ଭଦ୍ରକ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ଭଦ୍ରକର ଆରଡ଼ି ପୀଠରେ ସାଧାରଣ ଦର୍ଶନ ବନ୍ଦ ରହିବ। କାର୍ତ୍ତିକ ପୂର୍ଣ୍ଣିମାରେ ଆରଡ଼ି ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଆରଡି ପୀଠରେ ୧୪୪ ଧାରା ଜାରି କରାଯାଇଛି। କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।
ଏହା ସହିତ ବାବାଙ୍କ ଶିବଗଙ୍ଗା ପୁଷ୍କରିଣୀ, ବୈତରଣୀ ସମେତ ସମସ୍ତ ଜଳାଶୟରେ ବୋଇତ ବନ୍ଦାଣ ଓ ଡଙ୍ଗା ଭସା ଉପରେ ମଧ୍ୟ କଟକଣା ଲଗାଯାଇଛି। ମନ୍ଦିରରେ କୋଭିଡ ୧୯ ଅନୁଯାୟୀ ପାଳିଆ ସେବାୟତ ଓ ଅନ୍ୟ ସେବାୟତଙ୍କ ଦ୍ୱାରା ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ। କାର୍ତ୍ତିକ ପୂର୍ଣ୍ଣିମାରେ ବାବାଙ୍କ ହରଗୌରୀ ବେଶ ହୋଇଥାଏ। ମନ୍ଦିରରେ ସୀମିତ ସେବାୟତ ରହି ନୀତିକାନ୍ତି ସମ୍ପନ୍ନ କରିବେ ବୋଲି ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର କହିଛନ୍ତି। ପୀଠରେ ମେଳା, ଭଜନ ସମାରୋହ କି ମେଲୋଡ଼ି କିଛି ହୋଇପାରିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପଞ୍ଚୁକ ଓ ବଡ଼ଓଷା ପାଇଁ ଆଠଗଡ଼ର ବାବା ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କରାଯାଇଛି। କରୋନା କଟକଣା ପାଇଁ ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଗହଳି ରୋକିବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ତେବେ ଭକ୍ତଙ୍କ ପାଇଁ କଟକଣା ଲାଗିଥିବା ବେଳେ ବାବାଙ୍କ ନୀତିକାନ୍ତି ସ୍ୱାଭାବିକ ଭାବେ କରାଯାଉଛି।। ବିନା ଭକ୍ତରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର।
The post ଆରଡ଼ି ପୀଠରେ ୧୪୪ ଧାରା, କାର୍ତ୍ତିକ ପୂର୍ଣ୍ଣିମାରେ ଦର୍ଶନ ବନ୍ଦ appeared first on Odisha Reporter.
from Odisha Reporter https://ift.tt/3kMxp1z
No comments:
Post a Comment