ପରାଗ ଅଗ୍ରୱାଲ ଟ୍ୱିଟରର ନୂଆ ସିଇଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 29, 2021

ପରାଗ ଅଗ୍ରୱାଲ ଟ୍ୱିଟରର ନୂଆ ସିଇଓ

ନୂଆଦିଲ୍ଲୀ: ପରାଗ ଅଗ୍ରୱାଲ ହୋଇଛନ୍ତି ଟ୍ୱିଟରର ନୂଆ ସିଇଓ। ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ଥିବା ପରାଗଙ୍କୁ ଟ୍ୱିଟର ଗ୍ରୁପ୍‌ର  ସିଇଓ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ଜ୍ୟାକ୍‌ ଡୋର୍ସେ ସିଇଓ ପଦରୁ ଇସ୍ତଫା ଦେବା ପରେ ପରାଗଙ୍କୁ ଏହି ପଦବୀରେ ତତ୍‌କାଳ ଅବସ୍ଥାପିତ କରାଯାଇଛି। ଏହା ସହିତ ସେ ଟ୍ୱିଟର ବୋର୍ଡର ଜଣେ ସଦସ୍ୟ ଭାବେ ମଧ୍ୟ ନିଯୁକ୍ତି ପାଇଛନ୍ତି।

ଏହି ଖବର ଆସିବା ପରେ ପରାଗ ଟ୍ୱିଟ୍‌ କରି ଡୋର୍ସେ ଓ ପୂରା ଟ୍ୱିଟର ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି। ନୂଆ ଦାୟିତ୍ୱକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି ଟ୍ୱିଟ୍‌ କରି କହିଛନ୍ତି। ସମସ୍ତେ ତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ଓ ସହଯୋଗର ହାତ ବଢ଼ାଇଥିବାରୁ ସେ ଧନ୍ୟବାଦ ଦେଇଛନ୍ତି। ଏହା ସହିତ ସେ ନୂଆ ଦାୟିତ୍ୱ ପାଇବା ପରେ କମ୍ପାନୀକୁ ଲେଖିଥିବା ଚିଠିକୁ ଟ୍ୱିଟର ମାଧ୍ୟମରେ ସାର୍ବଜନନୀନ କରିଛନ୍ତି।

ପରାଗ ଆଇଆଇଟି ବମ୍ବେର ଛାତ୍ର ଥିଲେ। ସେ ସେଠାରୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଆମେରିକା ଚାଲି ଯାଇଥିଲେ। ସେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ଡକ୍ଟରେଟ୍ ଲାଭ କରିଥିଲେ। ୨୦୧୧ରେ ସେ ଟ୍ୱିଟରରେ ଯୋଗ ଦେଇଥିଲେ। ୨୦୧୭ରୁ ସେ ଟ୍ୱିଟରର ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ।

୨୦୧୧ରେ ଟ୍ୱିଟରରେ ଯୋଗ ଦେବା ପୂର୍ବରୁ ସେ ମାଇକ୍ରୋସଫ୍ଟ, ଏଟି ଆଣ୍ଡ ଟି ଓ ୟାହୁରେ କାମ କରିଥିଲେ। ଏହି ସମସ୍ତ କମ୍ପାନୀରେ ତାଙ୍କ କାମ ବିଶେଷ କରି ଗବେଷଣାତ୍ମକ ଥିଲା।

ପୂର୍ବତନ ସିଇଓ ଜ୍ୟାକ୍‌ ଡୋର୍ସେଙ୍କ ଅତି ପ୍ରିୟ ଥିଲେ ପରାଗ। ୨୦୧୧ରେ ଡୋର୍ସେ ହିଁ ତାଙ୍କୁ ଟ୍ୱିଟରରେ ନିଯୁକ୍ତି ଦେଇଥିଲେ। ଡୋର୍ସେ ଟ୍ୱିଟରରୁ ଇସ୍ତଫା ଦେବା ପରେ ଏହାର ସମସ୍ତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ପରାଗଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି। ପରାଗ ଏହି କମ୍ପାନୀ ଓ ଏହାର ଆବଶ୍ୟକତାକୁ ଭଲ ଭାବେ ବୁଝିଛନ୍ତି। ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ତାଙ୍କର ହାତ ରହିଛି, ଯାହା କମ୍ପାନୀକୁ ଲାଭ ପହଞ୍ଚାଇଛି। ସେ ଖୁବ୍ ଭଲ କାମ କରିବେ ବୋଲି ତାଙ୍କର ବିଶ୍ୱାସ ଥିବା ଡୋର୍ସେ ଏଥିରେ ଲେଖିଛନ୍ତି।

କୁହାଯାଉଛି, ବର୍ଷେ ହେଲା ଜ୍ୟାକ୍‌ ଡୋର୍ସେଙ୍କୁ ସିଇଓ ପଦରୁ ଅବ୍ୟାହତି ଦେବାକୁ ଟ୍ୱିଟର ବୋର୍ଡ ଚିନ୍ତା କରୁଥିଲା। ଆଉ ଶେଷରେ ଡୋର୍ସେ ଗତକାଲି ନିଜଆଡ଼ୁ ଇସ୍ତଫା ଦେଇଥିଲେ। ସେ ଟ୍ୱିଟରରେ ୧୬ ବର୍ଷ ଧରି କାମ କରିବା ପରେ ଇସ୍ତଫା ଦେଇଛନ୍ତି।

The post ପରାଗ ଅଗ୍ରୱାଲ ଟ୍ୱିଟରର ନୂଆ ସିଇଓ appeared first on Odisha Reporter.



from Odisha Reporter https://ift.tt/3p9DjuV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages