ଝାରସୁଗୁଡ଼ା ଏୟାରପୋର୍ଟରେ ପାଳନ ହେବ ଉଡାନ ଉତ୍ସବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 21, 2021

ଝାରସୁଗୁଡ଼ା ଏୟାରପୋର୍ଟରେ ପାଳନ ହେବ ଉଡାନ ଉତ୍ସବ

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଆଜି ଝାରସୁଗୁଡ଼ାରେ ପାଳିତ ହେବ ଉଡ଼ାନ ଦିବସ। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବାକୁ ଥିବା ଏହି ଉତ୍ସବରେ ଯୋଗ ଦେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ।

ଦିନ ଗୋଟାଏରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ। ଉଡ଼ାନ ଦିବସ ପାଳନ ଅବସରରେ କେନ୍ଦ୍ର ମନ୍ତ୍ରୀ ଝାରସୁଗୁଡ଼ାରୁ ଆଉ କିଛି ରୁଟକୁ ବିମାନ ଚଳାଚଳ କିମ୍ବା ବିମାନ ବନ୍ଦର ବିକାଶ ଦିଗରେ ଆଉ କିଛି ଘୋଷଣା କରିପାରନ୍ତି।

ବର୍ତ୍ତମାନ ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁର, କୋଲକତା, ହାଇଦ୍ରାବାଦ, ଦିଲ୍ଲୀ ଓ ଚେନ୍ନାଇକୁ ବିମାନ ସେବା ମିଳୁଛି। ଗତକାଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀ ଝାରସୁଗୁଡ଼ା ବିମାନ ବନ୍ଦର ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ।

ଝାରସୁଗୁଡ଼ା ବିମାନ ବନ୍ଦରର ନିର୍ଦ୍ଦେଶକ ପବନ କୁମାର କହିଛନ୍ତି, ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବାକୁ ଥିବା ଉଡ଼ାନ ଦିବସରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯୋଗଦେବେ।  ସେଥିପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି।

The post ଝାରସୁଗୁଡ଼ା ଏୟାରପୋର୍ଟରେ ପାଳନ ହେବ ଉଡାନ ଉତ୍ସବ appeared first on Odisha Reporter.



from Odisha Reporter https://ift.tt/3x9BiCs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages