ବରଫରେ ଅବତରଣ କଲା ବିମାନ, ରଚିଲା ଇତିହାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 27, 2021

ବରଫରେ ଅବତରଣ କଲା ବିମାନ, ରଚିଲା ଇତିହାସ

ନୂଆଦିଲ୍ଲୀ: ବରଫରେ ଓହ୍ଲାଇଲା ବିମାନ। ପ୍ରଥମ ଥର ପାଇଁ ଆଣ୍ଟାର୍କଟିକା ବରଫ ଉପରେ ଅବତରଣ କରି ଇତିହାସ ରଚିଲା ହାଇ ଫ୍ଲାଏ ନାମକ ଏକ ବିମାନ କମ୍ପାନୀ। ଏୟାରବସ୍ A340 ବିମାନ ବରଫରେ ପ୍ରଥମ ଥର ଅବତରଣ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକ କମ୍ପାନୀ ହାଏ ଫ୍ଲାଏ ନଭେମ୍ବର ୨ ରେ ଏହି କୀର୍ତ୍ତିମାନ ହାସଲ କରି ରେକର୍ଡ କରିବା ପରେ ବର୍ତ୍ତମାନ ଏହାର ଭିଡିଓ ରିଲିଜ କରିଛି।

ସୂଚନା ଅନୁଯାୟୀ, ହାଏ ଫ୍ଲାଏ କମ୍ପାନୀ ଏୟାରବସ୍ A340 ସହିତ ଦକ୍ଷିଣ ଆଫ୍ରିକାର କେପଟାଉନରୁ ଯାତ୍ରା କରିଥିଲା। ପ୍ରାୟ ପାଞ୍ଚ ଘଣ୍ଟା ଯାତ୍ରା ପରେ ଏହି ବିମାନଟି ଆଣ୍ଟାର୍କଟିକାରେ ଅବତରଣ କରିଥିଲା।

ଆଣ୍ଟାର୍କଟିକାରେ ଅଧିକାଂଶ ସମୟରେ ବରଫର ମୋଟା ସ୍ତର ଜମି ରହିଥାଏ। ଏଭଳି ପରିସ୍ଥିତିରେ ବରଫ ଉପରେ ରନୱେ ତିଆରି କରିବା ଏବଂ ଏୟାରବସ୍ ପରି ବିମାନ ଅବତରଣ କରିବା ଏକ ବଡ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ। ୨୦୧୯ ରୁ ୨୦୨୦ ମଧ୍ୟରେ, ୨୯୦ ଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ୨୨୩ ଫୁଟ ଲମ୍ବା ଏହି ବିମାନ ୬ଥର ରୀକ୍ଷଣ ପରେ ବରଫ ଉପରେ ଅବତରଣ କରିଛି। ଏଥିପାଇଁ କମ୍ପାନୀ ତିନି ହଜାର ଫୁଟ ଲମ୍ବର ରନୱେ ନିର୍ମାଣ କରିଥିଲା।

ହାଇ ଫ୍ଲାଏ କମ୍ପାନୀ ଅନୁଯାୟୀ ଆଣ୍ଟାର୍କଟିକା ବର୍ତ୍ତମାନ ଉଦୀୟମାନ ପର୍ଯ୍ୟଟନ ସ୍ଥଳ ପାଲଟିଛି। ଏଠାରେ କମ୍ପାନୀ ଅନେକ ପ୍ରୋଜେକ୍ଟ ଉପରେ କାମ କରେ। ଏହା ବିମାନ ଏବଂ ଏୟାର କ୍ରୁ କୁ ଭଡାରେ ନିଏ ଏବଂ ସେମାନଙ୍କର ବୀମା, ରକ୍ଷଣାବେକ୍ଷଣର ଯତ୍ନ ନିଏ। ଆଣ୍ଟାର୍କଟିକାରେ କାର୍ଯ୍ୟ କରୁଥିବା ଉଲ୍‌ଫ ଗ୍ୟାଙ୍ଗ ନାମକ ଏକ ଆଡଭେଞ୍ଚର କ୍ୟାମ୍ପ ଦ୍ୱାରା ଏହି ବିମାନକୁ ଟ୍ରେନିଂ ଦିଆଯାଇଥିଲା।

କ୍ୟାପଟେନ୍‌ କାର୍ଲୋସ୍‌ ମିରପୁର ଆଣ୍ଟାର୍କଟିକାର ବରଫ ଉପରେ ବିମାନକୁ ଲ୍ୟାଣ୍ଡ କରାଇଥିଲେ। କାର୍ଲୋସ ମିରପୁରୀ ହାଏ ଫ୍ଲାଏ କମ୍ପାନୀର ଉପାଧ୍ୟକ୍ଷ ଅଟନ୍ତି। କାର୍ଲୋସ୍‌ ହିଁ ପୁଣିଥରେ କେପଟାଉନ୍‌ରୁ ରିଟର୍ନ ଫ୍ଲାଇଟ୍ ନେଇଥିଲେ । ବିମାନର କ୍ୟାପଟେନ ଆଣ୍ଟାର୍କଟିକାରେ ପ୍ରାୟ ୩ ଘଣ୍ଟା ବିତାଇଥିଲେ।

ଏହାପୂର୍ବରୁ ୧୯୮୨ ମସିହାରେ ଅଷ୍ଟ୍ରେଲିଆର ସାମରିକ ପାଇଲଟ ତଥା ଏକ୍ସପ୍ଲୋରର ଜର୍ଜ ହୁବର୍ଟ ପ୍ରଥମ ଥର ପାଇଁ ଆଣ୍ଟାର୍କଟିକା ଅଭିମୁଖେ ବିମାନ ଯାତ୍ରା କରିଥିଲେ। ଆଣ୍ଟାର୍କଟିକାରେ କୌଣସି ବିମାନବନ୍ଦର ନାହିଁ, କିନ୍ତୁ ସେଠାରେ ପ୍ରାୟ ୫୦ ଟି ଅବତରଣ ଷ୍ଟ୍ରିପ୍ ଏବଂ ରନୱେ ଅଛି।

The post ବରଫରେ ଅବତରଣ କଲା ବିମାନ, ରଚିଲା ଇତିହାସ appeared first on Odisha Reporter.



from Odisha Reporter https://ift.tt/3HX6CcF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages