ଟିମ ଇଣ୍ଡିଆକୁ ବଡ଼ବଡ଼ ଖେଳାଳି ଭେଟି ଦେଇଥିବା କୋଚ୍‌ ତାରକ ସିହ୍ନା ଆଉ ନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 6, 2021

ଟିମ ଇଣ୍ଡିଆକୁ ବଡ଼ବଡ଼ ଖେଳାଳି ଭେଟି ଦେଇଥିବା କୋଚ୍‌ ତାରକ ସିହ୍ନା ଆଉ ନାହାନ୍ତି

ନୂଆଦିଲ୍ଲୀ: କ୍ରିକେଟ ଜଗତର ଦ୍ରୋଣାଚାର୍ଯ୍ୟ ତଥା ଟିମ ଇଣ୍ଡିଆକୁ ଅନେକ ବଡ଼ବଡ଼ ଖେଳାଳିଙ ଭେଟି ଦେଇଥିବା ବିଶିଷ୍ଟ କୋଚ୍‌ ତାରକ ସିହ୍ନାଙ୍କ ଆଜି ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଶେଷରେ ଆଜି ଭୋର ୩ଟାରେ ଦିଲ୍ଲୀର ଗୋଟିଏ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ଋଷଭ ପନ୍ତଙ୍କ ଠାରୁ ଆରମ୍ଭ କରି ଆଶିଷ ନେହେରା, ଆକାଶ ଚୋପ୍ରାଙ୍କ ଭଳି ଖେଳାଳି ତାଙ୍କ ଠାରୁ ହିଁ କ୍ରିକେଟର କୋଚିଂ ନେଇଥିଲେ।

ତାରକ ସିହ୍ନା ଦିଲ୍ଲୀର ସୋନେଟ କ୍ରିକେଟ୍ କ୍ଲବ ନାମକ ଏକ ଏକାଡେମୀ ଚଳାଉଥିଲେ। ତାଙ୍କ ଠାରୁ କୋଚିଂ ନେଇ ୧୨ ଜଣ ଖେଳାଳି ଭାରତର ପ୍ରତିନିଧିତ୍ୱ କରିଛନ୍ତି। ସେହିପରି ୧୦୦ରୁ ଅଧିକ ଖେଳାଳି ପ୍ରଥମ ଶ୍ରେଣୀ କ୍ରିକେଟରେ ନିଜ ଯାଦୁ ଦେଖାଇଛନ୍ତି। ଦୀର୍ଘ ଦିନ ହେଲା ସେ ଫୁସଫୁସ କ୍ୟାନସରରେ ପୀଡ଼ିତ ଥିଲେ। ନିକଟରେ ତାଙ୍କ ଶରୀରର ଏକାଧିକ ଅଙ୍ଗପ୍ରତ୍ୟେଙ୍ଗରେ ସମସ୍ୟା ଦେଖା ଯାଇଥିଲା। ଏଥିପାଇଁ ଦିଲ୍ଲୀର ଗୋଟିଏ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। ଯେଉଁଠାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ବିଜୟ ଲୋକପାଲୀ ଟ୍ୱିଟ କରି ସୂଚନା ଦେଇଛନ୍ତି।


୨୦୧୮ରେ କ୍ରିକେଟ ଜଗତ ପ୍ରତି ତାଙ୍କର ଅବଦାନ ପାଇଁ ତାରକ ସିହ୍ନାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ୫ମ ଭାରତୀୟ କ୍ରିକେଟ କୋଚ ଭାବେ ଏହି ପୁରସ୍କାର ପାଇଥିଲେ। ତାଙ୍କ ପୂର୍ବରୁ ଦେଶ ପ୍ରେମ ଆଜାଦ, ଗୁରୁଚରଣ ସିଂହ, ରାମକାନ୍ତ ଆର୍ଚେକର ଓ ସୁନୀତା ଶର୍ମାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଥିଲା।

ତାରକ ସିହ୍ନାଙ୍କ ଠାରୁ କ୍ରିକେଟ୍ ଶିଖିଥିବା ଖେଳାଳିଙ୍କ ତାଲିକା ବେଶ ଲମ୍ବା। କିନ୍ତୁ ତାଙ୍କର ୧୨ ଜଣ ଶିଷ୍ୟ ଦେଶ ପାଇଁ ଖେଳିବାର ଗୌରବ ଅର୍ଜନ କରିଥିଲେ। ସେମାନେ ହେଲେ ଋଷଭ ପନ୍ତ, ଆଶିଷ ନେହେରା, ଆକାଶ ଚୋପ୍ରା, ମନୋଜ ପ୍ରଭାକର, ସୁରିନ୍ଦର ଖାନ୍ନା, ରଣନ୍ଧୀର ସିଂହ, ରମଣ ଲମ୍ବା, ଅଜୟ ଶର୍ମା, କେ.ପି ଭାସ୍କର, ଅତୁଲ ୱାସନ, ସଞ୍ଜୀବ ଶର୍ମା ଓ ମହିଳା କ୍ରିକେଟର ଅଞ୍ଜୁମ ଚୋପ୍ରା।

ଶ୍ରୀ ସିହ୍ନା ଦିଲ୍ଲୀ ଟିମର କୋଚ୍ ଦାୟିତ୍ୱ ସମ୍ପାଦନ କରିଥିଲେ। ତାଙ୍କ କୋଚିଂ ସମୟରେ ଦିଲ୍ଲୀ ୧୯୮୫-୮୬ ରଣଜୀ ଟ୍ରଫି ଟାଇଟଲ ଜିତିଥିଲ। ୨୦୦୧-୦୨ରେ ତାଙ୍କୁ ଭାରତର ମହିଳା କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ କରାଯାଇଥିଲା। ମିତାଲି ରାଜ ଓ ଝୁଲଣ ଗୋସ୍ୱାମୀଙ୍କ ଭଳି ଖେଳାଳି ତାଙ୍କ ସମୟରେ ହିଁ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ।


ତାଙ୍କ ଅଧୀନରେ ଦଳ ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଟେଷ୍ଟ ଜିତିଥିଲା। ଏହାପରେ ଇଂଲଣ୍ଡକୁ ଘରୋଇ ମାଟିରେ ୪-୦ରେ ପରାସ୍ତ କରିଥିଲା। ୨୦୦୨ରେ ସେ ଦିଲ୍ଲୀ ଜୁନିୟର ଦଳର କୋଚ୍ ହୋଇଥିଲେ। ଏହି ସମୟରେ ଦିଲ୍ଲୀ ଅଣ୍ଡର-୧୫, ଅଣ୍ଡର-୧୯ ଓ ଅଣ୍ଡର-୨୨ ଟାଇଟଲ ଜିତିଥିଲା। ଏହି ସବୁ ସଫଳତା ହିଁ କ୍ରିକେଟ ପ୍ରତି ଥିବା ତାଙ୍କର ଭଲ ପାଇବାକୁ ଦର୍ଶାଇଉଛି। ତାଙ୍କ ବିୟୋଗରେ ଅନେକ ପୂର୍ବତନ କ୍ରିକେଟର ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି।

The post ଟିମ ଇଣ୍ଡିଆକୁ ବଡ଼ବଡ଼ ଖେଳାଳି ଭେଟି ଦେଇଥିବା କୋଚ୍‌ ତାରକ ସିହ୍ନା ଆଉ ନାହାନ୍ତି appeared first on Odisha Reporter.



from Odisha Reporter https://ift.tt/31B7XVY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages