ମୁମ୍ବାଇ: ପରଲୋକରେ ପ୍ରସିଦ୍ଧ ଟିଭି ସିରିଏଲ୍ ‘ଅନୁପମା’ର ଅଭିନେତ୍ରୀ ମାଧବୀ ଗୋଗଟେ। ୫୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। କିଛି ଦନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ମଧ୍ୟ ଆସିଥିଲା। କିନ୍ତୁ ରବିବାର ଅପରାହ୍ଣ ପୁଣି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଅଭିନେତ୍ରୀ ମାଧବୀ ମୁମ୍ବାଇର ସେଭେନ୍ ହିଲ୍ସ ହସ୍ପିଟାଲରେ ଅନ୍ତିମ ନିଶ୍ୱାସ ନେଇଛନ୍ତି।
ଟିଭି ସିରିଏଲ୍ ଜଗତରେ ମାଧବୀ ଗୋଗଟେ ଏକ ଜଣାଶୁଣା ନାଁ। ସେ ଅନେକ ଟିଭି ସିରିଏଲ୍ରେ କାମ କରିଛନ୍ତି। ନିକଟରେ ସେ ପ୍ରସିଦ୍ଧ ଟିଭି ସିରିଏଲ୍ ‘ଅନୁପମା’ରେ କାମ କରୁଥିଲେ। ଏଥିରେ ସେ ସିରିଏଲ୍ ମୁଖ୍ୟ ଚରିତ୍ର ‘ଅନୁପମା’ର ମା’ ଭୂକିମାରେ ଅଭିନୟ କରିଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ହିଁ ସେ ଶୋ’ ଛାଡି ଦେଇଥିଲେ। ଏହାପରେ ଅନୁପମା’ର ମା’ ଚରିତ୍ରରେ ସବିତା ପ୍ରଭୁନେ ଅଭିନୟ କରୁଛନ୍ତି।
ମାଧବୀ ଗୋଗଟେଙ୍କ ଦେହାନ୍ତ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସିରିଏଲ ‘ଅନୁପମା’ରେ ବାଆ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଆଲପାନା ବୁଚ ମାଧବୀଙ୍କ ମୃତ୍ୟୁ ଖବର ଶୁଣି ଶୋକ ପ୍ରକାଶ କରିଛନ୍ତି। ସେ ଇନଷ୍ଟାଗ୍ରାମରେ ମାଧବୀଙ୍କ ଫଟୋ ଶେୟାର କରି ଆଲପାନା ଲେଖିଛନ୍ତି- ‘ମାଧବୀ ଜୀ ଏହିପରି ହୁଏ ନାହିଁ। ଦୃଶ୍ୟ ଶେଷ ହେବା ପୂର୍ବରୁ ଅଭିନେତାମାନେ ଛାଡି ଯାଇପାରିବେ ନାହିଁ। ‘ଅନୁପମା’ର ପୂରା ସେଟ ତୁମକୁ ମନେ ପକାଇବ। ତୁମର ସୁନ୍ଦର ହସ, ମଧୁର ସ୍ୱର ଏବଂ ହାସ୍ୟରସ ସମସ୍ତଙ୍କୁ ମନେପଡିବ।’
ସେହିପରି ସିରିଏଲ୍ ‘ଅନୁପମା’ର ସବୁ କାଷ୍ଟ ମାଧବୀଙ୍କ ମୃତ୍ୟୁ ଖରବର ଶୁଣି ଦୁଃଖପ୍ରକାଶ କରିଛନ୍ତି। ସେପଟେ ସିରିଏଲ୍ ଜଗତରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି। ସୂଚନା ମୁତାବକ ମାଧବୀ ଗୋଗଟେ ଅନେକ ସିରିଏଲରେ କାମ କରିଛନ୍ତି। ‘କୋଇ ଆପନା ସା’, ‘ଏସା କଭି ସୋଚା ନା ଥା’ ଏବଂ ‘କାହିଁ ତୋ ହୋଗା’ ଭଳି ହିଟ୍ ସିରିଏଲ୍ ସେ ନିଜର ଦମଦାର ଅଭିନୟ ଦେଖାଇ ସେ ଟିଭି ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
View this post on Instagram
The post ‘ଅନୁପମା’ ଫେମ୍ ଅଭିନେତ୍ରୀଙ୍କ ଦେହାନ୍ତ appeared first on Odisha Reporter.
from Odisha Reporter https://ift.tt/3oLOXfn
No comments:
Post a Comment