ପୋକ୍ସୋ ଆକ୍ଟରେ ମାମଲା ପାଇଁ ‘ସ୍କିନ୍‌ ଟୁ ସ୍କିନ୍‌ ଟଚ୍‌’ ଜରୁରୀ ନୁହେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 17, 2021

ପୋକ୍ସୋ ଆକ୍ଟରେ ମାମଲା ପାଇଁ ‘ସ୍କିନ୍‌ ଟୁ ସ୍କିନ୍‌ ଟଚ୍‌’ ଜରୁରୀ ନୁହେଁ

ନୂଆଦିଲ୍ଲୀ: ଶିଶୁ ଯୌନ ଶୋଷଣ ବା ପୋକ୍ସୋ ଆକ୍ଟକୁ ନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଆଜି ସର୍ବୋଚ୍ଚ ଅଦାଲତ ସ୍କିନ ଟୁ ସ୍କିନ ଟଚ୍‌ ବା ଚର୍ମ ସ୍ପର୍ଶ ମାମଲାରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ପୋକ୍ସୋ ଆକ୍ଟ ଅଧୀନରେ ଯୌନ ଶୋଷଣ ମାମଲା ରୁଜୁ କରିବା ପାଇଁ ସ୍କିନ ଟୁ ସ୍କିନ ଟଚ୍‌ ଜରୁରୀ ନୁହେଁ। ବମ୍ବେ ହାଇକୋର୍ଟ ସ୍କିନ ଟୁ ସ୍କିନ ଟଚ୍‌ ଜରୁରୀ ବୋଲି କହିଥିଲେ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ, ଜଷ୍ଟିସ ଏସ୍‌ ରବୀନ୍ଦ୍ର ଭଟ୍ଟ ଓ ଜଷ୍ଟିସ ବେଲା ତ୍ରିବେଦୀଙ୍କ ଖଣ୍ଡପୀଠ ସ୍ପର୍ଶର ଅର୍ଥକୁ କେବଳ ସ୍କିନ-ଟୁ-ସ୍କିନରେ ସୀମିତ ରଖିବା ଗୋଟିଏ ସଂକୀର୍ଣ୍ଣ ମାନସିକତାର ପରିଚୟ। ସେହିପରି ଏପରି ମାନସିକତା ଯୋଗୁ ପୋକ୍ସୋ ଆକ୍ଟର ଅସଲ ଉଦ୍ଦେଶ୍ୟ ଧ୍ୱଂସ ହୋଇଯିବ।

ଛୋଟ ପିଲାମାନଙ୍କୁ ଯୌନ ଶୋଷଣରୁ ସୁରକ୍ଷା ଦେବାକୁ ଏହି ଆଇନ ପ୍ରଣୟନ କରାଯାଇଛି। ଯୌନ ଶୋଷଣର ଉଦ୍ଦେଶ୍ୟ ରଖି କପଡ଼ା, ଶିଟ୍‌ କିମ୍ବା ଯେକୌଣସି ଜିନିଷରେ ସ୍ପର୍ଶ କରିବା ପୋକ୍ସୋ ଆକ୍ଟ ଅଧୀନରେ ହିଁ ଆସୁଛି। ସଂକୀର୍ଣ୍ଣ ମାନସିକତାର ବଶବର୍ତ୍ତୀ ହୋଇ ଆଇନର ଅସଲ ଉଦ୍ଦେଶ୍ୟକୁ କ୍ଷତି ପହଞ୍ଚାଇବା ଭଳି ନିର୍ଦ୍ଦେଶକୁ କେବେ ହେଲେ ଗ୍ରହଣ କରାଯିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ସୁପ୍ରିମକୋର୍ଟ ଶେଷରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରି ଜଣେ ବ୍ୟକ୍ତିଙ୍କୁ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।
ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଜାନୁଆରୀ ୧୨ରେ ଦେଇଥିବା ରାୟ ବିରୋଧରେ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ, ଜାତୀୟ ମହିଳା କମିଶନ ଓ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜାନୁଆରୀ ୨୭ରେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟ ଉପରେ ରୋକ ଲଗାଇଥିଲେ।

ବମ୍ବେ ହାଇକୋର୍ଟ ପୋକ୍ସୋ ଆକ୍ଟରେ ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କୁ ମୁକ୍ତ କରି କହିଥିଲେ ଯେ ବ୍ୟକ୍ତି ଜଣଙ୍କ ନାବାଳିକାଙ୍କ ପୋଷାକ ନଖୋଲି କେବଳ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିଲେ। ଏହାକୁ ଯୌନ ଶୋଷଣ କୁହାଯାଇ ପାରିବ ନାହିଁ। ପୋକ୍ସୋ ଆକ୍ଟ ପାଇଁ ସ୍କିନ ଟୁ ସ୍କିନ ଟଚ୍‌ ଜରୁରୀ।

ତେବେ ବ୍ୟକ୍ତି ଜଣଙ୍କ ସମ୍ବେଦଶୀଳ ଅଙ୍ଗକୁ ସ୍ପର୍ଶ କରି ଜଣେ ମହିଳାଙ୍କ ଆତ୍ମସମ୍ମାନକୁ ଆଘାତ ଦେଇଛନ୍ତି। ତେଣୁ ତାଙ୍କ ବିରୋଧରେ ଆଇପିସିର ୩୫୪ ଧାରା ଲାଗି ପାରିବ। ଏହାପରେ ବମ୍ବେ ହାଇକୋର୍ଟ ସେସନ୍ସ କୋର୍ଟ ବ୍ୟକ୍ତି ଜଣଙ୍କୁ ୩ ବର୍ଷ ଜେଲଦଣ୍ଡ ଭୋଗିବାକୁ ଦେଇଥିବା ରାୟକୁ ବଦଳାଇ ଦେଇଥିଲେ। ୨୦୧୬ରେ ୩୯ ବର୍ଷୀୟ ବ୍ୟକ୍ତି ଜଣଙ୍କ ଜଣେ ୧୨ ବର୍ଷୀୟ ଝିଅ ସହ ଏପରି ବ୍ୟବହାର କରିଥିଲେ।

The post ପୋକ୍ସୋ ଆକ୍ଟରେ ମାମଲା ପାଇଁ ‘ସ୍କିନ୍‌ ଟୁ ସ୍କିନ୍‌ ଟଚ୍‌’ ଜରୁରୀ ନୁହେଁ appeared first on Odisha Reporter.



from Odisha Reporter https://ift.tt/3kIBuDK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages