ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପଥର ଖଣିରେ କାମ କରୁଥିବା ବେଳେ ପଥର ଦେହରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ପୁଆଣିଆ ଗାଁ ନିକଟ ପଥର ଖଣିରେ। ମୃତ ଯୁବକ ଜଣକ ହେଲେ କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ନରସିଂହପୁର ଗାଁର ସୁଶାନ୍ତ ଦାସ।
ସୂଚନାଯୋଗ୍ୟ, ସୁଶାନ୍ତ ପୁଆଣିଆ ପଥର ଖଣିରେ ଶ୍ରମିକ ଭାବେ କାମ କରୁଥିଲେ। ଆଜି ସକାଳେ ସେ ପଥର ଖାଦାନକୁ କାମ କରିବାକୁ ଯାଇଥିଲେ। ପଥର ଖାଦାନରେ କାମ କରୁଥିବା ସମୟରେ ତାଙ୍କ ଉପରେ ପଥର ଧସେଇ ପଡ଼ିଥିଲା। ସେ ପଥର ଦେହରେ ଉପରେ ଚାପି ହୋଇ ଯାଇଥିଲେ। ଗୁରୁତର ଅବସ୍ଥାରେ ସୁଶାନ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବର୍ଷାଯୋଗୁ ପଥର ଧସିହୋଇ ପଡିଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
The post ଖଣିରେ କାମ କରୁଥିଲେ, ଉପରୁ ପଡ଼ିଲା ପଥର appeared first on Odisha Reporter.
from Odisha Reporter https://ift.tt/322fH3v
No comments:
Post a Comment