ସଇତାନ ସାବତ ବାପା; ନାବାଳିକା ଝିଅ ଉପରେ ପକାଇଲା ଲୋଲୁପ ନଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 30, 2021

ସଇତାନ ସାବତ ବାପା; ନାବାଳିକା ଝିଅ ଉପରେ ପକାଇଲା ଲୋଲୁପ ନଜର

ବଲାଙ୍ଗୀର(ମନୋରଞ୍ଜନ ଯୋଶୀ): ସଇତାନ ସାଜିଲା ସାବତ ବାପା । ସାବତ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହେଲା ସାବତ ବାପା । ଏଭଳି ଏକ  ଲଜ୍ଜାଜନକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅଂଚଳରେ ।

ମହାଦେବପାଲି ଗାଁର ଭାଗବତ ବେହେରା ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାକୁ ବିବାହ କରିଛନ୍ତି । ପୂର୍ବ ସ୍ୱାମୀ ଔରସରୁ ଜନ୍ମ ନେଇଥିବା ୧୩ ବର୍ଷର ଝିଅ ମଧ୍ୟ ସାବତ ବାପା ସହିତ ରହୁଛି । ଗତକାଲି ନାବାଳିକା ଝିଅ ସାବତ ବାପା ସହିତ ଜଂଗଲକୁ କାଠ ଆଣିବାକୁ ଯାଇଥିଲା। ଏହି ସମୟରେ ଆଉ କେହି ନ ଥିବା ଦେଖି ସଇତାନ ହେଇଯାଇଥିଲା ସାବତ ବାପା ଭାଗବତ ବେହେରା । ନାବାଳିକା ଝିଅକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ।

ଝିଅର ଚିତ୍କାର ଶୁଣି ଜଂଗଲକୁ ଆସିଥିବା କାଳୀଝରଣ ଗାଁର କିଛି ଲୋକ ତାକୁ ଉଦ୍ଧାର କରିଥିଲେ ।  ସାବତ ବାପା ଭାଗବତକୁ କାବୁ କରି ପୁଇଁନ୍ତଲା ଥାନାରେ ଜିମା ଦେଇଥିଲେ ସ୍ଥାନୀୟ ଲୋକେ । ପୁଇଁନ୍ତଲା ପୋଲିସ ମାମଲା ରୁଜୁ କରି ଗତକାଲି ସଇତାନ ସାବତ ବାପାକୁ ଗିରଫ କରିଛି ।

ଆଜି ମେଡିକାଲ ପରୀକ୍ଷା ପରେ ଭାଗବତକୁ କୋର୍ଟଚାଲାଣ କରାଯିବ । ଏଭଳି ଏକ ଲଜ୍ଜା ଜନକ କାଣ୍ଡ ଘଟାଇ, ବାପା-ଝିଅର ପବିତ୍ର ସଂପର୍କକୁ କଳୁଷିତ କରିଥିବା ଅଭିଯୁକ୍ତଙ୍କୁ କଠୋର ସଜା ଦେବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

The post ସଇତାନ ସାବତ ବାପା; ନାବାଳିକା ଝିଅ ଉପରେ ପକାଇଲା ଲୋଲୁପ ନଜର appeared first on Odisha Reporter.



from Odisha Reporter https://ift.tt/3xFgbYY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages