ମେଲବର୍ଣ୍ଣ: ଆସନ୍ତାବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଏବେଠାରୁ ୭ଟି ଭେନ୍ୟୁ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ଭାରତ ଟି-୨୦ ବିଶ୍ୱକପର ଆୟୋଜନ ୟୁଏଇରେ କରିଥିବା ବେଳେ ଏଥିରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଛି। ଆସନ୍ତାବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ଆୟୋଜନର ଦାୟିତ୍ୱ ଅଷ୍ଟ୍ରେଲିଆକୁ ମିଳିଛି।
ଏଥିପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଏବେଠାରୁ ହିଁ ଫୁଲଦମରେ କାମରେ ଲାଗିପଡ଼ିଛି। ଆଇସିସି ଓ କ୍ରିକେଟ ଅଷ୍ଟ୍ରେଲିଆ ବିଶ୍ୱକପ ପାଇଁ ୭ଟି ପଡ଼ିଆ ଚିହ୍ନଟ କରିଛି। ଏହି ୭ ପଡ଼ିଆରେ ମୁଖ୍ୟ ମ୍ୟାଚ୍ ସହ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ଭଳି ଦଳ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ମଧ୍ୟ ଖେଳିବେ।
୨୦୨୦ରେ ଟି-୨୦ ବିଶ୍ୱକପ ଆୟୋଜନ ପାଇଁ ଅଷ୍ଟ୍ରେଲିଆ ଦାୟିତ୍ୱ ପାଇଥିଲା। କିନ୍ତୁ ମହାମାରୀ କରୋନା ପାଇଁ ଏହାକୁ ୨୦୨୨ରେ କଙ୍ଗାରୁ ଟିମ ଆୟୋଜନ କରିବାକୁ ଯାଉଛି। ଆସନ୍ତାବର୍ଷ ଅକ୍ଟୋବର ୧୬ରୁ ନଭେମ୍ବର ୧୩ ଯାଏ ଟି-୨୦ ବିଶ୍ୱକପ ଖେଳାଯିବ। ମୋଟ ୪୫ଟି ମ୍ୟାଚ୍ ଆଡିଲେଡ, ବ୍ରିସବେନ, ଗୀଲଙ୍ଗ, ହୋବାର୍ଟ, ମେଲବର୍ଣ୍ଣ, ପର୍ଥ ଓ ସିଡ୍ନୀରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଐତିହାସିକ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ସିଡ୍ନୀ ଓ ଆଡିଲେଡରେ ସେମି ଫାଇନାଲ ମ୍ୟାଚ୍ ଖେଳାଯିବ।
ଟୁର୍ଣ୍ଣାମେଣ୍ଟର ଆୟୋଜନ ଦାୟିତ୍ୱ ନେଇଥିବା କ୍ରିସ ଟେଟଲୀ କହିଛନ୍ତି, “ବିଶ୍ୱକପରେ ୧୨ଟି ଟିମ୍ ଭାଗ ନେବେ। କିଛି ଦଳ ସୁପର ୧୨ରେ ପ୍ରବେଶ କରି ସାରିଥିବା ବେଳେ ଆମେ କେବଳ ବାକି ଦଳଙ୍କୁ ଅପେକ୍ଷା କରିଛୁ। ଏଥିସହ ଟୁର୍ଣ୍ଣାମେଣ୍ଟର ଫର୍ମାଟ ଉପରେ ମଧ୍ୟ ନଜର ରହିଛି। ଅଷ୍ଟ୍ରେଲିଆକୁ ଆଇସିସି ଇଭେଣ୍ଟ ଫେରିବା ଆମ ପାଇଁ ଖୁସିର ବିଷୟ। ଏହାକୁ ଆମେ ଅପେକ୍ଷା କରି ରହିଛୁ।”
ସୂଚନାଯୋଗ୍ୟ, ଚଳିତ ବର୍ଷ ଅନୁଷ୍ଠିତ ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରି ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ ଜିତିବାକୁ ସକ୍ଷମ ହୋଇଛି। ଆସନ୍ତାବର୍ଷ ଦଳ ଘରୋଇ ପରିବେଶରେ ମ୍ୟାଚ୍ ଖେଳିବ। ତେଣୁ ଅଷ୍ଟ୍ରେଲିଆ ପୁଣି ଟ୍ରଫି ଜିତିବାର ସମ୍ଭାବନା ରହିଛି।
The post ୨୦୨୨ ଟି-୨୦ ବିଶ୍ୱକପ ପାଇଁ ଚିହ୍ନଟ ହେଲା ୭ ଷ୍ଟାଡିୟମ, ଏହି ସ୍ଥାନରେ ଖେଳାଯିବ ଫାଇନାଲ appeared first on Odisha Reporter.
from Odisha Reporter https://ift.tt/3Fk3khr
No comments:
Post a Comment