ଭୁବନେଶ୍ୱରରୁ ସୁପାରୀ କିଲର ଗିରଫ, ସକାଳୁ ସକାଳୁ ଜଣେ ବ୍ୟବସାୟୀଙ୍କୁ ମାରିବାକୁ ଛକି ବସିଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 27, 2021

ଭୁବନେଶ୍ୱରରୁ ସୁପାରୀ କିଲର ଗିରଫ, ସକାଳୁ ସକାଳୁ ଜଣେ ବ୍ୟବସାୟୀଙ୍କୁ ମାରିବାକୁ ଛକି ବସିଥିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆଜି ମର୍ଣ୍ଣିଂୱାକ୍‌ରେ ବାହାରିଥିଲେ ଜଣେ ବ୍ୟବସାୟୀ। ସେ ଜାଣି ନଥିଲେ, ତାଙ୍କୁ ମାରିବାକୁ ଛକି ବସିଥିଲା ଜଣେ ସୁପାରୀ କିଲର। ହେଲେ ପୁଲିସ୍ ଜାଣିଥିଲା। ଆଉ ସୁପରୀ କିଲର କିଛି ଅଘଟଣ ଘଟାଇବା ପୂର୍ବରୁ ତାକୁ ଧରି ନେଇଥିଲା ପୁଲିସ୍।

ଧରା ପଡ଼ିଥିବା ଏହି ସୁପାରୀ କିଲରର ନାଁ ସମ୍ପଦ କୁମାର ସାହୁ। ତା’ ଘର ଜଗତସିଂହପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ତା’ ନାଁରେ ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାରେ ଏକାଧିକ ମାମଲା ଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ନୟାପଲ୍ଲୀର ଆଇଆରସି ଭିଲେଜ୍ ସ୍ଥିତ ସ୍ୱପ୍ନେଶ୍ୱର ମନ୍ଦିର ନିକଟରୁ ଏହି ସୁପାରୀ କିଲରକୁ ଗିରଫ କରାଯାଇଛି। ସେ ସେହି ମନ୍ଦିର ନିକଟରେ ଉକ୍ତ ବ୍ୟବସାୟୀଙ୍କୁ ମାରିବାକୁ ଯୋଜନା କରିଥିଲା। ତାକୁ ଧରିବାକୁ ହୋଇଥିବା ଅପରେସନ୍‌ ବେଳେ ଜଣେ ସବ୍‌ଇନ୍ସପେକ୍ଟର ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି। ସୁପାରୀ କିଲର ବନ୍ଧୁକ ଦେଖାଇ ସେଠାରୁ ଫେରାର ହେବାକୁ ଉଦ୍ୟମ କରିଥିଲା। ତା’ଠାରୁ ଦୁଇଟି ବନ୍ଧୁକ ଓ କିଛି ଗୁଳି ଜବତ କରାଯାଇଛି।

ସୁପାରୀ କିଲରକୁ ଗିରଫ କରିବା ପରେ ନୟାପଲ୍ଲୀ ଥାନାର ଏକ ସ୍ପେଶାଲ ଟିମ୍ ଘଟଣାର ତଦନ୍ତ କରୁଛି। ସେ କାହିଁକି ଉକ୍ତ ବ୍ୟବସାୟୀଙ୍କୁ ମାରିବାକୁ ଯୋଜନା କରିଥିଲେ, ତାଙ୍କୁ ମାରିବାକୁ ତାକୁ କେହି ସୁପାରୀ ଦେଇଥିଲେ କି ନାହିଁ, ସେ ଏକା ଥିଲା ନା ତା’ ସହିତ ଆଉ କେହି ଥିଲେ, ତା’ ନାଁରେ ଆଉ କେଉଁ ଥାନାରେ କି ମାମଲା ରହିଛି- ଏସବୁର ତଦନ୍ତ କରୁଛି ଏହି ଟିମ୍।

The post ଭୁବନେଶ୍ୱରରୁ ସୁପାରୀ କିଲର ଗିରଫ, ସକାଳୁ ସକାଳୁ ଜଣେ ବ୍ୟବସାୟୀଙ୍କୁ ମାରିବାକୁ ଛକି ବସିଥିଲା appeared first on Odisha Reporter.



from Odisha Reporter https://ift.tt/3lfTm9k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages