ନୂଆଦିଲ୍ଲୀ: ପ୍ରସିଦ୍ଧ ଐତିହାସକ, ଲେଖକ ତଥା ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ବଳବନ୍ତ ମୋରେଶ୍ୱର ପୁରନ୍ଦରେଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେଲା ଅସୁସ୍ଥତା ଯୋଗୁ ପୁନେ ସହରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୁରନ୍ଦରେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବାବା ସାହେବ ପୁରନ୍ଦରେ ନାମରେ ମଧ୍ୟ ସେ ଜଣାଶୁଣା ଥିଲେ।
ବାବାସାହେବ ପୁରନ୍ଦରେ ସପ୍ତାହେ ପୂର୍ବରୁ ନିମୋନିଆରେ ପୀଡ଼ିତ ଥିଲେ। ଏହାପରେ ତାଙ୍କୁ ପୁନେସ୍ଥିତ ଦିନାନାଥ ମଙ୍ଗେସକର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଆଇସିୟୁରେ ଚିକିତ୍ସା ଚାଲିଥିଲେ ବି ଗତକାଲିଠୁ ତାଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା। ଆଜି ସକାଳ ୫ଟା ୭ ମିନିଟ୍ରେ ତାଙ୍କ ମୃତ୍ୟୁ ହୋଇଛି। ପୂର୍ବହ୍ନ ୧୦ଟା ୩୦ରେ ବୈକୁଣ୍ଠ ଶଶ୍ମାନ ଭୂମିରେ ତାଙ୍କ ଶେଷ କୃତ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନର ସହ କରାଯିବ।
୨୦୧୫ ମସିହାରେ ତାଙ୍କୁ ମହାରାଷ୍ଟ୍ର ଭୂଷଣରେ ସମ୍ମାନିତ କରାଯାଇଥିଲା। ଏହାପରେ ୨୦୧୯ ମସିହାରେ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପୁରନ୍ଦରେଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ବ୍ୟାପକ କାର୍ଯ୍ୟରେ ନିଜ ଅବଦାନ ପାଇଁ ବାବା ସାହେବ ପୁରନ୍ଦରେ ସବୁବେଳେ ମନେ ରହିବେ। ଏପରି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି।
ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି। ତାଙ୍କ ନିଧନ ଏକ ଯୁଗର ଅନ୍ତ । ତାଙ୍କ ବିଚାର, ଉର୍ଜା ସବୁବେଳେ ପ୍ରେରଣାଦାୟୀ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ଶାହ ଟ୍ୱିଟ କରିଛନ୍ତି ।
ପୁରନ୍ଦରେ ୧୯୨୨ ମସିହା ଜୁଲାଇ ୨୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ।୧୨ ବର୍ଷ ବୟସରେ ପୁରନ୍ଦରେ ନାନା ସାହେବ ପେଶବାଙ୍କ ଜୀବନୀ ଉପରେ ଏକ ପୁସ୍ତକ ଲେଖିଥିଲେ। ୧୯୪୬ ମସିହାରେ ଯେବେ ବାହା ସାହେବ ୨୪ ବର୍ଷର ହୋଇଥିଲେ, ସେହି ସମୟରେ ସେ ଶିବାଜୀ ମହାରାଜାଙ୍କ ଜୀବନ ଉପରେ ଆଧାରିତି କାହାଣୀ ସଙ୍କଳନ ‘ଜଲ୍ୟ ଥିଙ୍ଗା’ କୁ ଉନ୍ମୋଚନ କରିଥିଲେ। ବାବା ସାହେବ ଶିବାଜୀ ଓ ଅନ୍ୟ ଐତିହାସିକ ବିଷୟ ଉପରେ ୩୬ଟି ବହି ଲେଖିଥିଲେ। ପୁରନ୍ଦର ୧୯୮୦ ମସିହାରେ ଶିବାଜୀ ମହାରାଜାଙ୍କ ଜୀବନ ଉପରେ ଆଧାରାତି ନାଟକ ‘ଜନତା ରାଜା’ ଲେଖିବା ସହ ନିର୍ଦ୍ଦେଶନା ଦେଇଥିଲେ।
ବାବାସାହେବ ପୁରନ୍ଦରେଙ୍କ ସବୁଠୁ ପ୍ରସିଦ୍ଧ ରଚନା ଶିବାଜୀଙ୍କ ଜୀବନ ଉପରେ ଆଧାରିତ ଜୀବନୀ, ‘ରାଜା ଶିବଛତ୍ରପତି’ ଥିଲା। ୧୯୫୨ ମସିହାରେ ୩୦ ବର୍ଷ ବୟସରେ ସେ ଏହାକୁ ଲେଖିବା ଆରମ୍ଭ କରିଥିଲେ। ୧୯୫୬ ମସିହାରେ ସେ ଏହାକୁ ପ୍ରକାଶିତ କରିଥିଲେ। ଏହାକୁ ନାଟକ ଭାବେ ମଞ୍ଚସ୍ଥ ମଧ୍ୟ କରାଯାଇଥିଲା।
The post ପଦ୍ମ ବିଭୂଷଣ ବାବା ସାହେବ ପୁରନ୍ଦରେଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/3CeIPB2
No comments:
Post a Comment