ଘର ଭାଙ୍ଗିଦେଲା ହାତୀ, ଶିଶୁ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 15, 2021

ଘର ଭାଙ୍ଗିଦେଲା ହାତୀ, ଶିଶୁ ଗୁରୁତର

କୋଇଡା(ସୁନୀଲ ପଣ୍ଡା): ସୁନ୍ଦରଗଡ଼ କୋଇଡା ଅଞ୍ଚଳରେ ପୁଣୀ ହାତୀ ଆତଙ୍କ। ଘର ଭାଙ୍ଗିଦେଲା ହାତୀ।  ହାତୀ ଆକ୍ରମଣରେ ଜଣେ ଶିଶୁ ଗୁରୁତର ହୋଇ ପଡିଛି।

ଆଜି ଭୋରୁ କୋଇଡା ରେଞ୍ଜ ଅନ୍ତର୍ଗତ କାଦଢିଆ ଗାଁର ଏମ୍ସି ବସ୍ତିରେ ୧୮ ଟିକିଆ ହାତୀପଲ ଆସି ଘର ଭାଙ୍ଗି ପୂରା ନଷ୍ଟ କରିଦେଇଛନ୍ତି।  ଫଳରେ ଗୋଟିଏ ପରିବାରର କିଛି ସଦସ୍ୟ ଭଙ୍ଗା କାନ୍ଥ ତଳେ ଚାପି ହୋଇଯାଇଥିଲେ।

ଏହି ସଦସ୍ୟଙ୍କ ଭିତରେ ଜଣେ ଶିଶୁ ମଧ୍ୟ ଥିଲା। ଉକ୍ତ ଶିଶୁଟି ଏବେ ଗୁରୁତର ହୋପଡିଛି।  ଶିଶୁକୁ ପଡୋଶୀ ଉଦ୍ଧାର କରି ରାଉରକେଲା ଆଇଜିଏଚ୍‌ରେ ଭର୍ତ୍ତି କରିଛନ୍ତି। ସେପଟେ ପରିବାର ଅନ୍ୟ ୭ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଦିନକୁ ଦିନ ବଢ଼ି ଚାଲିଛି ହାତୀ ଉପଦ୍ରବ। ବିନିକା ଅଞ୍ଚଳରେ ମଧ୍ୟ ୪୦ ଟିକିଆ ହାତୀ ପଲ ମାତିଛନ୍ତି । ଦୁଇ ଦିନ ହେଲା ଏହି ହାତୀ ପଲ ଉତ୍ପାତ ମଚାଇଛନ୍ତି।  ଫଳରେ ଚାଷୀଙ୍କ ଶହ ଶହ ଏକର ଫସଲ ନଷ୍ଟ ହୋଇଯାଇଛି।

ହାତୀ ଉପଦ୍ରବ ଯୋଗୁ ବିନିକା ବ୍ଲକର ସେଲେଡି, ଝରାପଡା, ତୁଲୁଣ୍ଡୁପାଲି, ଗରିଆପାଲି ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ଫସଲ।  ସଂଧ୍ୟା ହେଲେ ହାତୀ ପଲ ମାଡି ଆସୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

The post ଘର ଭାଙ୍ଗିଦେଲା ହାତୀ, ଶିଶୁ ଗୁରୁତର appeared first on Odisha Reporter.



from Odisha Reporter https://ift.tt/3njjFN8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages