ବୈଧ ନୁହେଁ ଟିଏମ୍‌ସି ସାଂସଦଙ୍କ ବିବାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 17, 2021

ବୈଧ ନୁହେଁ ଟିଏମ୍‌ସି ସାଂସଦଙ୍କ ବିବାହ

କୋଲକାତା: ପୁଣି ଅଡୁଆରେ ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ। ତାଙ୍କ ବିବାହକୁ ନେଇ ଉଠିଛି ପୁଣି ବିବାଦ। ୨୦୧୯ ଜୁନ୍‌ ୧୯ ରେ ନିଖିଲ ଜୈନ୍‌ ଏବଂ ନୁସରତଙ୍କ ବିବାହ ହୋଇଥିଲା। ହିନ୍ଦୁ ରୀତିନୀତି ଅନୁଯାୟୀ ବେଶ୍‌ ଧୁମ୍‌ଧାମରେ ତୁର୍କୀରେ ଟର୍କିସ ମ୍ୟାରେଜ ରେଗୁଲେସନ୍ସ ଆଧାରରେ ଉଭୟ ବିବାହ କରିଥିଲେ। ଏବେ ଏହି ବିବାହକୁ କୋଲକାତା କୋର୍ଟ ଅବୈଧ ବୋଲି ଘୋଷଣା କରିଛନ୍ତି।

ହିନ୍ଦୁ ଆଇନ୍‌ ଅନୁଯାୟୀ ଟିଏମ୍‌ସି ସାଂସଦ ନୁସରତଙ୍କ ଏହି ପ୍ରଥମ ବିବାହ ଅମାନ୍ୟ ଅଟେ ବୋଲି କୋର୍ଟ କହିଛନ୍ତି। ପୂର୍ବରୁ ନୁସରତ ମଧ୍ୟ ନିଜ ବିବାହକୁ ଅବୈଧ ବୋଲି କହିଥିଲେ। ଭାରତରେ ନିଖିଲ ସହ ହୋଇଥିବା ତାଙ୍କ ବିବାହ କୌଣସି ମାନ୍ୟତା ନାହିଁ ବୋଲି କହିଥିଲେ। ଏବେ କୋଲକାତା କୋର୍ଟ ନୁସରତ ଜାହାଁ ଏବଂ ନିଖିଲ ଜୈନଙ୍କ ପ୍ରଥମ ବିବାହକୁ ଆଇନଗତ ଭାବରେ ଅବୈଧ ବୋଲି ଘୋଷଣା କରିଛନ୍ତି।

ଟିଏମ୍‌ସି ସାଂସଦ ନୁସରତ ଓ ନିଖିଲ ଜୈନ

ନୁସରତ ଜାହାଁଙ୍କ ଦୃଷ୍ଟିକୋଣକୁ ସଠିକ୍ ଭାବରେ ବିଚାର କରି କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଆଦେଶରେ କୁହାଯାଇଛି, ନୁସରତ ଜଣେ ମୁସଲମାନ ଏବଂ ନିଖିଲ ଜୈନ ଜଣେ ହିନ୍ଦୁ ଅଟନ୍ତି। ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ନୁସରତ ଏବଂ ନିଖିଲ ବିବାହ କରିନାହାଁନ୍ତି ବୋଲି କୋଲକାତା କୋର୍ଟ କହିଛନ୍ତି।

ସୁଚନା ମୁତାବକ, ନୁଖିଲ ଜୈନଙ୍କ ସହ ନିଜ ବିବାହକୁ ଅବୈଧ ଘୋଷଣା କରି ନୁସରତ ଚର୍ଚ୍ଚାକୁ ଆସିଥିଲେ। ଦୁହେଁ ନିଜ ବିବାହ ବିବାଦକୁ ନେଇ ଗତ କିଛି ଦିନ ହେବ ଲଗାତାର ଚର୍ଚ୍ଚାରେ ଅଛନ୍ତି। ଦୁହିଁଙ୍କ ସମ୍ପର୍କକୁ ନେଇ ଲଗାତାର ପ୍ରଶ୍ନ ଉଠିଛି। ଏହାପରେ ନୁସରତ ବିବାହକୁ ଅମାନ୍ୟ କହି ନିଖିଲଙ୍କ ନାଁରେ ଟଙ୍କା ହେରଫେର ଏବଂ ପ୍ରତାରଣା ଅଭିଯୋଗ ମଧ୍ୟ ଆଣିଥିଲେ।

ତେବେ ଏହାରି ଭିତରେ ନୁସରତ ବଙ୍ଗୀୟ ଅଭିନେତା ୟଶ ଦାସଗୁପ୍ତାଙ୍କ ସହ ସମ୍ପର୍କରେ ଥିବା ଖବର ସାମ୍ନାକୁ ଆସିଥିଲା। ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେ ଗର୍ଭବତୀ ଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। ତେବେ ତାଙ୍କ ଛୁଆର ବାପା କିଏ? ତାକୁ ନେଇ ମଧ୍ୟ ବିଭିନ୍ନ ଗଣମାଧ୍ୟରେ ପ୍ରଶ୍ନ ଉଠିଥିଲା।

ତେବେ ନୁସରତଙ୍କ ପୁଅ ଜନ୍ମ ହେବା ପରେ ଏହି ପ୍ରଶ୍ନର ଉତ୍ତର ମିଳିଯାଇଥିଲା। ୟଶ୍‌ ଦାସଗୁପ୍ତା ହିଁ ତାଙ୍କ ଛୁଆର ବାପା ବୋଲି ସ୍ପଷ୍ଟ ହୋଇଥିଲା। ସେପଟେ ଦୀପବାଳି ଅବସରରେ ନୁସରତ ମଧ୍ୟ ପୁଅ ଏବଂ ୟଶ ଦାସଗୁପ୍ତାଙ୍କ ଫଟୋ ଶେୟାର କରି ନିଜ ସମ୍ପର୍କକୁ ଅଫିସିଆଲି ଘୋଷଣା କରିଥିଲେ।  ନିଖିଲଙ୍କ ଠାରୁ ଭିନ୍ନ ହେବା ପରେ ୟଶ୍‌ଙ୍କୁ ସେ ବିବାହ କରିଥିବା କଥାର ମଧ୍ୟ ଖୁଲାସା ହୋଇଥିଲା। ପ୍ରଥମ କରି ସେ ମଥାରେ ସିନ୍ଦୂର ଲଗାଇ ଫଟୋ ଶେୟାର କରିଥିଲେ।

The post ବୈଧ ନୁହେଁ ଟିଏମ୍‌ସି ସାଂସଦଙ୍କ ବିବାହ appeared first on Odisha Reporter.



from Odisha Reporter https://ift.tt/322I7KA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages