‘କଙ୍ଗନାଙ୍କ ନିକଟରୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ଆଣ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 12, 2021

‘କଙ୍ଗନାଙ୍କ ନିକଟରୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ଆଣ’

ନୂଆଦିଲ୍ଲୀ: ନିକଟରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା କଙ୍ଗନା ରଣାୱତଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ନିଜ ବିବାଦୀୟ ବୟାନକୁ ନେଇ ଚାରି ଆଡ଼ୁ ସମାଲୋଚନାର ଶିକାର ହେଉଛନ୍ତି କଙ୍ଗନା । ଏପରିକି କଙ୍ଗନାଙ୍କ ବୟାନ କାହାର ହଜମ ହେଉନି। ଗତକାଲି ବିଜେପି ସାଂସଦ ବରୁଣ ଗାନ୍ଧୀ କଙ୍ଗନାଙ୍କୁ ଦେଶଦ୍ରୋହୀ କହିବାକୁ ପଛାଇ ନ ଥିଲେ । ଏପରିକି ତାଙ୍କ ଚିନ୍ତାଧାରାକୁ ପାଗଳାମି କିମ୍ବା ଦେଶଦ୍ରୋହ ବୋଲି କହିବା ଉଚିତ୍ ବୋଲି ମଧ୍ୟ କହିଥିଲେ ବରୁଣ।

ଏହାପରେ ଆଜି କଙ୍ଗନାଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ଆନନ୍ଦ ଶର୍ମା  । ଦେଶ ସ୍ୱାଧୀନତା ପାଇଁ ନିଜ ଜୀବନକୁ ଜଳାଞ୍ଜଳୀ ଦେଇଥିବା ଜନନାୟକଙ୍କ ପାଇଁ କଙ୍ଗନାଙ୍କ ଏପରି ବୟାନକୁ କେବେ ବି ବରଦାସ୍ତ କରାଯିବନି। ତାଙ୍କ ନିକଟରୁ ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାର ଫେରାଇ ନେବା ଉଚିତ ବୋଲି ଦାବି ଜଣାଇଛନ୍ତି ଆନନ୍ଦ ଶର୍ମା  । ଏଥିସହ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟ୍ୟାଗ୍‌ କରିଛନ୍ତି।

ଆନନ୍ଦ ଶର୍ମା  ଟ୍ୱିଟ କରି ଲେଖିଛନ୍ତି, କଙ୍ଗନାଙ୍କ ବୟାନ ମହାତ୍ମା ଗାନ୍ଧୀ, ପଣ୍ଡିତ ଜବହାରଲାଲ ନେହରୁ ଓ ସର୍ଦ୍ଦାର ପଟେଲଙ୍କ ପରି ସ୍ୱାଧୀତନା ସଂଗ୍ରାମୀ ତଥା ସର୍ଦ୍ଦାର ଭଗତ ସିଂହ, ଚନ୍ଦ୍ରଶେଖର ଆଜାଦ ଓ ଅନ୍ୟ କ୍ରାନ୍ତିକାରୀଙ୍କ ବଳିଦାନକୁ ଅପମାନ କରିବା ସହ ସମାନ । ତେଣୁ ରାଷ୍ଟ୍ରପତି ମହୋଦୟ କଙ୍ଗନାଙ୍କୁ ପ୍ରଦାନ କରିଥିବା ପଦ୍ମଶ୍ରୀ ପୁରସ୍କାର ତୁରନ୍ତ ପ୍ରତ୍ୟାହାର କରିବା ଦରକାର।”

ଏଥିସହ ସେ କହିଛନ୍ତି,  “ଏପରି ସମ୍ମାନ ପାଇବାକୁ ଯୋଗ୍ୟ ଘୋଷିତ ବ୍ୟକ୍ତିଙ୍କର ପ୍ରଥମେ ମନୋବୈଜ୍ଞାନିକଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯିବା ଉଚିତ। ଯାହାଦ୍ୱାରା ସେମାନେ ଭବିଷ୍ୟତରେ  ଦେଶ ତଥା ଏହା ପାଇଁ ଜୀବନ ଉତ୍ସର୍ଗ କରିଥିବା ଜନନାୟକଙ୍କୁ ଅପମାନିତ କରିବେ ନାହିଁ ।”

ଏହି ବିଷୟରେ ପ୍ରଧାନମନ୍ତ୍ରୀ ମୁହଁ ଖୋଲି କଙ୍ଗନାଙ୍କ ବିଚାରଧାରା ଉପରେ ନିଜ ମତକୁ ସ୍ପଷ୍ଟ କରିବା ଉଚିତ।  ଯଦି ପ୍ରଧାନମନ୍ତ୍ରୀ କଙ୍ଗନାଙ୍କ ମତକୁ ସମର୍ଥନ ଜଣାଉ ନାହାନ୍ତି ତାହା ହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଛନ୍ତି ଆନନ୍ଦ ଶର୍ମା।

କଙ୍ଗନା ରଣାୱତ ଓ ଆନନ୍ଦ ଶର୍ମା।

ସୂଚନାଯୋଗ୍ୟ,  ନିକଟରେ କଙ୍ଗନା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ, ‘ସାବରକର, ରାଣୀ ଲକ୍ଷ୍ମୀବାଇ, ନେତା ସୁଭାଷ ଚନ୍ଦ୍ର ବୋଷଙ୍କ ପରି ଲୋକମାନେ ଜାଣିଥିଲେ ଯେ ରକ୍ତ ବହିବ। କିନ୍ତୁ ଏହା ମଧ୍ୟ ମନେରଖ ଯେ ହିନ୍ଦୁସ୍ତାନୀ-ହିନ୍ଦୁସ୍ତାନୀଙ୍କ ରକ୍ତ ବୁହାଇବା ଉଚିତ୍ ନୁହେଁ। ଅବଶ୍ୟ ସେ ସ୍ୱାଧୀନତା ପାଇଁ ମୂଲ୍ୟ ଦେଇଥିଲେ। କିନ୍ତୁ ତାହା ସ୍ୱାଧୀନତା ନଥିଲା, ତାହା ଭିକ ଥିଲା। ଦେଶ ୨୦୧୪ରେ ପ୍ରକୃତ ସ୍ୱାଧୀନତା ପାଇଛି। ଯେତେବେଳେ ପ୍ରଧାମନ୍ତ୍ରୀ ମୋଦି ଦେଶ ଶାସନ ଭାର ସମ୍ଭାଳି ଥିଲେ।’   ଏପରି ଉସକାଇବା ମନ୍ତବ୍ୟ ପାଇଁ କଙ୍ଗନା ପଙ୍ଗା କୁଇନ୍‌ ଭାବେ ବେଶ୍‌ ପରିଚିତ। ଏପରିକି ଟ୍ୱିଟର ପୂର୍ବରୁ ତାଙ୍କ  ଆକାଉଣ୍ଟକୁ ବନ୍ଦ କରି ସାରିଛି।

କଙ୍ଗନାଙ୍କ ଏହି ବୟାନର ଭିଡିଓକୁ ଟୁଇଟ୍ କରି ବରୁଣ ଗାନ୍ଧୀ ତାଙ୍କୁ ଟାର୍ଗେଟ କରିଥିଲେ। ସେ ଲେଖିଥିଲେ, ‘କେତେବେଳେ ମହାତ୍ମା ଗାନ୍ଧୀଙ୍କ ବଳିଦାନ ଏବଂ ତପସ୍ୟାକୁ ଅପମାନ ତ ଆଉ କେତେବେଳେ ବେଳେବେଳେ ହତ୍ୟାକାରୀଙ୍କୁ ସମ୍ମାନ। ବର୍ତ୍ତମାନ ସହିଦ ମଙ୍ଗଲ ପାଣ୍ଡେଙ୍କଠାରୁ ରାଣୀ ଲକ୍ଷ୍ମୀବାଇ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ସୁଭାଷ ଚନ୍ଦ୍ର ବୋଷ ଏବଂ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ତିରସ୍କାର କରାଯାଇଛି। ଏଭଳି ଚିନ୍ତାଧାରା ରଖିଥିବା ବ୍ୟକ୍ତିଙ୍କୁ ପାଗଳ ନା ଦେଶଦ୍ରୋହ ବୋଲି କହିବା ଉଚିତ୍ କି?’

ସେପଟେ କଙ୍ଗନାଙ୍କ ଏଭଳି ବିବାଦୀୟ ବୟାନଙ୍କୁ ନେଇ ତାଙ୍କୁ ସୋଶାଲ ମିଡିଆରେ ଟ୍ରୋଲ କରାଯାଉଛି। ଅକାଳି ଦଳର ବରିଷ୍ଠ ନେତା  ମନଜିନ୍ଦର ସିଂହ ସିର୍‌ସା ଟ୍ୱିଟ୍‌ କରି ତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମଣିକର୍ଣ୍ଣିକାର ଚରିତ୍ରରେ ଅଭିନୟ କରିଥିବା କଳାକାର ସ୍ୱାଧୀନତାକୁ ଭିକ ବୋଲି କହିବା ଠିକ୍‌ ନୁହେଁ। ଲକ୍ଷ ଲକ୍ଷ ଲୋକ ସହିଦ ହେବା ପରେ ମିଳିଥିବା ସ୍ୱାଧୀନତାକୁ ଭିକ ବୋଲି କହୁଥିବା କଙ୍ଗନା ରଣାୱତ ମାନସିକ ଅବସ୍ଥା ଦେବାଳିଆ ହୋଇଯାଇଛି ବୋଲି ସେ କହିଛନ୍ତି।

The post ‘କଙ୍ଗନାଙ୍କ ନିକଟରୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ଆଣ’ appeared first on Odisha Reporter.



from Odisha Reporter https://ift.tt/3CbofRM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages