ଯାଜପୁର(ଅଭୟ ପତି): ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ୧୦୪ ବର୍ଷୀୟ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କ ବଡ଼ ପୁଅ ଗଣେଶ୍ୱରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିବା ହୋଇଛି। ଏହାସହ ନନ୍ଦ ସାରଙ୍କୁ ଅଭିଯୁକ୍ତମାନେ ଆକ୍ରମଣ କରିବା ପାଇଁ ଧମକ ଦେଇଥିବା ଜଣାଯାଇଛି।
ଗତକାଲି ଗାଁରେ ଜମିଜମା ବିବାଦକୁ ନେଇ ଲକ୍ଷ୍ମଣ ମଲିକ ଓ ପିଣ୍ଟୁ ମଲିକ ନାମକ ଦୁଇ ବ୍ୟକ୍ତି ଗଣେଶ୍ୱରଙ୍କୁ ଆକ୍ରମଣ କରିଥିଲେ। ଏନେଇ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ଘଟଣାପରେ ଲକ୍ଷଣ ଓ ପିଣ୍ଟୁ ଫେରାର ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଆହତ ଗଣେଶ୍ୱରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି।
ସୁକିନ୍ଦା ପୁଲିସ ଘଟଣାର ତଦନ୍ତ କରୁଛି। ମିଳିଥିବା ସୂଚନା ଅନୁସାରେ ଏହି ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।
ନନ୍ଦ ସାରଙ୍କ ନାତି ଖଗେଶ୍ୱର ପୃଷ୍ଟି କହିଛନ୍ତି, “ଗତକାଲି ବାପା ବାଜାରକୁ ଜେଜେଙ୍କ ନେଇ ମେଡିସିନ ପାଇଁ ଯାଇଥିଲେ। ମେଡିସିନ ନେଇ ଘରକୁ ଫେରିବା ସମୟରେ ଲକ୍ଷଣ ଓ ପିଣ୍ଟୁ ବାପାଙ୍କୁ ଆକ୍ରମଣ କରିଥିଲେ। ତୋ ଉପରେ ହେଲା, ତା’ପରେ ତୋ ବାପା କଥା ବୁଝିବେ ବୋଲି ସେମାନେ ବାପାଙ୍କୁ ଧମକ ଦେଇଥିଲେ।”
ସୂଚନାଯୋଗ୍ୟ, ଗତ ୯ତାରିଖରେ ଚାଟଶାଳୀ ଶିକ୍ଷା ପାଇଁ ଶତାୟୁ ନନ୍ଦ କିଶୋର ପୃଷ୍ଟି ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ସେ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ।
The post ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ appeared first on Odisha Reporter.
from Odisha Reporter https://ift.tt/32GNjEq
No comments:
Post a Comment