ପୁଲୱାମା: ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ପୁଣି ବଡ଼ ସଫଳତା ମିଳିଛି। କ୍ୱାସବା ୟାର ଅଞ୍ଚଳରେ ଘଟିଥିବା ଏନକାଉଣ୍ଟର୍ରେ ଜୈଶ-ଇ-ମହମ୍ମଦର ଜଣେ କମାଣ୍ଡର ସମେତ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, କ୍ୱାସବା ୟାର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ଥିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ପୂରା ଅଞ୍ଚଳକୁ ସୁରକ୍ଷାକର୍ମୀମାନେ କର୍ଡନ କରୁଥିବା ବେଳେ ହଠାତ୍ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ ଆରମ୍ଭ କରି ଦେଇଥିଲେ।
ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀ ଦ୍ୱୟ ହେଲେ ୟାସିର ଓ ଫୁରକାନ। ୟାସିର ହେଉଛି ପାକିସ୍ତାନରେ ସକ୍ରିୟ ଥିବା ଜୈଶର କମାଣ୍ଡର।
ସେ କଶ୍ମୀରରେ ଜୈଶ ପାଇଁ ଦୀର୍ଘ ଦିନରୁ କାର୍ଯ୍ୟ କରୁଥିଲା। ଫାରୁକ ଜଣେ ବିଦେଶୀ ଆତଙ୍କୀ। ସେ ଆଇଇଡି ବିଶେଷଜ୍ଞ ଭାବେ ଜୈଶ ପାଇଁ କାମ କରୁଥିଲା। ଉଭୟ ସୁରକ୍ଷାକର୍ମୀଙ୍କ ବିରୋଧରେ ହୋଇଥିବା ଆଇଇଡି ବିସ୍ଫୋରଣରେ ସାମିଲ ଥିଲେ। ଏନକାଉଣ୍ଟର ସ୍ଥଳରୁ ୨ଟି ଏକେ ରାଇଫଲ ଓ ଅନ୍ୟାନ୍ୟ ବିସ୍ଫୋରଣ ମିଳିଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଜମ୍ମୁ-କଶ୍ମୀର ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।
#PulwamaEncounterUpdate: #Terrorist commander of proscribed #terror outfit JeM Yasir Parray, an IED Expert & foreign terrorist Furqan #neutralised. Both were involved in several terror #crime cases. A big #success: IGP Kashmir@JmuKmrPolice https://t.co/ahzk4nEFcm
— Kashmir Zone Police (@KashmirPolice) December 1, 2021
The post ଜୈଶ କମାଣ୍ଡର ସମେତ ୨ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଲା appeared first on Odisha Reporter.
from Odisha Reporter https://ift.tt/3d5t5G6
No comments:
Post a Comment