ଆତଙ୍କୀଙ୍କ ଟାର୍ଗେଟରେ ସାଧାରଣ ଲୋକ: ମୁକାବିଲା ପାଇଁ ଗଲେ ଆଉ ୫,୫୦୦ ଯବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 9, 2021

ଆତଙ୍କୀଙ୍କ ଟାର୍ଗେଟରେ ସାଧାରଣ ଲୋକ: ମୁକାବିଲା ପାଇଁ ଗଲେ ଆଉ ୫,୫୦୦ ଯବାନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ପ୍ରତିଦିନ ଆତଙ୍କୀଙ୍କ ଗୁଳିରେ ନିରୀହ ଲୋକଙ୍କ ଜୀବନ ଯାଉଛି। ଉପତ୍ୟକାରେ ଆତଙ୍କୀଙ୍କ ଦବଦବା ବଢ଼ୁଥିବାରୁ ଏହାର ମୁକାବିଲା କରିବା ପାଇଁ ଅତିରିକ୍ତ ଯବାନଙ୍କୁ ସେଠାକୁ ପଠା ଯାଇଛି।

ବିଏସ୍‌ଏଫ ଓ ସିଆରପିଏଫର ପ୍ରାୟ ୫,୫୦୦ ଜଣ ଯବାନ ଏବେ ଜମ୍ମୁ-କଶ୍ମୀରରେ ଆତଙ୍କୀଙ୍କ ମୁକାବିଲା କରିବେ। ମିଳିଥିବା ସୂଚନା ଅନୁଯାୟୀ, ଭାରତ ସରକାର ସିଆରପିଏଫର ୩ ହଜାର ଯବାନ ଓ ବିଏସ୍‌ଏଫର ୨୫ଶହ ଜଣ ଯବାନଙ୍କୁ ଜମ୍ମୁ-କଶ୍ମୀର ପଠାଇଛନ୍ତି।

କଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି, ଚଳିତ ବର୍ଷ ଆରମ୍ଭରୁ ଏଯାଏ ୧୩୮ ଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିବା ବେଳେ ୩୯ ଜଣ ଜୀବିତ ଧରା ପଡ଼ିଛନ୍ତି। ସେହିପରି ଉପତ୍ୟକାରେ ସେମାନଙ୍କୁ ବିଭିନ୍ନ ପ୍ରକାରର ସହାୟତା କରୁଥିବା ୭୦୦ ଓଭର ଗ୍ରାଉଣ୍ଡ ୱାର୍କସଙ୍କୁ ମଧ୍ୟ ଗିରଫ କରାଯାଇଛି। କେବଳ କଶ୍ମୀର ନୁହେଁ ଜମ୍ମୁ ଡିଭିଜନରେ ମଧ୍ୟ ଚଳିତ ବର୍ଷ ୮ ଜଣ ଆତଙ୍କୀ ନିହତ ହୋଇଛନ୍ତି ଓ ୧୬ ଜଣଙ୍କୁ ଗିରଫ କରାଯାଇଛି।

ପୂର୍ବରୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଥିଲେ। ହେଲେ ଏବେ ସାଧାରଣ ଲୋକଙ୍କ ଉପରେ ହମଲା କରୁଛନ୍ତି। ଏହାର ମୁକାବିଲା କରିବା ପାଇଁ ବିଏସ୍‌ଏଫ କଶ୍ମୀରରେ ଅତିରିକ୍ତ ୨୫ କମ୍ପାନୀ ଫୋର୍ସ ମୁତୟନ କରିଛି। ସେହିପରି ସିଆରପିଏଫ ପକ୍ଷରୁ ମଧ୍ୟ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ୨୫ କମ୍ପାନୀ ଫୋର୍ସ ପଠାଯାଇଛି।

ଆସନ୍ତା ସପ୍ତାହକ ମଧ୍ୟରେ ଆଉ ୫ କମ୍ପାନୀ ଫୋର୍ସ କଶ୍ମୀରରେ କାମ ଆରମ୍ଭ କରିବେ। ବିଭିନ୍ନ ଗାଁ ଓ ଆବାସିକ ଅଞ୍ଚଳରେ ଅଧିକରୁ ଅଧିକ ସଂଖ୍ୟକ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଉଛି। ତେବେ ସବୁ ସ୍ଥାନରେ ଯବାନଙ୍କୁ ମୁତୟନ କରିବା ମଧ୍ୟ ଗୋଟିଏ ଚ୍ୟାଲେଞ୍ଜର ବିଷୟ। ତେଣୁ ଯଥାଶୀଘ୍ର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଲକ୍ଷ୍ୟ ରଖାଯାଇଛି।

ସୂଚନାଯୋଗ୍ୟ, ବିଗତ ଦୁଇ ମାସ ମଧ୍ୟରେ କଶ୍ମୀରରେ ଆତଙ୍କବାଦୀମାନେ ୧୩ରୁ ଅଧିକ ସାଧାରଣ ଲୋକଙ୍କୁ ହତ୍ୟା କରି ସାରିଲେଣି। ବିଶେଷ କରି ବାହାର ରାଜ୍ୟରୁ ଆସିଥିବା ଲୋକମାନେ ହିଁ ସେମାନଙ୍କ ଟାର୍ଗେଟ ରହୁଛନ୍ତି। ଆତଙ୍କୀଙ୍କ ଏପରି କାଣ୍ଡର ଜବାବ ଦେବାକୁ ବିଭିନ୍ନ ସ୍ଥାନ ଉପରେ ଡ୍ରୋନ ଦ୍ୱାରା ମଧ୍ୟ ନଜର ରଖାଯାଉଛି।

The post ଆତଙ୍କୀଙ୍କ ଟାର୍ଗେଟରେ ସାଧାରଣ ଲୋକ: ମୁକାବିଲା ପାଇଁ ଗଲେ ଆଉ ୫,୫୦୦ ଯବାନ appeared first on Odisha Reporter.



from Odisha Reporter https://ift.tt/3mYAyN0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages