମାନେ ତାଙ୍କୁ ଭାରତ ଏବଂ ଭାରତ ବାହାରେ ହତ୍ୟା କରିବା ସହ ତାଙ୍କୁ ମୁଣ୍ଡକାଟି ଦେବାକୁ ଷଡଯନ୍ତ୍ର ରଚିଥିବା ସେ ଅଭିଯୋଗ ଆଣିଛନ୍ତି। ଏଥିସହ ତାଙ୍କ ଉପରେ ମୁସଲମାନମାନେ ପୁରସ୍କାର ରଖିଥିବା ସେ କହିଛନ୍ତି।
ମୋର ଅପରାଧ କେବଳ ଏତିକି ଯେ, ମୁଁ ସୁପ୍ରିମକୋର୍ଟରେ ୨୬ଟି ଆୟତଙ୍କୁ ଚ୍ୟାଲେଞ୍ଜ କରିଛି, ଯାହା ମାନବିକତା ପ୍ରତି ଘୃଣା ବିସ୍ତାର କରେ। ବର୍ତ୍ତମାନ ମୁସଲମାନମାନେ ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି ଏବଂ ଘୋଷଣା କରିଛନ୍ତି ଯେ ସେମାନେ ମୋତେ କୌ ଣସି ସମାଧିସ୍ଥଳରେ ସ୍ଥାନ ଦେବେ ନାହିଁ ବୋଲି ରୀଜଭି କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ‘ମୋର ମୃତ୍ୟୁ ପରେ ଶାନ୍ତି ବଜାୟ ରହିବା ଉଚିତ୍, ତେଣୁ ମୁଁ ଏକ ହ୍ୱିଲ୍ ଲେଖିଛି ଯେ ମୋର ହିନ୍ଦୁ ରୀତିନୀତି ଅନୁଯାୟୀ ଅନ୍ତିମ ସଂସ୍କାର କରାଯିବା ଉଚିତ। ଏବଂ ନରସିମ୍ହା ନନ୍ଦ ସରସ୍ୱତୀ ଜୀ ମୋର ଚିତାରେ ମୁଖାଗ୍ନି ଦେବେ, ଏଥିପାଇଁ ମୁଁ ତାଙ୍କୁ ଅନୁମତି ଦେଇଛି।’
ବାସ୍ତବରେ ୱସିମ ରୀଜଭି ମୁସଲିମ ଧର୍ମଗ୍ରସ୍ତ କୁରାନରୁ ୨୬ଟି ଆୟତେ ହଟାଇବା ପାଇଁ ଦାବି କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ତାଙ୍କର ଏହି ଆବେଦନକୁ ଖାରଜ କରିଦେଇଥିଲେ। ସେବେଠାରୁ ରୀଜଭି ମୁସଲମାନ ସଂଗଠନ ଏବଂ ମୁସଲମାନ ସମ୍ପ୍ରଦାୟର ଟାର୍ଗେଟରେ ରହିଆସିଛନ୍ତି। ମୁସଲିମ ସଂଗଠନମାନେ ମଧ୍ୟ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। କେବଳ ଏତିକି ନୁହେଁ, ମୁସଲମାନ ସଂଗଠନମାନେ କହିଛନ୍ତି ଯେ ଇସଲାମ ଏବଂ ସିଆ ସମ୍ପ୍ରଦାୟ ସହିତ ରୀଜଭିଙ୍କର କୌଣସି ସମ୍ପର୍କ ନାହିଁ। ମୁସଲମାନ ସଂଗଠନ ରିଜଭିଙ୍କୁ ଉଗ୍ରବାଦୀ ତଥା ମୁସଲମାନ ବିରୋଧୀ ସଂଗଠନର ଏଜେଣ୍ଟ ବୋଲି କହିଛନ୍ତି।
The post ମୋତେ ପୋତି ବନି, ପୋଡ଼ି ଦେବ: ୱସିମ ରୀଜଭି appeared first on Odisha Reporter.
from Odisha Reporter https://ift.tt/3caroHh
No comments:
Post a Comment