ପାରୋଲରେ ଆସିଥିଲେ ପୂର୍ବତନ ସରପଞ୍ଚ, ଆଜି ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 4, 2021

ପାରୋଲରେ ଆସିଥିଲେ ପୂର୍ବତନ ସରପଞ୍ଚ, ଆଜି ମିଳିଲା ମୃତଦେହ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ବଡ଼ବଜାର ଥାନା ଅନ୍ତର୍ଗତ ବାଉରୀସୁକୁନ୍ଦା ପାଣି ଫ୍ୟାକ୍ଟ୍ରି ନିକଟ ରାସ୍ତା କଡ଼ରୁ ପୂର୍ବତନ ସରପଞ୍ଚଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତାଙ୍କ ନାଁ ପ୍ରଦୀପ ବିଶୋୟୀ। ତାଙ୍କ ମୃତଦେହ ନିକଟରେ ଏକ ଖଣ୍ଡା ଓ ତାଙ୍କ ବାଇକ୍ ପଡ଼ିଥିବା ଜଣାଯାଇଛି। ସେ ଅନନ୍ତାଇର ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ।

ଆଜି ସକାଳ ପ୍ରାୟ ସାଢ଼େ ସାତଟା ସମୟରେ ପ୍ରଦୀପ ଗେଟ ବଜାରସ୍ଥିତ ନିଜ ଘରୁ ବାହାରି  ଅନନ୍ତାଇ ଅଞ୍ଚଳକୁ ଯାଉଥିଲେ। ଏହି ସମୟରେ ପାଣି ଫ୍ୟାକ୍ଟ୍ରି ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରି ରାସ୍ତାକଡ଼ରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ, ପୂର୍ବରୁ ପ୍ରଦୀପ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଥିଲେ। କିଛିଦିନ ତଳେ ସେ ପାରୋଲରେ ଆସିଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି  ଖଣ୍ଡା ଓ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ  ହତ୍ୟା କରାଯାଇପାରେ ବୋଲି ସନ୍ଦେହ କରାଯାଉଛି।

The post ପାରୋଲରେ ଆସିଥିଲେ ପୂର୍ବତନ ସରପଞ୍ଚ, ଆଜି ମିଳିଲା ମୃତଦେହ appeared first on Odisha Reporter.



from Odisha Reporter https://ift.tt/3wmkEPB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages