ଦୁବାଇ: ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆର ସେମି ଫାଇନାଲ ଖେଳିବା ଆଶା ଏବେ ବି ଉଜ୍ଜୀବିତ ରହିଛି। ଶୁକ୍ରବାର ଦଳ ଏକତରଫା ଭାବେ ସ୍କଟଲ୍ୟାଣ୍ଡକୁ ହରାଇଛି। ଏହାପରେ ଦଳର ନେଟ ରନ୍ ରେଟ୍ ଯୁକ୍ତ ୧.୬ରୁ ଅଧିକ ରହିଛି। ତଥାପି ଭାରତର ଭାଗ୍ୟ ରବିବାର ଖେଳା ଯିବାକୁ ଥିବା ଆଫଗାନିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ ଉପରେ ନିର୍ଭର କରୁଛି। ଯଦି ଆଫଗାନ କାଲିର ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦେବ, ତା’ହେ ଭାରତ ସୋମବାର ନାମିବ୍ୟାକୁ ହରାଇ ସେମି ଫାଇନାଲ ଟିକେଟ ହାସଲ କରିପାରିବ। କିନ୍ତୁ ନ୍ୟୁଜିଲ୍ୟାଣ୍ଡକୁ ହରାଇବା ଆଫଗାନ ପକ୍ଷରେ ସହଜ ହେବନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଯଦି ଆଫଗାନ ହାରିବ, ତା’ହେଲେ ଭାରତ ମଧ୍ୟ ବିଶ୍ୱକପ ଟି-୨୦ରୁ ବିଦା ହୋଇଯିବ।
ଏସବୁ ଭିତରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ବୟାନର ଭିଡିଓ ଭାଇରାଲ ହେବାରେ ଲାଗିଛି। ସ୍କୁଟଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀକୁ ଟିମ୍ ଇଣ୍ଡିଆ ପକ୍ଷରୁ ଜାଡେଜା ଆସିଥିଲେ। ସେହି ସମୟରେ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ “ଯଦି ଆଫଗାନିସ୍ତାନ ରବିବାର ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ନ ପାରିବ, ତା’ହେଲେ ଟିମ୍ ଇଣ୍ଡିଆ କ’ଣ କରିବ?” ପ୍ରଥମେ ଏହି ପ୍ରଶ୍ନକୁ ଜାଡେଜା ଶୁଣି ପାରି ନଥିଲେ। ତେଣୁ ସେ ସାମ୍ବାଦିକଙ୍କୁ ଆଉ ଥରେ କ’ଣ କହିଲେ ବୋଲି ପ୍ରଶ୍ନ କରିଥିଲେ।
ସାମ୍ବାଦିକ ଜଣଙ୍କ ମଧ୍ୟ ନିଜର ପ୍ରଶ୍ନକୁ ରିପିଟ୍ କରିଥିଲେ। ଏହା ଶୁଣି ଜାଡେଜା କିଛି ସମୟ ପାଇଁ ଅଟକି ଯାଇଥିଲେ। ଏହାପରେ ସ୍ମିତ ହାସ୍ୟ ଦେଇ କହିଥିଲେ ଯେ “ଯଦି ସମେତି ହେବ, ତା’ହେଲେ ସିଧା ବ୍ୟାଗପତ୍ର ପ୍ୟାକ୍ କରି ଘରକୁ ଚାଲିଯିବୁ। ଆଉ କ’ଣ କରିବୁ?” ଏକଥା ଶୁଣି ସେଠାରେ ଥିବା ଅନ୍ୟ ସାମ୍ବାଦିକମାନେ ଜୋରରେ ହସିଥିଲେ।
“Toh phir aur bag pack karke ghar jayenge, aur kya” pic.twitter.com/V6DE71UcM0
— Jayesh (@jayeshvk16) November 5, 2021
ସୂଚନାଯୋଗ୍ୟ, ଚଳିତ ବିଶ୍ୱକପ ଟି-୨୦ରେ ଭାରତ ତା’ର ପ୍ରଥମ ଦୁଇଟି ମ୍ୟାଚ୍ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିଲା। ତେଣୁ ଏବେ ଦଳ ଲଗାତର ଦୁଇ ବିଜୟ ସତ୍ତ୍ୱେ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ବିଦା ହେବା ଦ୍ୱାରଦେଶରେ ରହିଛି।
The post ଆଫଗାନ ଯଦି ନ୍ୟୁଜିଲ୍ୟାଣ୍ଡକୁ ହରାଇ ନ ପାରିବ, ତା’ହେଲେ? ଏମିତି ଉତ୍ତର ଦେଲେ ଜାଡେଜା appeared first on Odisha Reporter.
from Odisha Reporter https://ift.tt/3GVMfMx
No comments:
Post a Comment