ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଛି ହତ୍ୟା ଧମକ। ‘ଆଇଏସ୍ଆଇଏସ୍ କଶ୍ମୀର’ ତାଙ୍କୁ ମାରି ଦେବାକୁ ଧମକ ଦେଇଛି। ଏନେଇ ସେ ବୁଧବାର ଦିଲ୍ଲୀ ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ଏହା ପରେ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଦିଲ୍ଲୀ ସେଣ୍ଟ୍ରାଲ୍ ଡିସିପିଙ୍କ ନିକଟକୁ ପଠାଇଥିବା ଚିଠିରେ ଗମ୍ଭୀର ଦର୍ଶାଇଥିଲେ ଯେ ସେ ‘ଆଇଏସ୍ଆଇଏସ୍ କଶ୍ମୀର’ରୁ ଏକ ଇ-ମେଲ୍ ପାଇଛନ୍ତି। ଏଥିରେ ତାଙ୍କୁ ଓ ତାଙ୍କ ପରିବାରକୁ ମାରି ଦିଆଯିବ ବୋଲି ଲେଖା ହୋଇଛି। ଏହା ସହିତ ସେ ଏନେଇ ମାମଲା ରୁଜୁ କରିବା ସହିତ ତାଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ କହିଥିଲେ।
ଗମ୍ଭୀରଙ୍କୁ ଏହା ପୂର୍ବରୁ ବି ହତ୍ୟା ଧମକ ମିଳିଥିଲା। ୨୦୧୯ ଡିସେମ୍ବର ମାସରେ ଏକ ଅନ୍ତର୍ଜାତୀୟ ନମ୍ବରରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଏନେଇ ସେ ଦିଲ୍ଲୀ ପୁଲିସ୍କୁ ଜଣାଇଥିଲେ।
ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ବଡ଼ଭାଇ ସମ୍ବୋଧିତ କରିଥିବା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ କଡ଼ା ସମାଲୋଚନା କରିଥିଲେ ଗମ୍ଭୀର। କରତାରପୁର ପ୍ରକଳ୍ପର ସିଇଓଙ୍କ ସହିତ ଆଲୋଚନା କଲା ବେଳେ ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇ୍ରମାନ ଖାଁ ତାଙ୍କ ବଡ଼ ଭାଇ ବୋଲି କହିଥିଲେ। ଏମିତିକି ତାଙ୍କୁ ସେ ବହୁତ ଭଲ ପାଆନ୍ତି ବୋଲି କହିଥିଲେ।
The post ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ appeared first on Odisha Reporter.
from Odisha Reporter https://ift.tt/3l691Id
No comments:
Post a Comment