ବଜ୍ରପାତରେ ଜଳିଗଲା ଟ୍ରାନ୍ସଫର୍ମର, ନ ସଜାଡ଼ିଲେ ମିଳିବନି ଭୋଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 19, 2021

ବଜ୍ରପାତରେ ଜଳିଗଲା ଟ୍ରାନ୍ସଫର୍ମର, ନ ସଜାଡ଼ିଲେ ମିଳିବନି ଭୋଟ

ବୀରମିତ୍ରପୁର(ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଲିମାଡା ପଞ୍ଚାୟତରେ ରହିଛି କୁଣ୍ଡରା ଗାଁ। ଏହି ଗାଁରେ ଶହେରୁ ଅଧିକ ପରିବାର ବସବାସ କରନ୍ତି। ହେଲେ ୩ ମାସ ହେବ ଗ୍ରାମବାସୀ ଅନ୍ଧାରରେ ଜୀବନ ଯାପନ କରୁଛନ୍ତି। ଗାଁରେ ଥିବା ଟ୍ରାନ୍ସଫର୍ମରଟି ତିନି ମାସ ହେବ ପୋଡ଼ିଯାଇଛି। ସେବେଠାରୁ ଗ୍ରାମବାସୀ ଅନ୍ଧାରରେ ଜୀବନ କାଟୁଛନ୍ତି।

ଏହି ଟ୍ରାନ୍ସଫର୍ମର ଉପରେ ତିନୋଟି ଏଲ୍ଆଇ ପଏଣ୍ଟ ନିର୍ଭର କରେ। ତା’ବି ଚାରି ମାସ ହେବ ଅଚଳ ହୋଇ ପଡ଼ିଛି। ଗାଁଲୋକେ ଚାଷ କରିବା ପାଇଁ ପାଣି ମୁନ୍ଦେ ପାଇ ପାରୁନାହାନ୍ତି। ଯାହା ଫଳରେ ଚାଷୀ କୂଳ ଏବେ ହତାଶ ହୋଇ ପଡ଼ିଛି। ତେବେ ଏହି ସବୁ ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ହାତୀବାରୀ ଜେଇ, କୁଆଁରମୁଣ୍ଡା ଏସଡିଓ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ।

ଯଦି କିଛି ଦିନ ଭିତରେ ନୂଆ ଟ୍ରାନ୍ସଫର୍ମର ନ ଲାଗେ, ତା’  ହେଲେ ସେମାନେ ରାଜରାସ୍ତା ଅବରୋଧ କରିବେ, ଧାରଣାରେ ବସିବେ ଓ ଏହା ସହିତ ଆସନ୍ତା ପଞ୍ଚାୟତ ନିର୍ବାଚନରେ ସମସ୍ତ ଗାଁ ଲୋକେ ଭୋଟ୍ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଟ୍ରାନ୍ସଫର୍ମର ତୁରନ୍ତ ମରାମତି କରାଯିବ ବୋଲି କୁଆଁରମୁଣ୍ଡା ଏସଡିଓ ଶୁଭାଶିଶ ମହାନ୍ତି କହିଛନ୍ତି।

ଗ୍ରାମବାସୀ କହିଛନ୍ତି,  ବଜ୍ରପାତରେ ଟ୍ରାନ୍ସଫର୍ମରଟି ପୋଡ଼ି ଯାଇଛି। ହେଲେ ଏପର୍ଯ୍ୟନ୍ତ ନୂଆ ଟ୍ରାନ୍ସଫର୍ମର ଲାଗି ପାରୁ ନାହିଁ। ଏହି ଟ୍ରାନ୍ସଫର୍ମର ଉପରେ ତିନୋଟି ଏଲ୍ଆଇ ପଏଣ୍ଟ ନିର୍ଭର କରେ। କିନ୍ତୁ ଚାରି ମାସ ହେବ ତାହା ବି ଅଚଳ ହୋଇ ପଡ଼ିଛି। ସରକାର ଚାଷୀଙ୍କୁ ସବୁ ସୁବିଧା ଯୋଗାଇ  ଦେଉଛି ବୋଲି ଡେଙ୍ଗୁରା ପିଟୁଛି। ହେଲେ  ଫଳ ଶୂନ। ଏହି ସରକାର ରହି କି  କ’ଣ ଲାଭ?।

The post ବଜ୍ରପାତରେ ଜଳିଗଲା ଟ୍ରାନ୍ସଫର୍ମର, ନ ସଜାଡ଼ିଲେ ମିଳିବନି ଭୋଟ appeared first on Odisha Reporter.



from Odisha Reporter https://ift.tt/3qQFs0Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages