ଚାଲିଛି ୨୯ ବିଧାନସଭା ଓ ୩ ଲୋକସଭା ଉପ ନିର୍ବାଚନର ଗଣତି, କେଉଁଠି କିଏ ଆଗରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 2, 2021

ଚାଲିଛି ୨୯ ବିଧାନସଭା ଓ ୩ ଲୋକସଭା ଉପ ନିର୍ବାଚନର ଗଣତି, କେଉଁଠି କିଏ ଆଗରେ

ନୂଆଦିଲ୍ଲୀ: ୧୩ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୩ ଲୋକସଭା ଆସନ ଏବଂ ୨୯ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଆଜି ଭୋଟ ଗଣତି ଚାଲିଛି। ଆସାମରେ ୫ଟି ଯାକ ବିଧାନସଭା ଆସନରେ ବିଜେପି ଏବଂ ତାର ସହଯୋଗୀ ଦଳ ଆଗରେ ଅଛନ୍ତି।  ତେବେ ମଧ୍ୟପ୍ରଦେଶରେ  ଖଣ୍ଡୱା ଲୋକସଭା ଆସନ ଏବଂ  ଅନ୍ୟ ୩ଟି ବିଧାନସଭା ଆସନରେ ବିଜେପି ଆଗରେ ରହିଛି।  ପଶ୍ଚିମବଙ୍ଗରେ ମୋଟ ୪ଟି ଆସନରେ ଟିଏମସି ଆଗରେ ଥିବା ବେଳେ ମେଘାଳୟରେ ୨ଟି ସିଟ୍‌ରେ ଶାସକ ଏନପି ଆଗରେ ରହିଛି। କର୍ଣ୍ଣାଟକରେ ବିଜେପି ସିନ୍ଦଗୀ ଆସନରେ ଲିଡ୍ କରୁଥିବା ବେଳେ ହଙ୍ଗଲରେ କଂଗ୍ରେସ ଆଗରେ ରହିଛି।  ସେହିପରି  ଦାଦ୍ରା ଏବଂ ନଗର ହାଭେଳିରେ ଶିବସେନାର ଖାତାରେ ନମ୍ବର ବଢ଼ୁଛି । ବିହାରରର ଥାରାପୁର ଆସନରେ ଜେଡିୟୁ ଆଗରେ ରହିଥିବା ବେଳେ କୁଶେଶ୍ୱର ଆସ୍ଥନ୍‌ରେ ଆରଜେଡି ଆଗରେ ରହିଛି।

ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୩୦ ତାରିଖରେ ୧୩ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୩ ଲୋକସଭା ଆସନ ଏବଂ ୨୯ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା ମୁଖ୍ୟତଃ ଆସାମରେ ୫ଟି ସିଟ , ପଶ୍ଚିମବଙ୍ଗରେ ୪ଟି ସିଟ୍‌ , ମଧ୍ୟପ୍ରଦେଶରେ ୩ଟି ସିଟ୍‌ , ହିମାଚଳପ୍ରଦେଶ ଓ ମେଘାଳୟରେ ୨ଟିଲେଖାଁଏ,  ବିହାରରେ ୨ଟି ଆସନ ,

କର୍ଣ୍ଣାଟକ ଓ ରାଜସ୍ତାନରେ ଗୋଟଏ ଲେଖାଁଏ ସିଟ୍‌,  ଆନ୍ଧ୍ରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର , ମିଜୋରାମ ଏବଂ ତେଲେଙ୍ଗାନାରେ ଗୋଟିଏ ଲେଖାଁଏ ଆସନରେ ଭୋଟ ଗ୍ରହଣ ହୋଇଥିଲା।   ତେବେ ଦାଦ୍ରା ଏବଂ ନଗର ହାଭେଳି, ହିମାଚଳପ୍ରଦେଶର ମଣ୍ଡି ଏବଂ ମଧ୍ୟପ୍ରଦେଶର ଖଣ୍ଡୱା ଲୋକସଭା ଆସନରେ ଉପନିର୍ବାଚନ ହୋଇଛି।

The post ଚାଲିଛି ୨୯ ବିଧାନସଭା ଓ ୩ ଲୋକସଭା ଉପ ନିର୍ବାଚନର ଗଣତି, କେଉଁଠି କିଏ ଆଗରେ appeared first on Odisha Reporter.



from Odisha Reporter https://ift.tt/3bw75Uj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages