ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ୧୦୦ ଟଙ୍କା ବଢ଼ିଲା ଗ୍ୟାସ୍‌ ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 30, 2021

ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ୧୦୦ ଟଙ୍କା ବଢ଼ିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ: ଦେଶବାସୀଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ମିଳୁନି। ପେଟ୍ରୋଲ ଓ ଡିଜେଲର ଦର ଏବେ ବି ଆକାଶ ଛୁଆଁ ଥିବା ବେଳେ ବିଭିନ୍ନ ସାମଗ୍ରୀର ଦାମ ମଧ୍ୟ ବଢ଼ୁଛି। ଏହାକୁ ନେଇ ସାଧାରଣ ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ ଏବେ ଗ୍ୟାସ ଦାମ ବୃଦ୍ଧି କରିଛନ୍ତି ସରକାର।

ଡିସେମ୍ବର ୧ ତାରିଖ ଅର୍ଥାତ ଆଜି ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ପାଇଛି। ଆଜିଠାରୁ ଗ୍ୟାସ ଦର ସିଲିଣ୍ଡର ପିଛା ୧୦୦ ଟଙ୍କା ମହଙ୍ଗା ହୋଇଛି। ଗତ ମାସରେ ଗ୍ୟାସ ଦର ୨୬୬ ଟଙ୍କା ବଢ଼ିଥିଲା। ଚଳିତ ମାସ ଆରମ୍ଭରୁ ପୁଣିଥରେ କମ୍ପାନୀଗୁଡ଼ିକ ବ୍ୟବସାୟିକ ବା କମ୍‌ର୍ସିଆଲ ଗ୍ୟାସର ଦାମ ୧୦୦ ଟଙ୍କା ବଢ଼ାଇଛନ୍ତି। ଘରୋଇ ଗ୍ୟାସ୍‌ର ଦାମରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇନି। ଏହାର ଅର୍ଥ ଆପଣମାନେ ରୋଷେଇ ପାଇଁ ବ୍ୟବହାର କରୁଥିବା ଗ୍ୟାସ ପାଇଁ କୌଣସି ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ ନାହିଁ।

କମ୍ପାନୀଗୁଡ଼ିକ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜିର ବର୍ଦ୍ଧିତ ଦାମ ପରେ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ୍‌ର ଦାମ ୨୧ ଶହ ଟଙ୍କା ପାର କରିଛି। ଆଜିଠାରୁ ବ୍ୟବସାୟୀମାନେ ଦିଲ୍ଲୀରେ ୧୯ କେଜିର ଗ୍ୟାସ ସିଲିଣ୍ଡରକୁ ୨୧୦୧ ଟଙ୍କା ଦେଇ କିଣୁଛନ୍ତି। ସେହିପରି ୧୪.୨ କେଜି ଗ୍ୟାସ ସିଲିଣ୍ଡରର ଦାମ ୮୯୯.୫୦ ଟଙ୍କା ରହିଛି। କୋଲକାତାରେ କମର୍ସିଆଲ ଗ୍ୟାସର ଦାମ ୨୧୭୭, ମୁମ୍ବାରେ ୨୦୫୧ ଓ ଚେନ୍ନାଇରେ ୨୨୩୪ ଟଙ୍କାରେ ପହଞ୍ଚି ଯାଇଛି।

ସେହିପରି ରନ୍ଧନ ଗ୍ୟାସକୁ ବିଚାରକୁ ନେଲେ କୋଲକାତାରେ ଏହାର ସିଲିଣ୍ଡର ପିଛା ଦାମ ୯୨୬ ଟଙ୍କା, ମୁମ୍ବାଇରେ ୮୯୯.୫ ଟଙ୍କା ଓ ଚେନ୍ନାଇରେ ଏହା ୯୧୫.୫ ଟଙ୍କା ରହିଛି। ଅକ୍ଟୋବର ୬ରେ ରନ୍ଧନ ଗ୍ୟାସର ଦାମ ବୃଦ୍ଧି ପାଇଥିଲା। ତେବେ ନଭେମ୍ବର ମାସରେ ଦାମରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇନାହିଁ।

The post ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ୧୦୦ ଟଙ୍କା ବଢ଼ିଲା ଗ୍ୟାସ୍‌ ଦର appeared first on Odisha Reporter.



from Odisha Reporter https://ift.tt/3phv6VC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages