ଆନନ୍ଦପୁର(ମୁନା ସିଂ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର-କରଞ୍ଜିଆ ରାସ୍ତାର ଗୋଳାବନ୍ଧ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍ ଗଛରେ ପିଟି ହେବାରୁ ୪ ଜଣ ଗୁରୁତର ହୋଇଛନ୍ତି। ମେଡିକାଲରେ ରୋଗୀଙ୍କୁ ଛାଡ଼ି ଗାଡ଼ିଟି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଫଳରେ ସମସ୍ତ ଗୁରୁତର ୪ ଏସସିବିରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁଯାୟୀ, ଜାମସେଦପୁର ଟାଟା ନିକଟସ୍ଥ ହଳଦୀପୋଖରୀ ଅଞ୍ଚଳରୁ ରୋଗୀ ନେଇ କଟକ ମେଡିକାଲରେ ଛାଡି ଫେରୁଥିଲା କାର୍। ଫେରିବା ବାଟରେ ଆନନ୍ଦପୁର ଥାନା ରାଜ୍ୟ ରାଜପଥ ୫୩ ର ଗୋଳାବନ୍ଧ ନିକଟରେ ଭାରସାମ୍ୟ ହରାଇ ଗାଡିଟି ଏକ ଗଛରେ ଧକ୍କା ଦେଇଥିଲା। ଖବର ପାଇ ଦମକଳବାହିନୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଥିବା ୪ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
The post ରୋଗୀ ଛାଡ଼ି ଫେରୁଥିଲା କାର୍, ଗଛରେ ପିଟି ହୋଇଗଲା appeared first on Odisha Reporter.
from Odisha Reporter https://ift.tt/30ISoLl
No comments:
Post a Comment