ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ବାଘସାହି ନିକଟ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ବାଇକ୍ ମଧ୍ୟ କେନାଲରୁ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ପୁନଙ୍ଗ ଗାଁର ସତ୍ୟଜିତ ଦାସ। ସେ ଜଗତସିଂହପୁର ବଜ଼ାରରେ ଥିବା ଏକ ମଲରେ କାମ କରୁଥିଲେ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ସତ୍ୟଜିତ ଦୀପାବଳି ଥିବାରୁ ବାଘସାହିରେ ମଲର ଅନ୍ୟ କର୍ମଚାରୀଙ୍କ ସହିତ ଭୋଜି କରିଥିଲେ । ଆଜି ସକାଳେ ସତ୍ୟଜିତଙ୍କ ମୃତଦେହ କେନାଲରେ ଭାସୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ସଦର ଥାନା ପୁଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ପୁଲିସ ଘଟଣାସ୍ଥଳରୁ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଛି। ତେବେ ସତ୍ୟଜିତ ବାଇକ୍ ନେଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ସେ ନାଳରେ ପଡି ଯାଇଥିବା ସନ୍ଦେହ କରାଯାଉଛି ।
The post ମଲ୍ କର୍ମଚାରୀଙ୍କ ମୃତଦେହ କେନାଲରୁ ଉଦ୍ଧାର appeared first on Odisha Reporter.
from Odisha Reporter https://ift.tt/31CAYkd
No comments:
Post a Comment