୯ ଘଣ୍ଟା ଘାଣ୍ଟିଲା ଇଡି, ପ୍ରଦୀପ କହିଲେ- ଶେଷ ପର୍ଯ୍ୟନ୍ତ ଲଢ଼ିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 29, 2021

୯ ଘଣ୍ଟା ଘାଣ୍ଟିଲା ଇଡି, ପ୍ରଦୀପ କହିଲେ- ଶେଷ ପର୍ଯ୍ୟନ୍ତ ଲଢ଼ିବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଜେରାର ସମ୍ମୁଖୀନ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗତକାଲି଼ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ୯ ଘଣ୍ଟା ଧରି ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି। ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରା ଉଚରା କରିଥିବା ଜଣାପଡ଼ିଛି।

ଜେରାର ସମ୍ମୁଖୀନ ହୋଇ ଫେରିବା ପରେ ପ୍ରଦୀପ କହିଥିଲେ, ମୁଁ ଓଡ଼ିଆ ପୁଅ, ଶେଷ ପର୍ଯ୍ୟନ୍ତ ଲଢ଼ିବି। ନ୍ୟାୟପାଳିକା ଉପରେ ଭରସା ରହିଛି। ଇଡି ପକ୍ଷରୁ ମୋତେ ଯାହା ପ୍ରଶ୍ନ କରାଯାଇଥିଲା, ମୁଁ ତାହାର ଉତ୍ତର ଦେଇଛି।

ସେ ଆହୁରି କହିଥିଲେ, ମୋ ନିର୍ବାଚନ ମଣ୍ଡଳୀରେ ଏବେ ଗୁଣ୍ଡାରାଜ ବଢ଼ିଛି ଓ ଉନ୍ନତିରେ ରୋକ୍ ଲାଗିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଉପରେ ମୋର ଭରସା ଅଛି। ସେ ମୋତେ ବିଧାୟକ ଓ ମନ୍ତ୍ରୀ କରିଛନ୍ତି।  ବିଧାନସଭାରେ ସ୍ୱାଧୀନ ବିଧାୟକ ଭାବେ ଅନେକ ପ୍ରସଙ୍ଗ ଉଠାଇବେ ବୋଲି ପ୍ରଦୀପ କହିଥିଲେ।

ଗତ ଶୁକ୍ରବାର ଦିନ ପ୍ରଦୀପଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ଇଡିରେ ହାଜର ହୋଇଥିଲେ। ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଜେରା ବେଳେ ଶ୍ରୁତିଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଥିଲା। ତେଣୁ ସେହି ଲିଙ୍କରେ ଇଡି ପକ୍ଷରୁ ଶ୍ରୁତିଙ୍କୁ ୬ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ତାଙ୍କଠାରୁ ଇଡ଼ି ବହୁତ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଭାବି ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ୨୦୨୦ ମସିହା ଡିସେମ୍ବର ତିନି ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ତାଙ୍କ ନାଁରେ ମୋଟ ୬ଟି ମାମଲା ଥିଲା। ଷଷ୍ଠ ମାମଲାରେ ଜାମିନ୍ ପାଇବା ପରେ ଗତ ଜୁନ୍ ମାସରେ ସେ ଜେଲ୍‌ରୁ ବାହାରିଥିଲେ। ଅଭୟ ପାଠକ ମଧ୍ୟ ଗତ ଜୁନ୍‌ରେ ଜେଲ୍‌ରୁ ମୁକୁଳି ଥିଲେ। ତେବେ ଆକାଶ ପାଠକ ଏବେ ବି ଜେଲ୍‌ରେ ଅଛନ୍ତି।

 

The post ୯ ଘଣ୍ଟା ଘାଣ୍ଟିଲା ଇଡି, ପ୍ରଦୀପ କହିଲେ- ଶେଷ ପର୍ଯ୍ୟନ୍ତ ଲଢ଼ିବି appeared first on Odisha Reporter.



from Odisha Reporter https://ift.tt/3D9QyAC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages