ବର୍ଷା ପାଇଁ ୨୧ ଜିଲ୍ଲାରେ ସ୍କୁଲ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 17, 2021

ବର୍ଷା ପାଇଁ ୨୧ ଜିଲ୍ଲାରେ ସ୍କୁଲ ବନ୍ଦ

ଚେନ୍ନାଇ: ଲଗାଣ ବର୍ଷା ତାମିଲନାଡୁର ଚେନ୍ନାଇ ସ୍ଥିତିକୁ ପୂରା ବେହାଲ କରିଦେଇଛି। ବୁଧବାର ଦିନ ତମାମ ବର୍ଷା ଲାଗି ରହିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ୨ ସେମି ଯାଏ ବର୍ଷା ରେକର୍ଡ କରାଯାଇଛି। ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି।

ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁର ୨୧ଟି ଜିଲ୍ଲାରେ ଆଜି ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରାଯାଇଛି। ସାଲେମ, ଟ୍ରିଚୀ ଓ ଥିରୁଭାନାମାଲ୍ଲାଇରେ କେବଳ ସ୍କୁଲ ବନ୍ଦ ରହିଛି। ଏଠାରେ କଲେଜ ଖୋଲା ରହିଛି।

ଲଗାଣ ବର୍ଷା ଜନିତ ସ୍ଥିତିର ମୁକାବିଲା କରିବାକୁ ଚେନ୍ନାଇ କର୍ପୋରେସନରେ ଗୋଟିଏ ୱାର ରୁମ ପ୍ରସ୍ତୁତ କରାଯାଇଛି। ଯେଉଁଠାରେ ପୌରପାଳିକାର ଅଧିକାରୀମାନେ ରେଡ ଆଲର୍ଟ ଜନିତ ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି। ଆଜି ଥିରୁଭାଲ୍ଲୁର, ଚେନ୍ନାଇ, କାଞ୍ଚୀପୁରମ ଓ ରାଣୀପେଟ୍ଟାଇ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି ସମୟରେ ଘଡ଼ଘଡ଼ି ମଧ୍ୟ ମାରିପାରେ। ସେହିପରି ଥିରୁଭାନାମାଲ୍ଲାଇ, ବିଲ୍ଲୁପୁରମ, କୁଡ୍ଡାଲୋର, ଚେଙ୍ଗାଲପାଟ୍ଟୁ, ଥିରୁପାଟ୍ଟୁର ଓ ଭେଲୋର ଜିଲ୍ଲାର କିଛି ସ୍ଥାନ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ବଙ୍ଗୋପ ସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ରହିଛି। ଏହା ଆମ ଆଡ଼କୁ ଆସୁଛି। ସେହିପରି ଆରବ ସାଗରରେ ବି ଗୋଟିଏ ଲଘୁଚାପ ରହିଛି। ପୂର୍ବ ଓ ପଶ୍ଚିମରେ ଏପରି ଦୁଇଟି ଲଘୁଚାପ ଯୋଗୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଏହା ଭିତରକୁ ଯିବାକୁ ବାରଣ କରାଯାଇଛି। ପାଣିପାଗ କେନ୍ଦ୍ର ଲୋକଙ୍କୁ ଅଯଥାରେ ଘରୁ ନବାହାରିବାକୁ କହିଛି। ସେହିପରି ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ଗଚ୍ଛିତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ନଭେମ୍ବର ୨୧ ଯାଏ ତାମିଲନାଡୁ, ପଡୁଚେରୀ ଓ କରାଇକ୍କଲର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ ବୋଲି କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

The post ବର୍ଷା ପାଇଁ ୨୧ ଜିଲ୍ଲାରେ ସ୍କୁଲ ବନ୍ଦ appeared first on Odisha Reporter.



from Odisha Reporter https://ift.tt/3qT5i4F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages