ଟ୍ରେନ ଆଗକୁ ଡେଇଁଥିବା ଯୁବତୀଙ୍କ ସୁଇସାଇଡାଲ ନୋଟ-‘ସହି ହେଉନି ପ୍ରତାରଣା, ଜୀବନ ହାରୁଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 13, 2021

ଟ୍ରେନ ଆଗକୁ ଡେଇଁଥିବା ଯୁବତୀଙ୍କ ସୁଇସାଇଡାଲ ନୋଟ-‘ସହି ହେଉନି ପ୍ରତାରଣା, ଜୀବନ ହାରୁଛି’

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): “ଯାହାକୁ ସବୁ କିଛି ଦେଲି, ଶେଷରେ ସିଏ ଧୋକା ଦେଲା। ଏପରିକି ବିବାହର କଥା ଦେଇ ଶାରୀରିକ ସମ୍ପର୍କ ରଖିଲା। ହେଲେ ପରେ ମୁହଁ ଫେରାଇ ନେଲା। ବିବାହ ପାଇଁ ରାଜି ହେଲାନି କି ଧରାଛୁଆଁ ଦେଲାନି। ମୋ ଆଗରେ ଆଉ କିଛି ବାଟ ନାହିଁ। ମୋତେ ମରିବାକୁ ବାଧ୍ୟ କରୁଛି।  ତେଣୁ ନିଜ ହାତରେ ନିଜ ଜୀବନ ସାରୁଛି। ”

ଗତକାଲି ରେଢ଼ାଖୋଲରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଯୁବତୀଙ୍କର ଜୀବନ ହାରିବା ପଛର କାରଣ ସେ ନିଜେ ସଫା ସଫା ଲେଖି ଦେଇ ଯାଇଛନ୍ତି।  ଯୁବତୀଜଣକ ଚାରମାଳ ଥାନା କରଡ଼ାପାଲ ଗାଁର ରଞ୍ଜିତା ଧଳ ବୋଲି ଚିହ୍ନଟ ହୋଇଛନ୍ତି।  ତାଙ୍କ ବ୍ୟାଗରୁ ମିଳିଥିବା ସୁଇସାଇଡାଲ ନୋଟରୁ ସଫା ସଫା ଜଣାପଡ଼ୁଛି ଆତ୍ମହତ୍ୟାର କାରଣ । ପ୍ରେମ ଓ ପ୍ରତାରଣା ଯୋଗୁଁ ଯୁବତୀଜଣକ ଆତ୍ମହତ୍ୟା କରିଥିବା ଲେଖା ଯାଇଛି । ପୋଲିସ୍ ପାରିପାର୍ଶ୍ୱିକ ସ୍ଥିତି ଓ ତଥ୍ୟ ପ୍ରମାଣକୁ ଆଧାର କରି ତଦନ୍ତ କରୁଛିା

ମୃତା ଯୁବତୀଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଝିଅର ମୃତଦେହକୁ ନେଇଥିବା ବେଳେ ଏଥିପାଇଁ ଜଣେ ବିବାହିତ ବ୍ୟକ୍ତିକୁ ଦାୟୀ କରିଛନ୍ତି । ପୁଲିସ୍‌ ଏବେ ମାମଲାର ତଦନ୍ତ କରୁଛି  ।

ସୂଚନାଯୋଗ୍ୟ, ଗତକାଲି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଳ ଷ୍ଟେସନରେ ଜଣେ ଯୁବତୀ  ରେଲୱେ ଟ୍ରାକ୍‌ ନିକଟରେ ମୋବାଇଲରେ କଥା ହେଉଥିଲେ। କଥା ହେଲା ବେଳେ କାନ୍ଦୁଥିଲେ  ଓ ଭାରି ବ୍ୟସ୍ତ ଜଣାପଡ଼ୁଥିଲେ। ପରେ ସେହି ଟ୍ରାକରେ ଏକ ମାଲ ଟ୍ରେନ ଆସିବାରୁ ତା’ ସାମ୍ନାକୁ ହଠାତ ଡେଇଁ ପଡ଼ିଥିଲେ।  ମାଲ ଟ୍ରେନ ଡ୍ରାଇଭର  ଯୁବତୀଜଣଙ୍କ ଆତ୍ମହତ୍ୟା କରିଥିବା ଜାଣି ପାରି ଟ୍ରେନକୁ ଅଟକାଇ ଦେଇଥିଲେ। ଏନେଇ ସେ  ଜିଆରପି ପୁଲିସ ଓ ଲାଇନ ମ୍ୟାନକୁ ଖବର ଦେଇଥିଲେ। ଯୁବତୀଙ୍କ ବୟସ ୨୦ରୁ ୨୫ ହେବ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିଲା।  ପୁଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା।

ଏନେଇ ତଦନ୍ତକାରୀ ପୁଲିସ୍‌ ଅଧିକାରୀ କହିଛନ୍ତି, ମୃତଦେହ ନିକଟରୁ ବ୍ୟାଗ ଜବତ ହୋଇଛି। ଉକ୍ତ ବ୍ୟାଗରେ  ମୋବାଇଲ ଓ ଏକ ସୁଇସାଇଡାଲ ନୋଟ ଥିଲା। ଉକ୍ତ ନୋଟରେ ଯୁବତୀଜଣକ ନିଜ ଆତ୍ମହତ୍ୟା ପଛର କାରଣ ଲେଖି ଯାଇଛନ୍ତି।

ଉକ୍ତ ନୋଟରେ ଲେଖାଅଛି, “ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଲେ। ହେଲେ ବାହା ହେବାକୁ ମନା କଲେ । ଏପରିକି ଧରାଛୁଆଁ ବି ଦେଲାନି ।  ଶେଷରେ ଏପରି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି। ”

The post ଟ୍ରେନ ଆଗକୁ ଡେଇଁଥିବା ଯୁବତୀଙ୍କ ସୁଇସାଇଡାଲ ନୋଟ-‘ସହି ହେଉନି ପ୍ରତାରଣା, ଜୀବନ ହାରୁଛି’ appeared first on Odisha Reporter.



from Odisha Reporter https://ift.tt/3DeG4B3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages