ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ (ବିସିସିଆଇ)ର ବିରାଟ ସରପ୍ରାଇଜ୍। ୮୮ ବଲରେ ଅନୁଷ୍କା ଶର୍ମା କରିଛନ୍ତି ୫୨ ରନ୍। ସେଥିରେ ୫ଟି ୪ ଥିଲା ବେଳେ ଗୋଟିଏ ୬ ରହିଛି। ବିସିସିଆଇ ମହିଳା ପକ୍ଷରୁ ଏମିତି ଏକ ଟ୍ୱିଟ୍ ସମସ୍ତଙ୍କୁ କରିଦେଛି । ଫଟୋ ନଥିବା ଏହି ଟ୍ୱିଟ୍କୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିବା ବେଳେ ହଠାତ୍ ଫୋକସକୁ ଆସିଥିଲେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା। ଆଉ ଆରମ୍ଭ ହୋଇଥିଳା ଜୋରଦାର ଚର୍ଚ୍ଚା। ବଲିଉଡ୍ ଅଭିନେତ୍ରୀ ତଥା କ୍ରିକେଟ ଷ୍ଟାରଙ୍କ ପତ୍ନୀ ଅନୁଷ୍କା କେବେ କେଉଁଠି ଖେଳୁଥିଲେ ତାକୁ ନେଇ କୌତୁହଳ ସୃଷ୍ଟି କରିଥିଲା। ହେଲେ ପରେ ରହସ୍ୟରୁ ପରଦା ହଟିଥିଲା।
Anushka Sharma 52 runs in 88 balls (5×4, 1×6) India B 140/0 #U19ChallengerTrophy
— BCCI Women (@BCCIWomen) November 2, 2021
କ୍ରିକେଟରେ ସ୍କୋର କରିଥିବା ଅନୁଷ୍କା ଶର୍ମା ପ୍ରକୃତରେ ବିରାଟଙ୍କ ପତ୍ନୀ ନୁହେଁ ବରଂ ଭାରତୀୟ ମହିଳା ଟିମ୍ ଗ୍ରୁପ୍ ‘ବି’ର ଅଧିନାୟକ। ସଂଯୋଗବସତଃ ତାଙ୍କ ନାଁ ମଧ୍ୟ ଅନୁଷ୍କା ଶର୍ମା। ଏବେ ସେ ୧୯ ବର୍ଷରୁ କମ୍ ମହିଳା ଚ୍ୟାଲେଞ୍ଜର ଟ୍ରଫିରେ ଖେଳୁଛନ୍ତି । ବିସିସିଆ ପକ୍ଷରୁ କରାଯାଥିବା ଟ୍ୱିଟ୍ରେ ଅନୁଷ୍କା ‘ବି’ ଟିମ୍ ପକ୍ଷରୁ ଖେଳୁଥିବା ଉଲ୍ଲେଖ କରାଯାଇଛି।
ତେବେ ଏଥିରେ କୌଣସି ଦ୍ୱନ୍ଦ୍ୱରେ ପଡ଼ିବା କଥା ନୁହଁ। କାରଣ ଭାରତୀୟ ମହିଳା ଟିମ୍କୁ ୪ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଟିମ୍ ଏ, ଟିମ ବି, ଟିମ ସି ଏବଂ ଟିମ୍ ଡି। ଆଉ ଟିମ୍ ବି ପକ୍ଷରୁ ଅଧିନାୟକତ୍ୱ କରୁଛନ୍ତି ଅନୁଷ୍କା ଶର୍ମା। ତେବେ ବିସିଆଇ ପକ୍ଷରୁ କରାଯାଇଥିବା ସରପ୍ରାଇଜ୍ ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି। ୧୦,୦୦୦ରୁ ଊର୍ଦ୍ଧ୍ୱ ଲାଇକ୍ ମିଳିଥିବା ଏହି ଟ୍ୱିଟ୍କୁ ଲୋକେ ରି-ଟ୍ୱିଟ୍ କରି କୌତୁଳ କମେଣ୍ଟ ଦେଉଛନ୍ତି। ଅନ୍ୟପଟେ ପାକିସ୍ତାନ ଠାରୁ ଭାରତର ଲଜ୍ଜାଜନ ପରାଜୟ ପରେ ବିରାଟ କୋହଳିଙ୍କ ପତ୍ନୀ ଅନୁଷ୍କା ଶର୍ମା ଭୀଷଣ ଟ୍ରୋଲର ଶିକାର ହୋଇଛନ୍ତି।
The post ବିସିସିଆଇର ବିରାଟ ସର୍ପ୍ରାଇଜ୍, ୮୮ ବଲରେ ଅନୁଷ୍କା ଶର୍ମା କରିଛନ୍ତି ୫୨ ରନ୍ appeared first on Odisha Reporter.
from Odisha Reporter https://ift.tt/3wcv70b
No comments:
Post a Comment