ସ୍ୱଚ୍ଛ ସହର ସର୍ଭେ-୨୦୨୧: ପୁଣି ବାଜି ମାରିଲା ଇନ୍ଦୋର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 19, 2021

ସ୍ୱଚ୍ଛ ସହର ସର୍ଭେ-୨୦୨୧: ପୁଣି ବାଜି ମାରିଲା ଇନ୍ଦୋର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଦେଶର ସବୁଠୁ ସ୍ୱଚ୍ଛ ସହର ତାଲିକା। ସ୍ୱଚ୍ଛତା ସର୍ଭେ-୨୦୨୧ ରିପୋର୍ଟ ପ୍ରକାଶ ପାଇଛି। ଏଥିର ମଧ୍ୟ ଦେଶର ସବୁଠୁ ପରିଷ୍କାର ସହରର ଆଖ୍ୟା ପାଇଛି ଇନ୍ଦୋର। ଏହାକୁ ମିଶାଇ ଲଗାତାର ପଞ୍ଚମ ଥର ପାଇଁ ଇନ୍ଦୋର ସ୍ୱଚ୍ଛ ସହର ତାଲିକାରେ ନମ୍ବର-୧ ସ୍ଥାନ ବଜାୟ ରଖିଛି।

ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଇନ୍ଦୋର ଆବର୍ଜନା ମୁକ୍ତ ସହରର ପାଇଭ୍‌ ଷ୍ଟାର୍ ରେଟିଂ ଟାଇଟଲ୍ ମଧ୍ୟ ପାଇଛି। ଏହା ବ୍ୟତୀତ ଇନ୍ଦୋର ମ୍ୟୁନିସିପାଲିଟି କର୍ପୋରେସନ୍ ୧୨ କୋଟି ସଫେଇ ମିତ୍ର ସୁରକ୍ଷା ଚ୍ୟାଲେଞ୍ଜ ପୁରସ୍କାର ଜିତିଛି। ଏହି ପୁରସ୍କାର କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି। ସ୍ୱଚ୍ଛତା ସର୍ଭେ -୨୦୨୧ରେ, ଇନ୍ଦୋର ସହର ଏଥର ୩ଟି ପୁରସ୍କାର ପାଇଛି।

ନୂଆଦିଳ୍ଲୀର ବିଜ୍ଞାନ ଭବନରେ ଏହି ସ୍ୱଚ୍ଛତା ସର୍ବେକ୍ଷଣ-୨୦୨୧ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ର ସହର ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରି ସମେତ ଅନେକ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।  ଚଳିତ ବର୍ଷ ମଧ୍ୟପ୍ରଦେଶକୁ ୩୫ଟି ପୁରସ୍କାର ପ୍ରଦାନ କରାଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଲଗାତାର ଚାରିଥର ଇନ୍ଦୋର ଦେଶର ସବୁଠାରୁ ସ୍ୱଚ୍ଛ ସହର ଭାବେ ପୁରସ୍କୃତ ହୋଇସାରିଛି। ଚାରିଥର ପରିଷ୍କାର ପରିଚ୍ଛନ୍ନତା ପାଇଁ ଇନ୍ଦୋର ଏକ ନମ୍ବର ପୁରସ୍କାର ପାଇଛି। ଏହା ପଛରେ ଇନ୍ଦୋର ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ସଫେଇ ମିତ୍ରଙ୍କ ଦିନରାତି କଠିନ ପରିଶ୍ରମ ରହିଛି।

The post ସ୍ୱଚ୍ଛ ସହର ସର୍ଭେ-୨୦୨୧: ପୁଣି ବାଜି ମାରିଲା ଇନ୍ଦୋର appeared first on Odisha Reporter.



from Odisha Reporter https://ift.tt/3lf6cF1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages