ମୁମ୍ବାଇ:ନିଜ ହୃଦୟର ରାଣୀଙ୍କୁ ଜୀବନସାଥୀ କରିବା ପରେ ମୁମ୍ବାଇ ଫେରିଛନ୍ତି ନବ ଦମ୍ପତି। ଚଣ୍ଡିଗଡରେ ଧୁମ୍ଧାମରେ ହୋଇଥିବା ମ୍ୟାରେଜ ପାର୍ଟିରେ ରାଜକୁମାର ରାଓ ଓ ପତ୍ରଲେଖି ପତିପତ୍ନୀ ହେବା ପରେ ମୁମ୍ବାଇ ଫେରି ଆସିଛନ୍ତି ।
ଲାଲ ରଙ୍ଗର ଶାଢିରେ ପତ୍ରଲେଖା ପୂରା ନବ ବଧୂ ପରି ଲାଗୁଥିବା ବେଳେ ଧଳା ରଙ୍ଗର କୁର୍ତ୍ତା, ପାଇଜାମାରେ ରାଜକୁମାର ବି ଖୁବ୍ କୁଲ୍ ଲାଗୁଥିଲେ। ଗତକାଲି ଉଭୟ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ହାତ ଧରାଧରି ହୋଇ ଯାଇଥିଲେ। ଏହି ସମୟରେ ପାପାରାଜି ସେମାନଙ୍କୁ ଘେରି ଯାଇ ଫଟୋ ପୋଜ ଦେବାକୁ କହିଥିଲେ। ଏପରିକି ରାଜକୁମାର, ପତ୍ରଲେଖା କାର୍କୁ ଚାଲି ଯାଉଥିବା ବେଳେ ପାପାରାଜି ପଛରୁ ‘ଭାବିଜୀ, ଭାବିଜୀ’ ଡାକିବାକୁ ଭୁଲି ନ ଥିଲେ। ଏହା ଶୁଣି ଉଭୟ ପତିପତ୍ନୀ ନ ହସି ରହି ପାରି ନ ଥିଲେ।
ଦୀର୍ଘ ୧୧ ବର୍ଷର ପରସ୍ପରକୁ ଡେଟ୍ କରିବା ପରେ ଶେଷରେ ନିଜ ମନର ରାଣୀ ପତ୍ରଲେଖାଙ୍କୁ ଜୀବନସାଥୀ ଭାବେ ପାଇଛନ୍ତି ରାଜକୁମାର। ଚଣ୍ଡିଗଡରେ ଏହି ବଲିଉଡର ଯୋଡିଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଥିବା ବେଳେ ରିସେପ୍ସନ୍ ମଧ୍ୟ ଧୁମଧାମରେ ସରିଛି। ବିବାହ ଦିନ ପତ୍ରଲେଖା ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଅଫ୍ ହ୍ୱାଇଟ୍ର କୁର୍ତା ପାଇଜାମା ପିନ୍ଧିଥିଲେ ରାଜକୁମାର। ସେହିପରି ରିସେପସନ୍ରେ ପତ୍ରଲେଖା ଗୋଲଡେନ ରଙ୍ଗର ରୟାଲ ଶାଢ଼ୀ ପିନ୍ଧିଥିବା ବେଳେ ରାଜକୁମାର ପିନ୍ଧିଥିଲେ କଳା ରଙ୍ଗର ବ୍ଲେଜର। ଉଭୟଙ୍କ ଗେଟ୍ଅପ୍ ଖୁବ୍ ଆକର୍ଷିତ ଥିଲା। ଦୁହିଁଙ୍କ ବିବାହ ବେଳେର ଏବଂ ରିସେପସନ୍ର ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।
The post ହାତରେ ହାତ ଛନ୍ଦି ମୁମ୍ବାଇ ଫେରିଲେ ନବଦମ୍ପତି appeared first on Odisha Reporter.
from Odisha Reporter https://ift.tt/3DtBPBE
No comments:
Post a Comment