୨୦ ଫୁଟର ପାଚେରି ଡେଇଁ ଚମ୍ପଟ ମାରିଲେ ୬ ନାବାଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 21, 2021

୨୦ ଫୁଟର ପାଚେରି ଡେଇଁ ଚମ୍ପଟ ମାରିଲେ ୬ ନାବାଳକ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବାଳ ସୁଧାର ଗୃହରୁ ୬ ନାବାଳକ ଚମ୍ପଟ ମାରିଛନ୍ତି। ସୁଧାର ଗୃହର ଝରକା ରେଲିଂ ତାଡ଼ି ଭୋର ୪ଟାରୁ ସେମାନେ ଚମ୍ପଟ ମାରିଥିବା ଜଣାଯାଇଛି। ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ ଚମ୍ପଟ ମାରିଥିବା ନାବାଳକମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଖୋଜୁଛି।

ଘଟଣା ପରେ ଶିଶୁ ସୁରକ୍ଷା ଅଧିକାରୀ ଓ ଉପଜିଲ୍ଲାପାଳ ବ୍ରହ୍ମପୁର ବାଳ ସୁଧାର ଗୃହରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବ୍ରହ୍ମପୁର ବାଳ ସୁଧାର ଗୃହରେ ୫ଟି ଗୃହ ଥିଲା। ଏହି ଗୃହରେ ୧୧୬ ଜଣ ଅନ୍ତେବାସୀ ରହୁଥିଲେ।

ବ୍ରହ୍ମପୁର ବାଳ ସୁଧାର ଗୃହରେ ୨୦ଫୁଟ ଉଚ୍ଚର ପାଚେରି ରହିଛି। କିପରି ଅନ୍ତେବାସୀ ମାନେ ଚମ୍ପଟ ମାରିଲେ ସେଇ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏହା ପଛରେ ଆଉ କାହାର ଅଛି କି ନାହିଁ, ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ୨୦୧୪-୧୫ରେ ବ୍ରହ୍ମପୁର ବାଳ ସୁଧାର ଗୃହରୁ ୩୦ରୁ ଅଧିକ ନାବାଳକ ଚମ୍ପଟ ମାରିଥିଲେ। ଏପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିନାହିଁ।

 

The post ୨୦ ଫୁଟର ପାଚେରି ଡେଇଁ ଚମ୍ପଟ ମାରିଲେ ୬ ନାବାଳକ appeared first on Odisha Reporter.



from Odisha Reporter https://ift.tt/3qZyNl1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages