ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ଅଫ୍ଲାଇନ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପାସ୍ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଝିଅଙ୍କ ପାସ୍ ହାର ୬୭.୭୬% ଥିବା ବେଳେ ପୁଅଙ୍କ ପାସ୍ ହାର ରହିଛି ୬୨.୭%। ଅନ୍ୟପକ୍ଷରେ ମୋଟ ପାସ୍ ହାର ୬୮.୬୬ % ରହିଛି।
କଳାରେ ୬ ହଜାର ୩୧୦, ବାଣିଜ୍ୟରେ ୪୨୨, ବିଜ୍ଞାନରେ ୧୫୦୧ ଓ ଧନ୍ଦାମୂଳକରେ ୨୨୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବହୁ ବାଧାବିଘ୍ନ ମଧ୍ୟରେ ଯୁକ୍ତ ଦୁଇ ଅଫ୍ଲାଇନ ପରୀକ୍ଷା ଫଳ ବାହାରିଛି।
ଗତକାଲି ସଂଧ୍ୟାରେ ଏହି ରେଜଲ୍ଟ ପ୍ରକାଶ ପାଇବାର ଥିଲା। କିନ୍ତୁ କୌଣସି କାରଣ ପାଇଁ ବାହାରି ପାରିନଥିଲା। ଆଜି ଯୁକ୍ତ ଦୁଇ ଅଫ୍ଲାଇନ ପରୀକ୍ଷା ଫଳ ବାହାରିବା ନେଇ ଗଣଣିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ।
ଯୁକ୍ତ ଦୁଇ ଅଫ୍ଲାଇନ୍ ପରୀକ୍ଷା ଅକ୍ଟୋବର ୧ରୁ ଆରମ୍ଭ ହୋଇ ୧୧ ତାରିଖରେ ସରିଥିଲା। ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ।୧୩,୦୪୩ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିଲେ। ୨ଟି ଇଲେକ୍ଟିଭ୍ ସବ୍ଜେକ୍ଟ ଓ ମାତୃଭାଷାରେ ପରୀକ୍ଷା ହୋଇଥିଲା।
The post ଯୁକ୍ତ ଦୁଇ ଅଫ୍ଲାଇନ ପରୀକ୍ଷା ଫଳ; ପୁଅଙ୍କୁ ପଛରେ ପକାଇଲେ ଝିଅ appeared first on Odisha Reporter.
from Odisha Reporter https://ift.tt/3oFuybI
No comments:
Post a Comment