ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଦୀପାବଳିରେ ଅଘଟଣ ଘଟିଛି। ବାଣ ଭିଡ଼ିବା ବେଳେ ହାତରେ ଫୁଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଅଞ୍ଚଳରେ। ଆହତ ଯୁବକ ଜଣଙ୍କ ହେଲେ ଯୋରନ୍ଦା ଅଞ୍ଚଳର ଦିଗନ୍ତ ପ୍ରଧାନ। ତାଙ୍କୁ ୩୮ ବର୍ଷ । ଦିଗନ୍ତଙ୍କ ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଦିଗନ୍ତ ବାଣ ଭିଡୁଥିଲେ। ଏହି ସମୟରେ ତାହା ତାଙ୍କ ହାତରେ ଫୁଟି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ଗତକାଲି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବାଣେଶ୍ୱରପଡ଼ା ଗାଁରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୩ ଜଣ ଗୁରୁତର ହୋଇଥିଲେ। ବାଣ ତିଆରି କରୁଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା।
The post ଦୀପାବଳିରେ ଅଘଟଣ, ହାତରେ ଫୁଟିଗଲା ବାଣ appeared first on Odisha Reporter.
from Odisha Reporter https://ift.tt/3mKM3I4
No comments:
Post a Comment