ବଲାଙ୍ଗିର( ଘଟେଶ୍ୱର ମିଶ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସର ମୁଖ୍ୟ କିରାଣି ରମେଶ କୁମାର ନାଗଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ରମେଶଙ୍କ ବଲାଙ୍ଗିରସ୍ଥିତ ଶାନ୍ତିପଡ଼ା ଘର, ତାଲପାଲିପଡ଼ାର ପୈତୃକ ଘର ସହ ସୁବର୍ଣ୍ଣପୁର କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଚଢ଼ାଉ ବେଳେ ବିଭିନ୍ନ ଆକାଉଣ୍ଟ ଓ ଜମିବାଡି କାଗଜପତ୍ର ଓ କିଛି ସୁନାଗହଣା ମିଳିଥିବା ସୂଚନା ମିଳିଛି।
ବଲାଙ୍ଗିର ଡିଏସପିଙ୍କ ନେତୃତ୍ୱରେ ବଲାଙ୍ଗିର,ସୋନପୁର ଓ ସମ୍ୱଲପୁର ଭିଜିଲାନ୍ସ ବିଭାଗର କର୍ମଚାରୀ ଏହି ଚଢ଼ଉ କରିଛନ୍ତି। ରମେଶ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଟିମ୍ ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଥିଲେ।
ଅନ୍ୟପକ୍ଷରେ ରମେଶ କୁମାର ନାଗ କହିଛନ୍ତି, ମୋର ଆୟ ବହିର୍ଭୂତ ସମ୍ପତ୍ତି ନାହିଁ। ଶାନ୍ତିପଡ଼ାରେ ଥିବା ତିନି ମହଲା କୋଠାରେ ଆମେ ଭାଇମାନେ ମିଶି କରି ରହୁ। ମୋ ନାଁରେ ମିଛ ଅଭିଯୋଗ ହୋଇଛି।
The post କିରାଣିଙ୍କ ଘରେ ପଶିଲା ଭିଜିଲାନ୍ସ appeared first on Odisha Reporter.
from Odisha Reporter https://ift.tt/3CsRfoc
No comments:
Post a Comment