ବର୍ଷା ପାଇଁ ୯ ଜିଲ୍ଲାରେ ସ୍କୁଲ ବନ୍ଦ, ଲୋକଙ୍କୁ ଘରୁ ନ ବାହାରିବାକୁ କହିଲେ ଡିଜିପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 9, 2021

ବର୍ଷା ପାଇଁ ୯ ଜିଲ୍ଲାରେ ସ୍କୁଲ ବନ୍ଦ, ଲୋକଙ୍କୁ ଘରୁ ନ ବାହାରିବାକୁ କହିଲେ ଡିଜିପି

ଚେନ୍ନାଇ: ଅବିଶ୍ରାନ୍ତ ବର୍ଷା ତାମିଲନାଡୁର ସ୍ଥିତିକୁ ବେହାଲ କରି ଦେଇଛି। ବିଭିନ୍ନ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହି ସାଂଘାତିକ ସ୍ଥିତି ସୃଷ୍ଟି କରିଛି।

ଦିନକୁ ଦିନ ବର୍ଷାର ପରିମାଣର ବଢ଼ୁଥିବାରୁ ରାଜ୍ୟର ୯ଟି ଜିଲ୍ଲାରେ ସ୍କୁଲଗୁଡ଼ିକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ସେହିପରି ଡିଜିପି ସୈଳନ୍ଦ୍ର ବାବୁ ମଙ୍ଗଳବାର ରାତିରେ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ଲୋକଙ୍କୁ ଅଯଥା ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି।

ସେ ଅଭିଭାବକମାନଙ୍କୁ ନିଜର ପିଲାମାନଙ୍କୁ ଅସୁରକ୍ଷିତ ସ୍ଥାନକୁ ନ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି। ବିଜୁଳି ପ୍ରତି ସତର୍କ ରହିବା ସହ ଘଡ଼ଘଡ଼ ବେଳେ ଟିଭି ବ୍ୟବହାର ନ କରିବାକୁ କହିଛନ୍ତି।

ବୁଧବାର ଓ ଗୁରୁବାର ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ବର୍ଷା ପାଇଁ ୯ଟି ଜିଲ୍ଲାରେ ଥିବା ସମସ୍ତ ସ୍କୁଲ ଓ କଲେଜକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଚେନ୍ନାଇ, କାଞ୍ଚୀପୁର, ଥିରୁଭାଲ୍ଲୁର, ଚେଙ୍ଗାଲପାଟ୍ଟୁ, କୁଡ୍ଡାଲୋର, ନାଗାପାଟ୍ଟିନିମ, ଥାଞ୍ଜାଭୁର, ଥିରୁଭାରୁର ଓ ମାୟିଲାଦୁଥୁରାଇରେ ଛୁଟି ଘୋଷଣା ହୋଇଛି। ଏଠାରେ ଲୋକମାନଙ୍କୁ ଯଥା ସମ୍ଭବ ଘର ଭିତରେ ରହିବାକୁ କୁହାଯାଇଛି।

ପାଣିପାଗ ବିଭାଗ ସୂଚନା ଦେଇଛି ଯେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ତେଣୁ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଆଜି କୁଡ୍ଡାଲୋର, ଭିଲ୍ଲାପୁରମ, ସିବଗଙ୍ଗା, ରାମନାଥପୁରମ ଓ କାରାଇକାଲ ପାଇଁ ବିଭାଗ ପକ୍ଷରୁ ରେର୍ଡ ଆଲଟ ଜାରି କରାଯାଇଛି।

ସେହିପରି ଚେନ୍ନାଇ, କାଞ୍ଚୀପୁର, ଚେଙ୍ଗାଲପାଟ୍ଟୁ, ଭିଲ୍ଲାପୁରମ ଓ ତିରୁଭାନ୍ନାମାଲାଇରେ ଗୁରୁବାର ପ୍ରବଳ ବର୍ଷାର ଆଶଙ୍କା ରହିଛି। ତେଣୁ ଗୁରୁବାର ପାଇଁ ଏସବୁ ଜିଲ୍ଲାରେ ରେର୍ଡ ଆଲର୍ଟ ଜାରି କରାଯାଇଛି। ନଭେମ୍ବର ୧୩ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅବିଶ୍ରାନ୍ତ ବର୍ଷା ଜନିତ ଅଘଟଣ ଯୋଗୁ ଏଯାଏ ୫ ଜଣଙ୍କ ଜୀବନ ଯାଇଛି। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଅଣାଯାଉଛି। ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଉଛି।

The post ବର୍ଷା ପାଇଁ ୯ ଜିଲ୍ଲାରେ ସ୍କୁଲ ବନ୍ଦ, ଲୋକଙ୍କୁ ଘରୁ ନ ବାହାରିବାକୁ କହିଲେ ଡିଜିପି appeared first on Odisha Reporter.



from Odisha Reporter https://ift.tt/3H47qfz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages