ପୁଣି ବିଫଳ ହେଲା ଇକମୋ ଚିକିତ୍ସା; ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 23, 2021

ପୁଣି ବିଫଳ ହେଲା ଇକମୋ ଚିକିତ୍ସା; ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୀବନ ଯୁଦ୍ଧରେ ହାରିଗଲେ ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଅମ୍ରିତଙ୍କ ପ୍ରଧାନ। ଅମ୍ରିତ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଗତ ଜୁନ୍ ମାସରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ସେଠାରେ ତାଙ୍କର ଇକମୋ ଚିକିତ୍ସା ଚାଲିଥିଲା। ଇକମୋ ଚିକିତ୍ସାରେ ସଂପୂର୍ଣ୍ଣ ସୁସ୍ଥ ନ ହେବାରୁ ଫୁସଫୁସ୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଗତ ମାସରେ ତାଙ୍କର ଫୁସଫୁସ ପ୍ରତିରୋପଣ କରାଯାଇଥିଲା। ତେବେ ଗତକାଲି ରାତି ପ୍ରାୟ ୧୦ଟା ବେଳେ ଅମ୍ରିତଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ଭଉଣୀ ପ୍ରକୃତି ସୂଚନା ଦେଇଛନ୍ତି।

ପ୍ରକୃତି କହିଛନ୍ତି, ଅମ୍ରିତ ବଞ୍ଚିଯିବ ବୋଲି ଆମେ ବହୁତ ଆଶା କରିଥିଲୁ। ସେ ସୁସ୍ଥ ହୋଇ ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଥିବା ଘରକୁ ଫେରି ଆସିବ ବୋଲି  ଆମ ଭାବିଥିଲୁ। ହେଲେ ତାହା ହେଲା ନାହିଁ। ସେ ଆମ ସମସ୍ତଙ୍କୁ ଧୋକା ଦେଇ ଚାଲିଗଲା। ତା’ ଫୁସଫୁସ ପ୍ରତିରୋପଣ ଠିକ୍‌ଠାକ୍ ହୋଇଥିଲା। ଆଉ ଦୁଇ ସପ୍ତାହ ମଧ୍ୟରେ ତାକୁ ଡିସଚାର୍ଜ କରି ଦିଆଯିବ ବୋଲି ମଧ୍ୟ ଡାକ୍ତର କହିଥିଲେ। ହେଲେ ଚାରି ଦିନ ହେବ ସେ ପୁଣି ଅସୁସ୍ଥ ହୋଇପଡ଼ିଥିଲା। ଫୁସ୍‌ଫୁସ୍‌ ଠିକ୍ ଭାବେ କାମ କରୁଥିଲେ ବି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅକାମୀ ହେବାକୁ ଲାଗିଥିଲା। ବିଶେଷ କରି ହାର୍ଟରେ ସମସ୍ୟା ଦେଖାଯାଇଥିଲା ବୋଲି ଡାକ୍ତର ଆମକୁ କହିଥିଲେ।

ଜୁନ୍‌ରେ କରାଯାଇଥିଲା ଏୟାରଲିଫ୍ଟ

ଗତ ଜୁନ ୩ ତାରିଖରେ ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହୋଇଥିଲେ ଅମ୍ରିତ ପ୍ରଧାନ। ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ଅମ୍ରିତଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଚେନ୍ନାଇ ସ୍ଥିତ ଆପୋଲୋକୁ ସ୍ଥାନାନ୍ତର କରାଯାଇଥିଲା। ଅମ୍ରିତଙ୍କୁ ଏୟାରଲିଫ୍ଟ କରିବା ପାଇଁ ଚେନ୍ନାଇ ଆପୋଲୋରୁ ୬ ଜଣିଆ ଡାକ୍ତରୀ ଦଳ ଆସିଥିଲେ।

ଇକମୋ ଚିକିତ୍ସାରେ ସଂପୂର୍ଣ୍ଣ ସୁସ୍ଥ ନ ହେବାରୁ ତାଙ୍କର ଫୁସ୍‌ଫୁସ୍‌ ପ୍ରତିରୋପଣ କରିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ। ପରିବାର ଲୋକଙ୍କ ସ୍ୱୀକୃତି ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚେନ୍ନାଇରେ ଉଚ୍ଚ ସ୍ଥାନରୁ ପଡ଼ି ପ୍ରାଣ ହରାଇଥିବା ଜଣେ ଯୁବକଙ୍କ ଠାରୁ ଫୁସଫୁସ ଅଣାଯାଇ ଅକ୍ଟୋବର ୨୪ ତାରିଖରେ ଅମ୍ରିତଙ୍କ ଠାରେ ପ୍ରତିରୋପଣ କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ମାସରେ ଭଦ୍ରକର ଅଭିଷେକ ମହାପାତ୍ରଙ୍କ ମୃତ୍ୟୁ ଘଟିଥିଲ। ଅଭିଷେକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ  ଗୁରୁତର ଅବସ୍ଥାରେ ମାସାଧିକ କାଳ କୋଲକତାରେ ଇକମୋ ବ୍ୟବସ୍ଥାରେ ଚିକିତ୍ସିତ ହୋଇଥିଲେ।

 

The post ପୁଣି ବିଫଳ ହେଲା ଇକମୋ ଚିକିତ୍ସା; ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ appeared first on Odisha Reporter.



from Odisha Reporter https://ift.tt/3HHiY8C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages