ଅଶାନ୍ତ ହେଲା ଜେଏନ୍‌ୟୁ , ୨ ଛାତ୍ର ସଙ୍ଗଠନ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 14, 2021

ଅଶାନ୍ତ ହେଲା ଜେଏନ୍‌ୟୁ , ୨ ଛାତ୍ର ସଙ୍ଗଠନ ମୁହାଁମୁହିଁ

ନୂଆଦିଲ୍ଲୀ:ପୁଣି ଥରେ ଅଶାନ୍ତ ହୋଇ ଉଠିଛି ଜବାହାରଲାଲ ନେହରୁ ୟୁନିଭରସିଟି କ୍ୟାମ୍ପସ୍‌। ଗତ ରାତିରେ ମୁହାଁମୁହିଁ ହୋଇଛନ୍ତି (ଏବିଭିପି)  ଏବଂ ବାମପନ୍ଥୀ AISA ଛାତ୍ର ସଂଗଠନ ଶତାଧିକ ସଦସ୍ୟ ।   ସେମାନଙ୍କ ମଧ୍ୟରେ ବହୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଜେଏନୟୁ ୟୁନିଭରସିଟିରେ ଗତକାଲି ରାତି ପ୍ରାୟ ୧୦ଟାରେ ଅଖିଳ ଭାରତ ବିଦ୍ୟା ପରିଷଦ (ଏବିଭିପି) ଛାତ୍ର ସଂଗଠନ ଏବଂ ବାମପନ୍ଥୀ AISA ଛାତ୍ର ସଂଗଠନ ସଦସ୍ୟ ମୁହାଁମୁହିଁ ହୋଇଥିଲେ ।  ଏବିଭିପି ସଙ୍ଗଠନ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, କ୍ୟାମ୍ପସରେ ଗତ ରାତିରେ ସେମାନଙ୍କର ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ AISA ଛାତ୍ର ସଂଗଠନ କର୍ମୀ ସେଠାରେ ପହଞ୍ଚି ସେମାନଙ୍କୁ ମାରପିଟ କରିଥିଲେ। କେବଳ ସେତିକି ନୁହେଁ, , AISA  କର୍ମୀ ଏବିଭିପିର ମହିଳା ଓ ଭିନ୍ନକ୍ଷମଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ। ଗୁରୁତରମାନଙ୍କୁ ଏମସ୍‌ରେ ଭର୍ତ୍ତି କରାଯାଇଛି।

ଦିଲ୍ଲୀର ବସନ୍ତ କୁଞ୍ଜ ପୁଲିସ ଷ୍ଟେସନରେ ଏବିଭିପି ପକ୍ଷରୁ ଏକ ଅଭିଯୋଗ ଦିଆଯାଇଛି । ପୋଲିସ କହିଛି ଯେ ଘଟଣାର ତଦନ୍ତ ଚାଲିଛି, ଏଫଆଇଆର ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇନାହିଁ।

ABVP ର JNU ୟୁନିଟ୍  ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ବାମ ଛାତ୍ରଙ୍କ ଆକ୍ରମଣରେ ଅନେକ ଏବିଭିପି ଛାତ୍ର ଗୁରୁତର ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ମହିଳା ଏବଂ  ଭିନ୍ନକ୍ଷମ ଅଛନ୍ତି।   ଅନ୍ୟପକ୍ଷରେ ଜେଏନୟୁ ଷ୍ଟୁଡେଣ୍ଟସ୍ ୟୁନିଅନର ସଭାପତି ତଥା ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ନେତା ଆୟେଶ ଘୋଷ ଏହି ଆକ୍ରମଣ ପାଇଁ ଏବିଭିପିଙ୍କୁ ଦାୟୀ କରିଛନ୍ତି।

  ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ର ନେତା ତଥା ଜେଏନୟୁ ଷ୍ଟୁଡେଣ୍ଟସ୍ ୟୁନିଅନର ସଭାପତି ଆୟେଶ ଘୋଷ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ‘ଏବିଭିପି ଗୁପ  ଜେଏନୟୁରେ ହିଂସା ଘଟାଉଛି। ବାରମ୍ବାର ଏହି ଅପରାଧୀମାନେ ଛାତ୍ରଙ୍କ ଉପରେ ହିଂସା ପ୍ରଦର୍ଶନ କରି କ୍ୟାମ୍ପସ ଗଣତନ୍ତ୍ରକୁ ବାଧା ଦେଉଛନ୍ତି। ଜେଏନୟୁ ପ୍ରଶାସନ ଚୁପ୍ ବସିଥିବା ବେଳେ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ  କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ।

ଏହି ମାମଲାର ଏକ ଭିଡିଓ ସାମନାକୁ ଆସିଥିବା ବେଳେ ସେଥିରେ ଦେଖାଯାଇଛି , ଏବିଭିପି କର୍ମୀ ଗୋଟିଏ ରୁମ୍‌ରେ ବୈଠକ କରୁଥିବା ବେଳେ ବାହାରେ AISF ର ଛାତ୍ର ଗୋଷ୍ଠି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ “କଦମ, କଦମ ପର ଲଢେଙ୍ଗେ ତୁମସେ, ଦେଖ ଲେଙ୍ଗ” ବୋଲି କହୁଥିଲେ। ଏହା ଜବାବରେ ରୁମ୍‌ ଭିତରେ ଥିବା ଏବିଭିପି କର୍ମୀ “ଜିନ୍ଦାବାଦ, ବନ୍ଦେ ମାତରମ” ନାରା ଲଗାଇଥିଲେ।

ସୂଚନାଯୋଗ୍ୟ,  ଗତବର୍ଷ ୫ ଜାନୁୟାରୀରେ ଅଶାନ୍ତ ହୋଇଉଠିଥିଲେ ଜେଏନୟୁ କ୍ୟାମ୍ପସ।  ଉକ୍ତ ଦିନ ଛାତ୍ର ଓ ଶିକ୍ଷକଙ୍କ ଏକ ରାଲି ଯାଉଥିବା ବେଳେ କିଛି ମୁଖା ପିନ୍ଧା ବ୍ୟକ୍ତି ଅତର୍କିତ ଆକ୍ରମଣ କରିଥିଲେ। ଏହାକୁ ନେଇ ସମଗ୍ର ଦିଲ୍ଲୀ ଉଠୁଥିବା, ପଡ଼ୁଥିବା ବେଳେ ଏନେଇ ମାମଲା ରୁଜୁ ହୋଇଥିଲା। ଏହାପରେ ଏହି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ହେଲେ ଏହି ମାମଲାରେ କାହାକୁ ଗିରଫ କରାଯାଇ ନ ଥିବା ଗତ ଅଗଷ୍ଟରେ ଗୃହ ମନ୍ତ୍ରାଳୟ ପକ୍ଷରୁ ସଂସଦରେ ବିବୃତି ଦିଆଯାଇଥିଲା।

The post ଅଶାନ୍ତ ହେଲା ଜେଏନ୍‌ୟୁ , ୨ ଛାତ୍ର ସଙ୍ଗଠନ ମୁହାଁମୁହିଁ appeared first on Odisha Reporter.



from Odisha Reporter https://ift.tt/3Cew6ht

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages