ଚଣ୍ଡିଗଡ଼: ଦକ୍ଷିଣ ଆଫ୍ରିକାରେ କରୋନାର ମାରାତ୍ମକ ଭାରିଏଣ୍ଟ କାୟା ବିସ୍ତାର କରିଥିବା ବେଳେ ସେଠାରୁ ଚଣ୍ଡିଗଡ଼ ଫେରିଥିବା ଜଣେ ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଆଉ ଜଣ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବ୍ୟକ୍ତି ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ମାରାତ୍ମକ ଓମିକ୍ରନ ଭାରିଏଣ୍ଟକୁ ନେଇ ସମସ୍ତଙ୍କ ମନରେ ଭୟ ଦେଖାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ୩୯ ବର୍ଷୀୟ ବ୍ୟକ୍ତି ଜଣଙ୍କ ନଭେମ୍ବର ୨୧ରେ ଦକ୍ଷିଣ ଆଫ୍ରିକାରରୁ ଫେରିଥିଲେ। ସେ ଏୟାରପୋର୍ଟରେ ଓହ୍ଲାଇବା ପରେ ଅଧିକାରୀମାନେ ତାଙ୍କର ଆରଟି-ପିସିଆର ଟେଷ୍ଟ କରାଇଥିଲେ। ତେବେ ଏହି ସମୟରେ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା।
ତଥାପି ତାଙ୍କୁ ୭ ଦିନ ହୋମ କ୍ୱାରେଣ୍ଟିନରେ ରହିବାକୁ କୁହାଯାଇଥିଲା। ନିୟମ ଅନୁସାରେ ୭ ଦିନ ପରେ ତାଙ୍କର ପୁଣି ଟେଷ୍ଟ କରାଯାଇଥିଲା। ଏହି ସମୟରେ ସେକ୍ଟର ୩୬ର ଆବାସିକ ଅଞ୍ଚଳରେ ରହୁଥିବା ଏହି ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିଛି।
କେବଳ ଏହି ବ୍ୟକ୍ତି ଜଣଙ୍କ ନୁହନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାରର ଆଉ ଜଣେ ସଦସ୍ୟ ଓ ତାଙ୍କ ଘରେ କାମ କରୁଥିବା ବ୍ୟକ୍ତି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ପ୍ରଶାସନ ପକ୍ଷରୁ ପରିବାରର ସବୁ ସଦସ୍ୟଙ୍କ ଟେଷ୍ଟିଂ କରାଯାଇଛି। ଏଯାଏ ବ୍ୟକ୍ତିଙ୍କୁ ମିଶାଇ ୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୨ ଜଣଙ୍କର ନେଗେଟିଭ ଆସିଛି। ସେହିପରି ଆଉ ଜଣେ ପରିବାର ସଦସ୍ୟଙ୍କ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ଏବେ ପଜିଟିଭ ଚିହ୍ନଟ ହୋଇଥିବା ଲୋକମାନଙ୍କୁ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟିନକୁ ପଠା ଯାଇଛି। ସେହିପରି ସମସ୍ତଙ୍କ ନମୁନାକୁ ଜେନୋମ ସିକ୍ୱେନ୍ସିଂ ପାଇଁ ଦିଲ୍ଲୀ ପଠାଯାଇଛି। ଏହାଦ୍ୱାରା ଏମାନେ କେଉଁ ପ୍ରକାରର ଭାରିଏଣ୍ଟ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ସେକଥା ଜଣାପଡ଼ିବ।
ଏହାପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଆସିଥିବା ୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲେ। ତେବେ ଜେନୋମ ସିକ୍ୱେନ୍ସିଂ ପରେ ସେମାନେ ଓମିକ୍ରାନ ଦ୍ୱାରା ସଂକ୍ରମିତ ହୋଇ ନଥିବା ସ୍ପଷ୍ଟ ହୋଇଥିଲା।
The post ଆଫ୍ରିକା ଫେରନ୍ତା କରୋନାରେ ଆକ୍ରାନ୍ତ, ସଂସ୍ପର୍ଶରେ ଆସି ୨ ଜଣ ବି ସଂକ୍ରମିତ appeared first on Odisha Reporter.
from Odisha Reporter https://ift.tt/3o2bipM
No comments:
Post a Comment