ଗର୍ଭବତୀ ଅଛନ୍ତି କି ନେହା? ଭିଡିଓ ଶେଆର କରି କଲେ ଖୁଲାସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 19, 2021

ଗର୍ଭବତୀ ଅଛନ୍ତି କି ନେହା? ଭିଡିଓ ଶେଆର କରି କଲେ ଖୁଲାସା

ମୁମ୍ବାଇ: ବଲିଉଡର ଜଣାଶୁଣା ଗାୟିକା ନେହା କକ୍କଡ। ସେ ସର୍ବଦା କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି। କେତେବେଳେ ତାଙ୍କ ଗୀତକୁ ନେଇ ତ ଆଉ କେତେବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ। ବିବାହ ପରେ ଏବେ ସେ ଗର୍ଭବତୀ ଥିବା ଖବରକୁ ନେଇ ଗତ କିଛି ଦିନ ହେବ ଜୋରଦାର ଚର୍ଚ୍ଚା ଚାଲିଛି। ତେବେ ଏହି ଚର୍ଚ୍ଚା ଉପରୁ ଏବେ ପରଦା ହଟାଇଛନ୍ତି ନିଜେ ଗାୟିକା ନେହା କକ୍କଡ ଓ ତାଙ୍କ ପରିବାର। ଏକ ଭିଡିଓ ଶେଆର କରି ସେ ଖୁଲାସା କରିଛନ୍ତି।

ନେହା କକ୍କଡ ଗର୍ଭବତୀ ଥିବା ନେଇ ବି-ଟାଉନ୍‌ ଠାରୁ ଆରମ୍ଭ କରି ସୋଶାଲ ମିଡିଆରେ ଚାରିଆଡେ ସୃଷ୍ଟି ହୋଇଛି ଗୁଜବ। ଏବେ ଏହି ଗୁଜବ ଉପରେ ସେ ବିରାମ ଲାଗାଇଛନ୍ତି। ନେହା କକ୍କଡଙ୍କ କିଛି ଫଟୋ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା। ଯେଉଁଥିରେ ନେହା ଗର୍ଭବତୀ ଥିବା ପରି ମନେ ହେଉଥିଲା। ତାଙ୍କର ଅନେକ ଭିଡିଓ ମଧ୍ୟ ଆସିଥିଲା।

ନେହା କକ୍କଡ ଓ ତାଙ୍କ ସ୍ୱାମୀ ରୋହନପ୍ରିତ ସିଂହ

ପ୍ରଶଂସକମାନେ ଅନୁଭବ କଲେ ଯେ ଶୀଘ୍ର ସେମାନେ ନେହାଙ୍କ ଘରେ ଛୋଟ ଅତିଥିଙ୍କ ଆଗମନ ଖବର ପାଇବେ। କିନ୍ତୁ ଏବେ ଏହି ଖବରକୁ ନିଜେ ନେହା ଓ ତାଙ୍କ ପରିବାର ଲୋକେ ଖଣ୍ଡନ କରିଛନ୍ତି। ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ଏକ ଭିଡିଓ ଶେଆର କରି  ‘ସେ ଗର୍ଭବତୀ ନୁହଁନ୍ତି ବୋଲି ନେହା ସ୍ପଷ୍ଟ ଭାବେ କହିଛନ୍ତି। ସେ ଗର୍ଭବତୀ ନୁହଁନ୍ତି। ଖାଇବା ପିଇବା କାରଣରୁ ତାଙ୍କ ପେଟ ଫୁଲିଯାଇଛି ବୋଲି ସେ କହିଛନ୍ତି।’

କେବଳ ସେତିକି ନୁହେଁ ତାଙ୍କ ପରିବାର ଲୋକେ ଏବଂ ସ୍ୱାମୀ ରୋହନ ପ୍ରିତ ସିଂହଙ୍କ ମଧ୍ୟ ସାମ୍ନାକୁ ଆସି ନେହାଙ୍କ ଗର୍ଭବତୀ ଥିବା ଖବରକୁ ଅସ୍ୱୀକାର କରିଛନ୍ତି। ଏହି ବୟାନ ପରେ ନେହାଙ୍କୁ ନେଇ ଚାଲିଥିବା ସମସ୍ତ ଗୁଜବ ଉପରେ ପୂର୍ଣ୍ଣଛେଦ ଲାଗିଛି।

ସୂଚନା ମୁତାବକ, ନେହା କକ୍କଡ ଏବଂ ତାଙ୍କ ଭାଇ ଟୋନି କକ୍କଡ ସେମାନଙ୍କ ଗୀତ ଯୋଗୁଁ ବେଶ୍‌ ଲୋକପ୍ରିୟ । କୌଣସି ନା କୌଣସି କାରଣକୁ ନେଇ ସେ ହେଡଲାଇନରେ ରହିଥା’ନ୍ତି। ୨୪ ଅକ୍ଟୋବର ୨୦୨୦ରେ ନେହା ରୋହନପ୍ରୀତ ସିଂଙ୍କୁ ବିବାହ କରିଥିଲେ। ଉଭୟଙ୍କ ଏହି ବିବାହ ବେଶ ରାଜକୀୟ ଏବଂ ଫିଲ୍ମି ଢ଼ଙ୍ଗରେ ହୋଇଥିଲା।

The post ଗର୍ଭବତୀ ଅଛନ୍ତି କି ନେହା? ଭିଡିଓ ଶେଆର କରି କଲେ ଖୁଲାସା appeared first on Odisha Reporter.



from Odisha Reporter https://ift.tt/3qPGLNN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages