ମଣିପୁର ଆତଙ୍କୀ ହମ୍‌ଲା ପଛରେ PLA ଓ MNPFର ହାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 13, 2021

ମଣିପୁର ଆତଙ୍କୀ ହମ୍‌ଲା ପଛରେ PLA ଓ MNPFର ହାତ

ନୂଆଦିଲ୍ଲୀ: ମଣିପୁରରେ ଆତଙ୍କବାଦୀ ହମ୍‌ଲା ପଛରେ ରହିଛି ଆତଙ୍କବାଦୀ ସଂଗଠନ ପିପୁଲ୍ସ ଲିବ୍ରେସନ୍ ଆର୍ମି-PLA ଓ ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ-MNPFର ହାତ। ଉଭୟ ଆତଙ୍କବାଦୀ ସଂଗଠନ ଏଥିପ୍ରତି ନିଜକୁ ଦାୟୀ କରିଛନ୍ତି। ଏହି ଦୁଇ ଆତଙ୍କବାଦୀ ସଂଗଠନ ମିଳିତ ଭାବେ ଆମ୍ବୁସ୍ କରିଥିଲେ। IED ବିସ୍ଫୋରଣ କରିବା ସହ ଦୁଇ ପଟୁ ଯବାନଙ୍କ ଉପରକୁ ପ୍ରବଳ ଗୁଳି ମାଡ଼ କରିଥିଲେ।

ଏହି ଦୁଇ ଆତଙ୍କବାନୀ ସଙ୍ଗଠନ ନିଜକୁ ଦାୟୀ କରିବା ସହ ଏକ ଚିଠି ମଧ୍ୟ ଜାରି କରିଛନ୍ତି। ଏହି ଚିଠିରେ ଶନିବାର ଦିନ ଘଟିଥିବା ଘଟଣାର ପୂରା ବିସ୍ତାର ରୂପେ ବର୍ଣ୍ଣନା କରାଯାଇଛି। ତେବେ ଆକ୍ରମଣ କରିଥିବା ବ୍ୟକ୍ତି ଗାଡିରେ କର୍ଣ୍ଣେଲଙ୍କ ପତ୍ନୀ ଓ ଛୁଆ ଥିବା ଜାଣିନଥିଲେ ବୋଲି କୁହାଯାଇଛି। ଏଥିସହ ସମ୍ବେଦନଶୀଳ ସ୍ଥାନକୁ ପରିବାର ଲୋକଙ୍କୁ ସାଙ୍ଗରେ ନନେଇ ଆସିବାକୁ ଚିଠିରେ ଆତଙ୍କବାଦୀ ସଙ୍ଗଠନ ଯବାନଙ୍କୁ ପରାମର୍ଶ ଦେଇଛି।  କୁହାଯାଇଛି ଯେ, ଯେଉଁ ଅଞ୍ଚଳଗୁଡିକୁ ସରକାର ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ବୋଲି ମନେ କରୁଛି, ସେହି ସ୍ଥାନରେ ପରିବାର ଲୋକେ ରହିବା ଠିକ୍ ନୁହେଁ।

ସେପଟେ ଏହି ଆକ୍ରମଣ ଘଟଣା ସମ୍ପର୍କରେ ସ୍ଥଳସେନା ମୁଖ୍ୟ ଜେନରାଲ ଏମ୍ ଏମ୍ ନରଓ୍ୱାଣେଙ୍କୁ ଅବଗତ କରାଯାଇଛି। ଆତଙ୍କବାଦୀଙ୍କୁ କାବୁ କରିବା ନେଇ ସର୍ଚ୍ଚ ଅପରେସନକୁ ଜୋରଦାର୍ କରାଯାଇଛି। ମିଆଁମାର ସୀମାନ୍ତ ଉପରେ କଡ଼ା ନଜର ରଖାଯାଇଛି। ଯେପରି ସୀମାରେ ସ୍ଥିତି ବିଗିଡ଼ିବନି ସେ ନେଇ ଫୋର୍ସ ସଂଖ୍ୟାକୁ ବଢ଼ାଯାଇଛି।

ଗତକାଲି ମଣିପୁରର ଚୁରାଚାନ୍ଦପୁର ଜିଲ୍ଲା ଏସ୍ ସେହକେନ୍ ଗାଁ ନିକଟରେ ଆତଙ୍କବାଦୀ ରକ୍ତର ହୋଲି  ଖେଳିଥିଲେ। ଆସାମ ରାଇଫଲ୍ସର ଜଣେ କର୍ଣ୍ଣେଲଙ୍କ ସହ ୭ ଜଣଙ୍କୁ ବର୍ବର ହତ୍ୟା କରିଥିଲେ। ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ ୪୬ ଆସାମ ରାଇଫଲ୍ସର କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ ଓ ତାଙ୍କ ପତ୍ନୀ ଏବଂ ୮ ବର୍ଷର ପୁଅ । ତାଙ୍କ ସୁରକ୍ଷା ଦାୟିତ୍ୱରେ କ୍ୱିକ୍ ରିଆକ୍ସନ ଟିମ୍‌ର କିଛି ଯବାନ ମଧ୍ୟ ଥିଲେ। ତେବେ ସେହକେନ୍ ଗାଁ ନିକଟରେ ହଠାତ ସେମାନଙ୍କ ଗାଡ଼ିକୁ ଟାର୍ଗେଟ୍ କରିଥିଲେ ଆତଙ୍କବାଦୀ। ପ୍ରଥମେ IED ବିସ୍ଫୋରଣ ପରେ ଅନ୍ଧାଧୂନ ଗୁଳିମାଡ଼ କରିଥିଲେ।

The post ମଣିପୁର ଆତଙ୍କୀ ହମ୍‌ଲା ପଛରେ PLA ଓ MNPFର ହାତ appeared first on Odisha Reporter.



from Odisha Reporter https://ift.tt/3kvBx5K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages