ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ପୁଣି ଅଶାନ୍ତ ହେଲା ବ୍ରହ୍ମଗିରି। ବ୍ରହ୍ମଗିରି ସାତପଡ଼ା ଅଞ୍ଚଳରେ ଥିବା ନାଥପୁର ନିକଟରେ ବୋମାମାଡ଼ ଘଟିଛି। ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ୨୦ରୁ ଊର୍ଦ୍ଧ୍ୱ ବୋମାମାଡ଼ କରାଯାଇଥିବା ସୂଚନା ମିଳିଛି। ଜମି ଜବରଜଖଲକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଯେଉଁ କାରଣରୁ ଏହି ବୋମାମାଡ଼ ହୋଇଥିବା ଜଣାପଡିଛି।
୩୫ ମୌଜାର ଜମିକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଆଜି ୩୫ ମୌଜାର ଲୋକେ ଏନେଇ ଏକ ବୈଠକ ଡାକିଥିଲେ। କିନ୍ତୁ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ଉକ୍ତ ବୈଠକକୁ ଆସି ନଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା।
ଏହି ବୈଠକରେ ଯୋଗ ଦେଇଥିବା କିଛି ଲୋକଙ୍କୁ ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଉଭୟ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ହୋଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ପୁରୀ ଅତିରିକ୍ତ ଏସପି, ଏସଡିପିଓ, ବ୍ରହ୍ମଗିରି IIC ଓ ଅତିରିକ୍ତ ତହସିଲଦାର ପହଞ୍ଚି ତନାଘନା ଚଲାଇଛନ୍ତି।
The post ବ୍ରହ୍ମପୁରରେ ୨୦ରୁ ଊର୍ଦ୍ଧ୍ୱ ବୋମାମାଡ଼ appeared first on Odisha Reporter.
from Odisha Reporter https://ift.tt/3qniHRU
No comments:
Post a Comment