ବିକ୍ଷିପ୍ତ ଭାବେ ବିକ୍ରି ହେବନି ବାଣ, ରାତି ୧୦ଟା ପରେ ଫୁଟାଇଲେ କଡ଼ା ଆକ୍ସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 2, 2021

ବିକ୍ଷିପ୍ତ ଭାବେ ବିକ୍ରି ହେବନି ବାଣ, ରାତି ୧୦ଟା ପରେ ଫୁଟାଇଲେ କଡ଼ା ଆକ୍ସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାତି ପାହିଲେ ଦିପାବଳୀ। କରୋନା କଟକଣାକୁ ଆଖି ଆଗରେ ରଖି ଚଳିତ ବର୍ଷ କେବଳ ସବୁଜ ବାଣକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ତେଣୁ ସବୁଜ ବାଣ  ବିକ୍ରିକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ।  ବେଆଇନ ଭାବେ ଅନ୍ୟ ବାଣ ବିକ୍ରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ  ବୋଲି ଚେତାବନୀ ଦେଇଛନ୍ତି ଡିଜିପି ଅଭୟ। ହେଲେ  ଏହି ସାର୍ଟିଫିକେଟ ଜରିଆରେ  କେହି ହେଲେ ବାଣ ଦୋକାନୀ ଆବେଦନ  କରି ନ ଥିବା ଜଣାଯାଇଛି।

ବ୍ୟବସାୟୀମାନେ କେବଳ ପେଟ୍ରୋଲିୟନ ଓ ବିସ୍ଫୋରକ ନିରାପତ୍ତା ସଂସ୍ଥା ‘ପେସୋ’ ଦ୍ୱାରା ସ୍ୱିକୃତିପ୍ରାପ୍ତ ସବୁଜ ବାଣ ବିକ୍ରି କରିପାରିବେ। ବେଆଇନ ବାଣ ବିକ୍ରିକୁ ଜଗିବା ସହ ନିୟମ ଖିଲାପକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ମୁଖ୍ୟ ଶାସନ ସଚିବଙ୍କ କହିବାନୁଯାୟୀ, କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କଠାରୁ ଲାଇସେନ୍ସ ନ ନେଇ କୌଣସି ଦୋକାନୀ ସବୁଜ ବାଣ ବିକ୍ରି କରିପାରିବେ ନାହିଁ। କେବଳ ଜିଲ୍ଲାପାଳ ଓ ପୁଲିସ୍‌ କମିଶନର ଲାଇସେନ୍ସ ଦେଇପାରିବେ ।

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ପେସୋ ବିଭିନ୍ନ ପ୍ରକାର ସବୁଜ ବାଣ ଓ ସେସବୁକୁ ଉତ୍ପାଦନ କରୁଥିବା କାରଖାନାର ଚୁଡ଼ାନ୍ତ ତାଲିକା ପ୍ରସ୍ତୁତ କରିଛନ୍ତି। ବ୍ୟବସାୟୀ ଦେଇଥିବା ସାର୍ଟିଫିକେଟ ପେସୋ ମାଧ୍ୟମରେ ଯାଞ୍ଚ ପରେ ହିଁ ବିକ୍ରି ଲାଇସେନ୍ସ ଦିଆଯିବ ।

ଏହାବାଦ, ବିକ୍ଷିପ୍ତ ଭାବେ ବିଭିନ୍ନ ସ୍ଥାନରେ ବାଣ ବିକ୍ରି ହୋଇପାରିବ ନାହିଁ। କେବଳ ଜିଲ୍ଲାପାଳ ଓ ପୁଲିସ୍‌ କମିଶନରଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ହିଁ ବାଣ ବିକ୍ରି ହେବ ।  ରାତି ୧୦ଟା ପରେ ବାଣ ଫୁଟାଇଲେ ହେବ କଡା ଆକ୍ସନ ।  ଦୀପାବଳୀରେ ନିୟମକୁ କଡାକଡି ପାଳନ କରିବାକୁ ଅପିଲ୍‌ କରିଛନ୍ତି  ଭୁବନେଶ୍ୱର ଡିସିପି ।

ଥାନା ଓ ଓ ୱାର୍ଡସ୍ତରରେ ପାଟ୍ରୋଲିଂ ସହ ବାଣ ଦୋକାନଗୁଡ଼ିକରେ କ୍ଷେତ୍ରସ୍ତରୀୟ ଯାଞ୍ଚକୁ କଡ଼ାକଡ଼ି କରିବାକୁ ପୁଲିସ୍‌ ମହାନିର୍ଦ୍ଦେଶକ ଅଭୟ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ, ଏସ୍ଆରସିଙ୍କ ଗାଇଡ ଲାଇନ ଏବଂ କୋଭିଡ କଟକଣାକୁ ସମସ୍ତେ ମାନିବାକୁ ପରାମର୍ଶ ଦେଇଛନ୍ତି ଡିସିପି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗ୍ରୀନ କ୍ରାକର ଫୁଟାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।  ଏହାସହ ପେସୋ ସାର୍ଟିଟିଫିକେଟ ନେଇଥିଲେ ବାଣ ବିକ୍ରିଲାଗି ଅନୁମତି ମିଳିବ । ଦୀପାବଳୀ ଲାଗି ୮ରୁ ୧୦ ପ୍ଲାଟୁନ ଫୋର୍ସ ମୁତୟନ  ରହିବେ ବୋଲି ଡିସିପି ସୁଚନା ଦେଇଛନ୍ତି ।

The post ବିକ୍ଷିପ୍ତ ଭାବେ ବିକ୍ରି ହେବନି ବାଣ, ରାତି ୧୦ଟା ପରେ ଫୁଟାଇଲେ କଡ଼ା ଆକ୍ସନ appeared first on Odisha Reporter.



from Odisha Reporter https://ift.tt/3CG3kHV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages